ETV Bharat / bharat

Lakhimpur Kheri violence: କ୍ରାଇମ ସ୍ପଟରେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ କଲା SIT

ଲଖିମପୁର ହିଂସା ମାମଲାର ଯାଞ୍ଚ ପାଇଁ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଁଞ୍ଚିଛି ଏସଆଇଟି ଟିମ୍‌ । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ଅଙ୍କିତ ଦାସ, ମହମ୍ମଦ ଓ ଶେଖରକୁ ନେଇ ଏସଆଇଟି ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ କରାଉଛି । ଅଧିକ ପଢନ୍ତୁ...

Lakhimpur Kheri violence: କ୍ରାଇମ ସ୍ପଟରେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ କରାଇଲା SIT

author img

By

Published : Oct 14, 2021, 3:37 PM IST

ଲକ୍ଷ୍ନୌ: ଲଖିମପୁର ହିଂସା ଘଟଣାକୁ ନେଇ ଚାଲିଛି SIT ଯାଞ୍ଚ । ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଁଞ୍ଚିଛି ଏସଆଇଟି ଟିମ୍‌ । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ ଅଙ୍କିତ ଦାସ, ମହମ୍ମଦ ଓ ଶେଖରକୁ ନେଇ ଏସଆଇଟି ଘଟଣାସ୍ଥଳରେ ସିନ୍‌ ରିକ୍ରିଏସନ କରାଉଛି । ଏହି ସମୟରେ ଅନେକ ବଡ ଅଧିକାରୀ ଉପସ୍ଥିତ ରହିଥିଲେ । ସିନ୍‌ ରିକ୍ରିଏସନ ଜରିଆରେ ଘଟଣା ସହ ଜଡିତ ସମସ୍ତ ଦିଗକୁ ଯାଞ୍ଚ କରିବାକୁ ପ୍ରୟାସ କରିବ ଏସଆଇଟି ।

ଏହାପୂର୍ବରୁ ଏସଆଇଟି ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରିଥିଲା । ପାଖାପାଖି ଘଣ୍ଟାଏ ଧରି ଅଭିଯୁକ୍ତଙ୍କୁ ଜେରା କରିଥିଲା ଏସଆଇଟି । ଏହି ମାମଲାରେ ଚାରି ଏସଆଇଟି ୪ ଜଣ ଅଭିଯୁକ୍ତଙ୍କ ବୟାନର କ୍ରସ-ଯାଞ୍ଚ କରୁଛି। ସେପଟେ ଲଖିମପୁର ଖେରୀ ହିଂସା ମାମଲାରେ ବଢୁଛି ଆଶିଷ ମିଶ୍ରାଙ୍କ ଅଡୁଆ । ମାମଲାରୁ ତାଙ୍କୁ ଆଶ୍ବସ୍ତି ମିଳୁନାହିଁ । ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କର ଜାମିନ ଆବେଦନ ବୁଧବାର ଖାରଜ ହୋଇଛି । ଏହା ସହିତ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଆଶିଷ ମିଶ୍ରାଙ୍କ ଘନିଷ୍ଠ ବନ୍ଧୁ ଅଙ୍କିତ ଦାସ ଓ ଲତିଫ ବୁଧବାର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ସେଠାରେ ଏସଆଇଟି ସେମାନଙ୍କୁ ୫ ଘଣ୍ଟା ଜେରା ପରେ ଗିରଫ କରିଥିଲା । ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନିଆଯାଇଛି ।

ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେମାନଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.