ETV Bharat / bharat

ଏଣିକି ଭୂସ୍ଖଳନ ପୂର୍ବରୁ ମିଳିବ ଆଗୁଆ ସଙ୍କେତ - ଲ୍ୟାଣ୍ଡସ୍ଲାଇଡ୍ ମନିଟରିଂ ଏବଂ ଆର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ୍

ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏକ ସାଧାରଣ କଥା । ଏହି ପାହାଡି ରାଜ୍ୟରେ ଭୂସ୍ଖଳନ ଯୋଗୁଁ ପ୍ରତ୍ୟେକ ବର୍ଷ ଲୋକଙ୍କ ଧନଜୀବନ ହାନି ହୋଇଥାଏ । ହିମାଚଳର କିନ୍ନର ଜିଲ୍ଲାରେ ଏପରି ଏକ ସିଷ୍ଟମ ଲଗାଯାଇଛି । ଯାହାକି ଭୂସ୍ଖଳନ ବିଷୟରେ ଦେବ ପର୍ବରୁ ସୂଚନା । ଅଧିକ ପଢନ୍ତୁ

ଭୂସ୍ଖଳନ ପୂର୍ବରୁ ସୂଚନା ଦେବ ଏହି ସିଷ୍ଟମ: ଜାଣନ୍ତୁ କେଉଁଠାରେ ଲଗାଯାଇଛି ଡିଭାଇସ୍

author img

By

Published : Apr 14, 2022, 12:35 PM IST

ସିମଲା: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଏକ ସାଧାରଣ କଥା । ଏହି ପାହାଡି ରାଜ୍ୟରେ ଭୂସ୍ଖଳନ ଯୋଗୁଁ ପ୍ରତ୍ୟକ ବର୍ଷ ଲୋକଙ୍କ ଧନଜୀବନ ହାନି ହୋଇଥାଏ । ହିମାଚଳର କିନ୍ନର ଜିଲ୍ଲାରେ ଏପରି ଏକ ସିଷ୍ଟମ ଲଗାଯାଇଛି । ଯାହାକି ଭୂସ୍ଖଳନ ବିଷୟରେ ପୂର୍ବରୁ ସୂଚନା ଦେବ । ଏହା ଆଇଆଇଟି ମାଣ୍ଡି(IIT Mandi) ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହି ଡିଭାଇସର ନାଁ ଲ୍ୟାଣ୍ଡସ୍ଲାଇଡ୍ ମନିଟରିଂ ଏବଂ ଆର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ୍ (Landslide Monitoring and Early Warning System) ରଖାଯାଇଛି ।

କିପରି କାମ କରେ ଏହି ସିଷ୍ଟମ୍: ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ଚେତାବନୀ ଦେବାର ବ୍ୟବସ୍ଥା କରାଯାଇଛି ଏହି ସିଣ୍ଟମରେ । ଏଥିରେ ଲାଗିଥିବା ସେନ୍ସରଗୁଡ଼ିକ ମାଟି କିମ୍ବା ଭୂମିରେ ଗତି କରିବ ଏବଂ ସଙ୍କେତ ଦେବ । ଏହି ସିଷ୍ଟମର ସାହାଯ୍ୟରେ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଆଲାରାମ ଶବ୍ଦ ଶୁଣାଯିବ । ଯାହା ଫଳରେ ଭୂସ୍ଖଳନ ହେବା ପୂର୍ବରୁ ରାସ୍ତାରେ ଥିବା ବାଟୋଇ ନିଜର ଗତିପଥ ବଦଳାଇ ନିଜ ଜୀବନକୁ ସୁରକ୍ଷା ଦେଇପାରିବ । ଏହି ସିଷ୍ଟମ ପାର୍ବତ୍ୟରେ ଭୂସ୍ଖଳନ ପୂର୍ବରୁ ଲୋକଙ୍କୁ ସତର୍କ କରାଇବ ।

ଭୂସ୍ଖଳନ ପୂର୍ବରୁ ମିଳିବ ସୂଚନା: ଏହି ସିଷ୍ଟମ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ଭୂସ୍ଖଳନ ସୂଚନା ପଠାଇବ । ଯାହା ଦ୍ବାରା ପ୍ରଶାସନ ଆବଶ୍ୟକୀୟ ପ୍ରସ୍ତୁତି ପାଇଁ ସମୟ ପାଇବ । ବର୍ଷା ସହିତ ତାପମାତ୍ରାର ସୂଚନା ପାଇଁ ଏହି ସିଷ୍ଟମରେ ସେନ୍ସର ଗୁଡ଼ିକ ମଧ୍ୟ କାମ କରିବ । ଏହି ସିଷ୍ଟମରେ ଥିବା ସେନ୍ସର ଗୁଡ଼ିକ ରାସ୍ତାରେ ଥିବା ଆଲାରାମକୁ ସଙ୍କେତ ଦେବ । ସେହି ଆଲାରାମ ଶଦ୍ଦ ଶୁଣି ରାସ୍ତାରେ ଯାଉଥିବା ଯାନଗୁଡ଼ିକ ସେହି ଅଞ୍ଚଳଠାରୁ ଦୂରରେ ରହିବ ।

ଏହି ସିଷ୍ଟମକୁ ନଇ ପ୍ରଶାସନର କଣ ରହିଛି ମତ: କିନ୍ନର ଜିଲ୍ଲା ଡେପୁଟି କମିଶନର କହିଛନ୍ତି ଯେ ବର୍ଷା ଋତୁରେ ପର୍ବତ ଉପରେ ଭୂସ୍ଖଳନ ହେବାର ଆଶଙ୍କା ଥାଏ । ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି । ଏପରି ପରିସ୍ଥିତିରେ ଏହି ବ୍ୟବସ୍ଥା ପ୍ରଭାବଶାଳୀ ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ କିନ୍ନର ଜିଲ୍ଲାର ଦୁଇଟି ସ୍ଥାନରେ ଏହି ସିଷ୍ଟମ ଲଗାଯାଇଛି । ଏହାକୁ ଅନ୍ୟ ଚାରିଟି ସ୍ଥାନରେ ସ୍ଥାପନ କରାଯିବ । ଜିଲ୍ଲା ଡେପୁଟି କମିଶନର କହିଛନ୍ତି ଯେ ଯଦି କିଛି ଘଣ୍ଟା କିମ୍ବା କିଛି ମିନିଟ୍ ପୂର୍ବରୁ ଭୂସ୍ଖଳନ ବିଷୟରେ ସୂଚନା ମିଳେ । ତେବେ ଏହା ଅତ୍ୟନ୍ତ ଫଳପ୍ରଦ ହେବ ।

ସିଷ୍ଟମଗୁଡ଼ିକ କେଉଁଠାରେ ସ୍ଥାପିତ ହୋଇଛି: ତେବେ ବର୍ତ୍ତମାନ କିନ୍ନର ଜିଲ୍ଲାର ବାଟସେରୀ(Batseri) ଏବଂ ନିଗୁଲସାରୀ ଗ୍ରାମ(Nigulsari village) ନିକଟରେ ଲଗାଯାଇଛି । ଭୂସ୍ଖଳନ ବିଷୟରେ ସୂଚନା ପ୍ରଦାନ କରୁଥିବା ଏହି (Early Warning System) ସିଷ୍ଟମଗୁଡ଼ିକ ସ୍ଥାପନ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ମାଲିଙ୍ଗା ନାଲା, ପାଗଲ୍ ନାଲା, ପାଙ୍ଗି ନାଲା ଏବଂ ଉରାନୀ ଢାଙ୍କ( Urani Dhank) ଜିଲ୍ଲା ନିକଟରେ ସ୍ଥାପନ କରାଯିବ । ଏହି ଅଞ୍ଚଳ ଗୁଡ଼ିକରେ ମୌସୁମୀ ସମୟରେ ଭୂସ୍ଖଳନ ହେବାର ସମ୍ଭାବନା ଅଧିକ ଥାଏ ।

କିନ୍ନରରେ ଭୂସ୍ଖଳନ: ବର୍ଷା ଦିନେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟିଥାଏ । ବିଗତ ବର୍ଷ ଗୁଡିକରେ କିନ୍ନରରେ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରାଣ ହରାଇଥିଲେ । ଗତ ବର୍ଷ ନିଗୁଲସାରୀ(Nigulsari)ରେ ଭୂସ୍ଖଳନ ହେତୁ 28 ଜଣଙ୍କର ମୃତ୍ୟୁ ହୋଇଥିଲା । ବାଟସେରୀ ଗାଁରେ ପର୍ଯ୍ୟଟକଙ୍କ ଗାଡି ଉପରକୁ ପାହାଡରୁ ବଡ ପଥର ଖସି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ 9 ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.