ETV Bharat / bharat

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଲା ଲେଡି ଡନ ! - ଲକ୍ଷ୍ନୌରେ ବମ ବ୍ଲାଷ୍ଟିଂ ନେଇ ଲେଡି ଡନର ଧମକ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଏଭଳି ଏକ ଖବର ସାରା ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୋଗୀ ଆଦିତ୍ୟ ନାଥଙ୍କ ଗୋରଖନାଥ ମନ୍ଦିରକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

lady don threatens to cm yogi and gorakhnath temple
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଲେଡି ଡନର ହତ୍ୟା ଧମକ!
author img

By

Published : Feb 6, 2022, 12:22 PM IST

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଏଭଳି ଏକ ଖବର ସାରା ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୋଗୀ ଆଦିତ୍ୟ ନାଥଙ୍କ ଗୋରଖନାଥ ମନ୍ଦିରକୁ ମଧ୍ୟ ଉଡ଼ାଇ ଦେବାକୁ ଧମକ ଦିଆଯିବା ସୂଚନା ମିଳିଛି । ଲକ୍ଷ୍ନୌ ସ୍ଥିତ ଚାରବାଗ ରେଳ ଷ୍ଟେସନ ଓ ନିକଟସ୍ଥ ବସ ଷ୍ଟାଣ୍ଡ ଗୁଡ଼ିକୁ ବମ ପକାଇ ଉଡ଼ାଇ ଦେବାକୁ ଟ୍ବିଟ ଯୋଗେ ଧମକ ମିଳିଛି । ଏହା ପରେ ଗୋରଖନାଥ ମନ୍ଦିର ଓ ନିକଟସ୍ଥ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୂଚନା ମୁତାବକ, ଜିଆରପି ଅଧିକାରୀଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଯେଉଁଥିରେ ଚାରବାଗ ଷ୍ଟେସନକୁ ବମ ପକାଇ ଉଡ଼ାଇ ଦେବାକୁ ଧମକ ଦିଆଗଲା। ଏହି ଘଟଣା ନେଇ ଜିଆରପି ପକ୍ଷରୁ ଲକ୍ଷ୍ନୌ କମିଶନରେଟ କଣ୍ଟ୍ରୋଲ ରୁମକୁ ସୂଚନା ଦିଆଯାଇଥିଲା । ଏହାପରେ ଜିଆରପି ଓ ଆରପିଏଫ ବାହିନୀ ଉକ୍ତ ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ । ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ ଏଠାକାର ସୁରକ୍ଷା ବୃଦ୍ଧି କରାଯାଇଥିବା ରେଳ ଏସପି ସୌମିତ୍ର ଯାଦବ ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ମଧ୍ୟ ରାତ୍ରିରେ ଲେଡି ଡନ ନାମକ ଏକ ଆଇଡିରୁ ଟ୍ବିଟ ଯୋଗେ ଧମକ ଦିଆଯାଇଛି ଯେ, ପ୍ରଥମେ ବିଧାନସଭା ଓ ରେଳ ଷ୍ଟେସନ,ବସ ଷ୍ଟାଣ୍ଡରେ ବମ ପକାଇ ଉଡ଼ାଇ ଦିଆଯିବ । ଏକ ଘଣ୍ଟା ପରେ ଆଦିତ୍ୟନାଥଙ୍କୁ ବମ ପକାଇ ଉଡ଼ାଇ ଦେବାକୁ ଧମକ ଦିଆଗଲା । ଏହାର କିଛି ସମୟ ପରେ ଉକ୍ତ ଆଇଡିରୁ ପୁଣି ଏକ ଟ୍ବିଟ କରାଯାଇଥିଲା । ଯେଉଁଥିରେ ଗୋରଖନାଥ ମଠରେ ସୁଲେମାନ ଭାଇ ବମ ଲଗାଇ ଦେଇଥିବା କଥା ଲେଖା ହୋଇଥିଲା । ଏବଂ ମିରଟର 10ଟି ସ୍ଥାନରେ ବମ ବ୍ଲାଷ୍ଟ ହେବା ନେଇ ଟ୍ବିଟରେ ଉଲ୍ଲେଖ ରହିଥିଲା। ତେବେ ଏଭଳି ଧମକ ମିଳିବା ପରେ ଗୋରଖନାଥ ମନ୍ଦିରରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏବଂ ସେଠାରୁ କୌଣସି ଆପତ୍ତିଜନକ ଜିନିଷ ମିଳିନଥିବା ନେଇ ଏସଏସପି ଡା. ବିପିନ ତାଡ଼ା ସୂଚନା ଦେଇଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ହତ୍ୟା ଧମକ ଆସିବା ପ୍ରଥମ ଥର ନୁହେଁ। ଗତ ବର୍ଷ ସେପ୍ଟେମ୍ବର ଓ ଡିସେମ୍ବର ମାସରେ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ ଯୋଗେ ହତ୍ୟା ଧମକ ଆସିଥିଲା । ସେହିପରି 29 ଏପ୍ରିଲ 2021ରେ ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା । ଯେଉଁଥିରେ ଆଦିତ୍ୟନାଥଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.