ETV Bharat / bharat

ଲଖିମପୁର ଖେରୀ ହିଂସା: ଗିରଫ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ - ଲଖିମପୁର ଖେରୀ

ହସ୍ପିଟାଲରେ ଭର୍ତ୍ତି ହେଲେ ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା । ତାଙ୍କୁ ଡେଙ୍ଗୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଲଖୀମପୁର ଖେରୀ ହିଂସା: ଗିରଫ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ

author img

By

Published : Oct 24, 2021, 7:24 AM IST

ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଅସୁସ୍ଥ । ଜେଲ୍ ହସ୍ପିଟାଲରେ ଭର୍ତ୍ତି ହେଲେ ଆଶିଷ । ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି । ଗତକାଲି(ଶନିବାର) ଆଶିଷଙ୍କ ସାମ୍ପୁଲ ଟେଷ୍ଟ ପାଇଁ ଲ୍ୟାବ୍ ପଠାଯାଇଥିଲା । ଯାହାପରେ ସେ ଡେଙ୍ଗୁରେ ପୀଡିତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଶିଷଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଜେଲ୍ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ବର୍ତ୍ତମାନ ସେ ହସ୍ପିଟାଲରେ ଅଛନ୍ତି । ଆଶିଷ ଏବେ ପୋଲିସ ହେପାଜତରେ ଅଛନ୍ତି । ଉତ୍ତରପ୍ରଦେଶ ଲଖିମପୁର ଖେରୀରେ କୃଷକଙ୍କ ଉପରେ କାର୍ ଚଳାଇବା ମାମଲାରେ କୋର୍ଟ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩ ତାରିଖ ଦିନ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କୃଷକ ସଙ୍ଗଠନ ବିରୋଧ କରୁଥିବାବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଆଶିଷ ଗାଡି ମଡାଇ ଦେଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ଘଟିଥିଲା । ପରେ ଏହି ଘଟଣାରେ ଆଶିଷଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.