ETV Bharat / bharat

ମେଡିକାଲ କଲେଜରେ ଚାଲିଥିଲା ରାଗିଂ, ଛାତ୍ରୀ ସାଜି ପର୍ଦ୍ଦାଫାସ କଲେ ମହିଳା ପୋଲିସ - ମଧ୍ୟପ୍ରଦେଶ ରାଗିଂ ଘଟଣା

ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାତ୍ମୀ ଗାନ୍ଧୀ ମେମୋରିଆ ମେଡିକାଲ କଲେଜରେ ଛାତ୍ରୀ ବେଶରେ ରାଗିଂ ଘଟଣା ପର୍ଦ୍ଦାଫାସ କରିଛନ୍ତି ମହିଳା କନଷ୍ଟେବଳ ଶାଳିନୀ ଚୌହାନ ( lady police officer crack ragging case ) । ଯାହାକୁ ନେଇ ଏବେ ଚର୍ଚ୍ଚା । ଅଧିକ ପଢନ୍ତୁ

ଛାତ୍ରୀ ବେଶରେ ର୍ୟାଗିଙ୍ଗ ଘଟଣାର ପର୍ଦ୍ଦାଫାସ କଲେ ମହିଳା କନଷ୍ଟେବଳ

author img

By

Published : Dec 13, 2022, 12:40 PM IST

ଭୋପାଳ: କୌଣସି ବଡ ବଡ ଘଟଣାର ପର୍ଦ୍ଦାଫାସ ପାଇଁ ପୋଲିସକୁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏଭଳି ଏକ ସଫଳ ଯୋଜନା ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାତ୍ମୀ ଗାନ୍ଧୀ ମେମୋରିଆଲ ମେଡିକାଲ କଲେଜରେ ଏମତି କିଛି ଦେଖିବାକୁ ମିଳିଛି । ଏଠାରେ ଏକ ରାଗିଂ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ନାୟିକା ସାଜିଥିଲେ 24 ବର୍ଷୀୟା ମହିଳା କନଷ୍ଟେବଳ ଶାଳିନୀ ଚୌହାନ । 3 ମାସ ଧରି କଲେଜରେ ଜୁନିଅର ଛାତ୍ରୀ ଭାବେ ପଢି ଘଟଣାର ପର୍ଦ୍ଦାଫାସ କରିଛନ୍ତି ଏହି ମହିଳା କନଷ୍ଟେବଳ ( lady police officer crack ragging case ) । କାନ୍ଧରେ ବ୍ୟାଗ ପକାଇ ଏକଦମ ଛାତ୍ରୀଟିଏ ପରି କଲେଜ ଯାଇଥିଲେ । ଧୀରେଧୀରେ ଘଟଣାର ପର୍ଦ୍ଦାଫାସ କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଧରିଛି ।

ସୂଚନାଅନୁସାରେ, ଶିକ୍ଷାବର୍ଷ ଆରମ୍ଭ ହେବା ପରଠୁ ଏମଜିଏମ ମେଡିକାଲ କଲେଜରେ ସିନିୟର ଛାତ୍ରାଛାତ୍ରୀମାନେ ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ବିଭିନ୍ନ ପ୍ରକାଶ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିଲା । କ୍ୟାମ୍ପସ ବାହାରେ ମଧ୍ୟ ଜୁନିଅର ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯାଉଥିଲା ଫଳରେ ପିଲାମାନେ ଭୟଭୀତ ହୋଇ ରହୁଥିଲେ । କିଛି ଛାତ୍ର ଏନେଇ ପୋଲିସକୁ ହେଲ୍ପଲାଇନ ଜରିଆରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ହେଲେ ଏପରି କିଛି ହୋଇନଥିବା କହି କଲେଜ କର୍ତ୍ତୃପକ୍ଷ ତଦନ୍ତରେ କୌଣସି ସାହାଯ୍ୟ କରିନଥିଲେ । ତେଣୁ ମାମଲାର ପର୍ଦ୍ଦାଫାସ ପାଇଁ ମହିଳା କନଷ୍ଟେବଳ ଶାଳିନୀ ଚୌହାନଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏହାପରେ ମିଶନରେ ବାହାରିଥିଲେ ଶାଳିନୀ।

ଏହା ବି ପଢନ୍ତୁ...କର୍ଣ୍ଣାଟକରେ ପ୍ରଥମ ଜିକା ଭାଇରସ ସଂକ୍ରମିତ ଚିହ୍ନଟ

ଶାଳିନୀ ଜୁନିଅର ଛାତ୍ରୀ ଭାବେ କଲେଜରେ ନାମ ଲେଖାଇଥିଲେ । ନିୟମିତ କଲେଜ ଯାଉଥିଲେ ଏବଂ ରାଗିଂର ଶିକାର ହେଉଥିବା ଛାତ୍ରଙ୍କ ସହ ମିଶୁଥିଲେ । ଏହାରି ଭିତରେ ସେ କଲେଜରେ ରାଗିଂ ହେଉଥିବା ନେଇ ସମସ୍ତ ତଥ୍ୟ ହାସଲ କରିଥିଲେ । ଏଥିରେ ସମ୍ପୃକ୍ତ 11 ଜଣ ସିନିଅରଙ୍କୁ ଧରାଯାଇଛି । ଦଣ୍ଡ ସ୍ବରୁପ ସେମାନଙ୍କୁ 3 ମାସ ପାଇଁ କଲେଜରୁ ସସ୍‌ପେଣ୍ଡ କରାଯାଇଛି । ମହିଳା କନଷ୍ଟେବଳ ଶାଳିନୀ ଚୌହାନଙ୍କ ଏହି କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରାଯାଉଛି । କେହି କେହି ତାଙ୍କୁ ଲେଡି ସିଙ୍ଘମ ବୋଲି ବି କହୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.