ETV Bharat / bharat

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୁସ୍ଖଳନରେ ଜାତୀୟ ରାଜପଥ ବନ୍ଦ - ୩୦୫ ନମ୍ବର ଜାତୀୟ ରାଜପଥ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଭୁସ୍ଖଳନ । 305 ନମ୍ବର ଜାତୀୟ ରାଜପଥରେ ଯାତାୟତ ସମ୍ପୂର୍ଣ୍ଣ ଠପ । କ୍ଷୟକ୍ଷତିର ସୂଚନା ନ ଥିବାବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ....

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୁସ୍ଖଳନରେ ଜାତୀୟ ରାଜପଥ ବନ୍ଦ

author img

By

Published : Sep 12, 2021, 4:28 PM IST

ଶିମଲା: ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ପ୍ରବଳ ବର୍ଷା ଫଳରେ ଭୁସ୍ଖଳନ ହୋଇଛି । ଏଥିରେ ଶୋଜା ନିକଟରେ ଜାତୀୟ ରାଜପଥ 305ରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିବା ଦେଖିବାକୁ ମିଳିଛି । ଏଥିରେ ମୃତାହତଙ୍କ ସୂଚନା ନ ଥିବାବେଳେ ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲଗାତାର ବର୍ଷା ହେତୁ ଆଜି (ରବିବାର) ସକାଳେ ଏହି ଭୁସ୍ଖଳନ ହୋଇଥିଲା । ଫଳରେ ଜାତୀୟ ରାଜପଥ 305 ସମ୍ପୂର୍ଣ୍ଣ ବାଧପ୍ରାପ୍ତ ହୋଇଥିବାବେଳେ କୌଣସି ମୃତାହତଙ୍କ ସୂଚନା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସ୍ଥାନୀୟ ପ୍ରଶାସନ ଯାତାୟତ ପ୍ରକ୍ରିୟା ସ୍ବାଭାବିକ କରିବା ପାଇଁ ପୁନଃଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଥିବା ବଞ୍ଜର ଜିଲ୍ଲାର ସବ ଡିଭିଜନାଲ ମାଜିଷ୍ଟ୍ରେଟ କହିଛନ୍ତି ।

ଗତ 9 ତାରିଖରୁ 12 ପର୍ଯ୍ୟନ୍ତ, ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିବା ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ୟେଲୋ ଓ୍ବାର୍ଣ୍ଣିଂ ମଧ୍ୟ ଜାରି କରିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.