ETV Bharat / bharat

ସିଡ଼ିରୁ ଖସି ଗଲେ RJD ସୁପ୍ରିମୋ, କାନ୍ଧ ଓ ଅଣ୍ଟାରେ ଲାଗିଛି ଗଭୀର ଆଘାତ

author img

By

Published : Jul 3, 2022, 10:35 PM IST

ସିଡ଼ିରୁ ଖସି RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁତର । କାନ୍ଧ ଓ ଅଣ୍ଟାରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ସିଡ଼ିରୁ ଖସି ଲାଲୁ ପ୍ରସାଦ ଯାଦବ ଗୁରୁତର
ସିଡ଼ିରୁ ଖସି ଲାଲୁ ପ୍ରସାଦ ଯାଦବ ଗୁରୁତର

ପାଟଣା: RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁତର । ନିଜ ଘରେ ସିଡ଼ିରେ ଚଢୁଥିବାବେଳେ ଖସି ପଡ଼ିବାରୁ ତାଙ୍କର ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଏମଆରଆଇ କରିବା ପରେ ତାଙ୍କର ଡାହାଣ କାନ୍ଧ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣା ପଡ଼ିଛି ।

ବିହାରର ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପୂର୍ବରୁ କିଡନି ସହିତ ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଅଛନ୍ତି । କିଡନି ପ୍ରତିରୋପଣ ପାଇଁ ସେ ସିଙ୍ଗାପୁର ଯିବାକୁ ଯୋଜନା ରହିଛି । ତେବେ ସେ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିଥିବା ବେଳେ କିଡନି ପ୍ରତିରୋପଣ ପାଇଁ କୋର୍ଟରେ ଜାମିନ ମଞ୍ଜୁର ହେବାରୁ ଦିଲ୍ଲୀରୁ ପାଟଣା ଆସିଥିଲେ । ତେବେ ଏଭଳି ପରିସ୍ଥିତିରେ ଲାଲୁଙ୍କ ସମର୍ଥକଙ୍କ ମହଲରେ ଚିନ୍ତାର ବାତାବରଣ ଦେଖା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.