ETV Bharat / bharat

Kheri violence: ଆଶିଷଙ୍କ ଜାମିନ ଖାରଜ, ଆଉ ୨ ଗିରଫ - ଆଶିଷ ଜାମିନ ଖାରଚ

ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କର ଜାମିନ ଆବେଦନ ବୁଧବାର ଖାରଜ ହୋଇଛି । ଏହା ସହିତ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଆଜି(ଗୁରୁବାର) ଆଶିଷଙ୍କ ଓକିଲ ଜିଲ୍ଲା ବିଚାରପତିଙ୍କ ନିକଟରେ ଜାମିନ ପାଇଁ ସାନି ଆବେଦନ କରିବେ । ଅଧିକ ପଢନ୍ତୁ...

ଆଶିଷ ଜାମିନ ଖାରଚ, ଆଉ ୨ ଗିରଫ
ଆଶିଷ ଜାମିନ ଖାରଜ
author img

By

Published : Oct 14, 2021, 9:25 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଖେରୀ ହିଂସାରେ ଛନ୍ଦି ହେବାରେ ଲାଗିଛନ୍ତି ଆଶିଷ ମିଶ୍ରା । ମାମଲାରୁ ତାଙ୍କୁ ଆଶ୍ବସ୍ତି ମିଳୁନାହିଁ । ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କର ଜାମିନ ଆବେଦନ ବୁଧବାର ଖାରଜ ହୋଇଛି । ଏହା ସହିତ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଛି । ଆଜି(ଗୁରୁବାର) ଆଶିଷଙ୍କ ଓକିଲ ଜିଲ୍ଲା ବିଚାରପତିଙ୍କ ନିକଟରେ ଜାମିନ ପାଇଁ ସାନି ଆବେଦନ କରିବେ ।

ରିପୋର୍ଟ ଅନୁସାରେ ଆଶିଷ ମିଶ୍ରାଙ୍କ ଘନିଷ୍ଠ ବନ୍ଧୁ ଅଙ୍କିତ ଦାସ ଓ ଲତିଫ ବୁଧବାର କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ । ସେଠାରେ ଏସଆଇଟି ସେମାନଙ୍କୁ ୫ ଘଣ୍ଟା ଜେରା କରିଥିଲା । ଏହାପରେ ସେମାନଙ୍କୁ ଗିରଫ କରାଯାଇଛି । ଉଭୟଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନିଆଯାଇଛି ।

ପୂର୍ବରୁ ଗତ ୯ ତାରିଖରେ ବିଜେପି ନେତା ତଥା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ଖେରୀ ହିଂସାର ଅଭିଯୁକ୍ତ ଆଶିଷଙ୍କୁ ପଚରାଉଚରା କରାଯାଇଥିଲା । ଏସଆଇଟି ଆଶିଷଙ୍କୁ ୧୨ଘଣ୍ଟା ପଚରାଉଚରା କରିଥିଲା । ଟିମ ପ୍ରଶ୍ନରେ କୌଣସି ସନ୍ତୋଷମୂଳକ ଉତ୍ତର ଦେଇନଥିଲେ ଆଶିଷ । ଏହା ପରେ ତାଙ୍କୁ ଗିରଫ କରିଥିଲା ୟୁପି ପୋଲିସ ।

ପ୍ରକାଶ ଥାଉକି, ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.