ETV Bharat / bharat

ଖେରୀ ଚାଷୀ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଗଲେ ପରିବାର

author img

By

Published : Feb 21, 2022, 5:05 PM IST

ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଗଲେ ପରିବାର । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ କିଛି ଦିନ ତେଳେ ଆହ୍ଲାବାଦ ଉଚ୍ଚ ନ୍ୟାୟଳୟ ଜାମିନ ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

ଖେରିରେ ଚାଷୀ ହତ୍ୟା ଘଟଣା: ସୁପ୍ରିମ କୋର୍ଟ ଗଲେ ପରିବାର ଲୋକେ

ନୂଆଦୀଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ ଆନ୍ଦୋଳନରତ ଚାଷୀଙ୍କୁ ଗାଡି ଚଢାଇ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଗଲେ ପରିବାର । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ କିଛି ଦିନ ତେଳେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଥିଲେ । ମାତ୍ର ମୃତକଙ୍କ ପରିବାର ଅଭିଯୁକ୍ତଙ୍କ ଜାମିନ ଖାରଜ କରିବାକୁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି ।

ଅନ୍ୟପଟେ ଆହ୍ଲାବାଦ କୋର୍ଟ ଆଶିଷ ମିଶ୍ରାଙ୍କୁ ପ୍ରଦାନ କରିଥିବା ଜାମିନ ନ୍ୟାୟ ବ୍ୟବସ୍ଥାରେ ଅସ୍ଥାୟୀ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ଉତ୍ତରପ୍ରଦେଶ ସରକାର କୌଣସି ଅଭିଯୋଗ ନ କରିବା ଦୁର୍ଭାଗ୍ୟ ବୋଲି କହିଛନ୍ତି ଆବେଦନକାରୀ । ଏପଟେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ପଦବୀର ଅପବ୍ୟବହାର କରି ତାଙ୍କ ପୁଅକୁ ଜାମିନ ପ୍ରଦାନରେ ସହାୟତା କରିଛନ୍ତି ବୋଲି କହିଛନ୍ତି ଆବେଦନକାରୀ ।

୩ ଅକ୍ଟୋବର ୨୦୨୦ରେ ଉତ୍ତରପ୍ରଦେଶ ଖେରୀରେ କୃଷକ ଆନ୍ଦୋଳନ ଚାଲୁଥିଲା ବେଳେ ଗାଡି ଚଢାଇ ୮ଜଣଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା ଗାଡି ଚଢାଇ ମାରିଥିବା ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ପରେ ଉତ୍ତରପ୍ରଦେଶ ପୋଲିସ ଆଶିଷ ମିଶ୍ରାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଅପରପକ୍ଷରେ ଆଶିଷ ମିଶ୍ରାଙ୍କ ଜାମିନ ଖାରଜ କରିବା ଦାବିରେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.