ETV Bharat / bharat

RJDର ରୌପ୍ୟ ଜୟନ୍ତୀ, କର୍ମୀଙ୍କୁ ସମ୍ବୋଧନ କରିବେ ଲାଲୁ

author img

By

Published : Jul 4, 2021, 7:52 PM IST

Updated : Jul 5, 2021, 7:04 AM IST

ଆରଜେଡିର ରୌପ୍ୟ ଜୟନ୍ତୀ ଅବସରରେ ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ରବିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ...

ଫେରିବେ ଲାଲୁ, ସୋମବାର କର୍ମୀଙ୍କୁ କରିବେ ସମ୍ବୋଧନ

ପାଟନା: ବିହାରରେ ନୀତିଶ କୁମାରଙ୍କ ନେତୃତ୍ବରେ ଏନଡିଏ କ୍ଷମତା ଦଖଲ କରିବା ପରେ ରାଜନୀତିର ରାସ୍ତାରେ ନୂଆ ମୋଡ ଖୋଜୁଛି ରାଷ୍ଟ୍ରୀୟ ଜନତା । ଏହାରି ମଧ୍ୟରେ 25 ବର୍ଷ ପୁରା କରିବାକୁ ଯାଉଛି ଆରଜେଡି ।

ଆରଜେଡିର ରୌପ୍ୟ ଜୟନ୍ତୀ ଅବସରରେ ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ରବିବାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ।

ଭର୍ଚୁଆଲ ମାଧ୍ୟରେ ସମାରୋହର ଉଦଘାଟନ କରିବେ ଆରଜେଡିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ । ତିନି ବର୍ଷର ଅପେକ୍ଷା ପରେ ଲାଲୁଙ୍କ ଶୁଣିବାର ସୁଯୋଗ ପାଇବେ ବିହାର ଜନସାଧାରଣ । କୌଣସି କାର୍ଯ୍ୟକ୍ରମ କିମ୍ବା ସମାରୋହ ପାଇଁ ଯେବେ ଲାଲୁଙ୍କ ନାଁ ଉଠେ, ସେବେ ବିହାର ବିହାର ଫେରିବାର ନେଇ ମଧ୍ୟ ସୃଷ୍ଟି ହୁଏ ହଲଚଲ ।

ଦୀର୍ଘ ଦିନ ଧରି ଜେଲରେ ସଜା କାଟିବା ପରେ ମେ ମାସରେ ଜାମିନରେ ଆସିଥିଲେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ । ପ୍ରାୟ 3 ବର୍ଷ ଧରି ସେ ଜେଲଦଣ୍ଡ ଭୋଗିଛନ୍ତି । ବିହାରର ଦୁମକା ଟ୍ରେଜେରୀରେ ଠକେଇ ମାମଲାରେ ରାଞ୍ଚି ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଜେଲରେ ଥିବା ସମୟରେ ବରିଷ୍ଠ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା କ୍ରମାଗତ ବିଗିଡିବାରେ ଲାଗିଥିଲା। ତାଙ୍କର କିଡନୀ କୌଣସି ସମୟରେ ଅକାମି ହୋଇଯାଇ ପାରେ ବୋଲି ଡାକ୍ତର କହିସାରିଥିଲେ । ମାତ୍ର ସୌଭାଗ୍ୟବଶତଃ ସେ ସୁସ୍ଥ ହୋଇ ନିଜ କର୍ମୀ ଓ ସମର୍ଥକଙ୍କ ଗହଣରେ ପହଞ୍ଚିବେ ।

Last Updated : Jul 5, 2021, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.