ETV Bharat / bharat

UP Election 7th Phase: ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ, ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

author img

By

Published : Mar 6, 2022, 8:14 PM IST

Updated : Mar 7, 2022, 7:06 AM IST

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି ପକ୍ଷରୁ ଗତକାଲି ଠାରୁ ସରିଛି ନିର୍ବାଚନୀ ପ୍ରଚାର । ଅଧିକ ପଢନ୍ତୁ

UP Election 7th Phase: ପରୀକ୍ଷା ଦେବେ ୬୧୩ ପ୍ରାର୍ଥୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି ପକ୍ଷରୁ ଗତକାଲି ଠାରୁ ସରିଛି ନିର୍ବାଚନୀ ପ୍ରଚାର । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ।

ଶେଷ ପର୍ଯ୍ୟାୟ ବା ସପ୍ତମ ପର୍ଯ୍ୟାୟରେ ୫୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହି ୫୪ଟି ଆସନ ପାଇଁ ୬୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ଏପଟେ ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ଆଜମଗଡ, ମଉ, ଜୌନପୁର, ଗାଜୀପୁର, ଚନ୍ଦୌଲୀ, ବାରଣାସୀ, ମିର୍ଜାପୁର, ଭଦୋହି ଏବଂ ସୋନଭଦ୍ରା ଜିଲ୍ଲାର ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏହି ୫୪ ଆସନ ମଧ୍ୟରୁ ୧୧ଟି ଆସନ ଅନୁସୂଚିତ ଜାତି ଓ ୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି ।

ଏପଟେ ଏହି ଅନ୍ତିମ ପର୍ଯ୍ୟାୟରେ ୨.୦୬ କୋଟି ଭୋଟର ଆସନ୍ତାକାଲି ନିଜର ମତ ସାବ୍ୟସ୍ତ କରିବେ । ତେବେ ଗତ ୨୦୧୭ ବିଧାନସଭା ନିର୍ବାଚନରେ ଏହି ୫୪ଟି ଆସନରୁ ବିଜେପି ୨୯ଟି ଜିତିଥିବା ବେଳେ ସହଯୋଗୀ ଆପନା ଦଳ ୪, ଏସବିଏସପି(SBSP) ୩, ବହୁଜନ ସମାଜ ପାର୍ଟି(BSP) ୬ ଏବଂ ସମାଜବାଦୀ ପାର୍ଟି ୧୧ଟି ଆସନରେ ବିଜୟୀ ହୋଇଥିଲେ । ଏହି ସବୁ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳର ନେତା ଓ ମନ୍ତ୍ରୀ ବିଜୟ ଲାଗି ସମସ୍ତ ରଣନୀତି କରି ସାରିଛନ୍ତି ।

ଅନ୍ୟପଟେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ହେବ । ତେବେ ବିଜେପି ଦାବି କରିଛି ଆମେ ଜିତିବା ସହ ସରକାର ଗଢିବୁ । ଏପଟେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟ ଜିତିବୁ ବୋଲି ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 7, 2022, 7:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.