ETV Bharat / bharat

Kheri Violence; ୩ ଘଣ୍ଟା ପାଇଁ କଂଗ୍ରେସର ମୌନବ୍ରତ - ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣା

ତେଜୁଛି ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ସହ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ନେଇ କଂଗ୍ରେସ ଆଜି ମୌନ ବ୍ରତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

Kheri Violence; ୩ ଘଣ୍ଟା ପାଇଁ କଂଗ୍ରେସର ମୌନବ୍ରତ

author img

By

Published : Oct 11, 2021, 10:34 AM IST

ନୂଆଦିଲ୍ଲୀ: ତେଜୁଛି ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ଘଟଣା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ସହ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର ଦାବି ନେଇ କଂଗ୍ରେସ ଆଜି ମୌନ ବ୍ରତ ଆରମ୍ଭ କରିଛି । ସମସ୍ତ ରାଜ୍ୟର ମୁଖ୍ୟାଳୟରେ କଂଗ୍ରେସ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବସି ମୌନ ବ୍ରତ ପାଳନ ଆରମ୍ଭ କରିଛି । ଏ କାର୍ଯ୍ୟକ୍ରମରେ ଦଳର କର୍ମକର୍ତ୍ତା, ବିଧାୟକ, ସାଂସଦ ମାନେ ସାମିଲ ହୋଇଛନ୍ତି । ଏନେଇ ସମସ୍ତ ରାଜ୍ୟର କଂଗ୍ରେସ ମୁଖ୍ୟ ମାନଙ୍କୁ ପୂର୍ବରୁ ଚିଠି କରାଯାଇଥିଲା ।

ସୂଚନା ଥାଉ କି, ଗତ ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା । ହେଲେ କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ତଥା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା । ପରେ ଏ ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ଆଶିଷଙ୍କୁ ଶନିବାର ଦିନ ଗିରଫ କରାଯାଇଥିଲା । ପୋଲିସ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରିଥିଲା ଏବଂ ତାଙ୍କୁ ମାଜିଷ୍ଟେଟଙ୍କ ଆଗରେ ହାଜର କରାଯାଇଥିଲା । ଏହାପରେ ମାଜିଷ୍ଟେଟ ତାଙ୍କୁ ତିନି ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ । ଆଜି ସକାଳ ୧୧ଟାରେ ଏ ମାମଲାର ଶୁଣାଣି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.