ETV Bharat / bharat

କର୍ଣ୍ଣାଟକରେ ବିଜେପି ଯୁବନେତାଙ୍କ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା ! - ମୃତ ବିଜେପି ନେତାଙ୍କ ଶେଷକୃତ୍ୟ

କର୍ଣ୍ଣାଟକରେ ଦକ୍ଷିଣ କାନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ରବୀଣ ନେତାରୁଙ୍କ ହତ୍ୟା ପରେ ସାରା ରାଜ୍ୟରେ ଉତ୍ତେଜନା । ହଜାର ହଜାର ସମର୍ଥକଙ୍କ ଗହଣରେ ଅପରାହ୍ନରେ ଶେଷ ହେଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

କର୍ଣ୍ଣାଟକରେ ବିଜେପି ଯୁବ ନେତା ପ୍ରବୀଣ ନେତାରୁଙ୍କ ହତ୍ୟା ପରେ ସାରା ରାଜ୍ୟରେ ଉତ୍ତେଜନା

author img

By

Published : Jul 27, 2022, 7:30 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ହତ୍ୟାର ଶୀକାର ହୋଇଥିବା ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ପ୍ରବୀଣ ନେତାରୁଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଆଜି ଅପରାହ୍ନରେ ହଜାର ହଜାର ବିଜେପି କାର୍ଯ୍ୟକର୍ତ୍ତା ଓ ହିନ୍ଦୁ ସଂଗଠନର ସଦସ୍ୟଙ୍କ ଗହଣରେ ପ୍ରବୀଣଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଅନ୍ୟପଟେ ଘଟଣା ନେଇ ସାରା ରାଜ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

କର୍ଣ୍ଣାଟକରେ ବିଜେପି ଯୁବ ନେତା ପ୍ରବୀଣ ନେତାରୁଙ୍କ ହତ୍ୟା ପରେ ସାରା ରାଜ୍ୟରେ ଉତ୍ତେଜନା

ବିଭିନ୍ନ ସ୍ଥାନରେ ବିଜେପି ଓ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏପରିକି ପ୍ରଦେଶ ବିଜେପି ମୁଖ୍ୟ ମଧ୍ୟ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ଆକ୍ରୋଶରୁ ରକ୍ଷା ପାଇପାରି ନାହାନ୍ତି । ସ୍ଥାନୀୟ ସାଂସଦ ତଥା ପ୍ରଦେଶ ବିଜେପି ଅଧ୍ୟକ୍ଷ ନଳୀନ କୁମାର କୌଟିଲଙ୍କୁ ଉତ୍ତେଜିତ କାର୍ଯ୍ୟକର୍ତ୍ତା ଘେରିଛନ୍ତି । କୌଟିଲଙ୍କ ଗାଡିକୁ ଉତ୍ତେଜିତ ଆନ୍ଦୋଳନକାରୀ ଓଲଟାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :-କର୍ଣ୍ଣାଟକରେ BJP ଯୁବ ମୋର୍ଚ୍ଚା ନେତାଙ୍କୁ ହତ୍ୟା

ଗତାକାଲି ରାତିରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । 32 ବର୍ଷୀୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ରବୀଣ କୌଣସି ଏକ ସ୍ଥାନରୁ ଫେରୁଥିବା ବେଳେ ତାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ମାମଲାର ତଦନ୍ତ ଆରମ୍ଭ ହୋଇଛି ଓ ମୃତ ପ୍ରବୀଣଙ୍କ ନିକଟ ସମ୍ପର୍କୀୟଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ । ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସଫଳ ହେବା ନେଇ ଦକ୍ଷିଣ କନ୍ନଡ ଏସ.ପି ଋଷିକେଶ କହିଛନ୍ତି । ଅନ୍ୟପଟେ ଘଟଣାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ । ପ୍ରବୀଣଙ୍କ ଆତ୍ମାର ସଦଗତି ସହ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ବୋମ୍ମାଇ ସମବେଦନା ମଧ୍ୟ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.