ETV Bharat / bharat

କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ମନ୍ତ୍ରୀ; 3 ଜଣଙ୍କୁ ମିଳିବ ପଦନ୍ନୋତି

author img

By

Published : Jul 7, 2021, 1:48 PM IST

କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ କ୍ୟାବିନେଟରୁ ମିଳିଛି ଛୁଟି । ଅସୁସ୍ଥତା କାରଣରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କୁ ସରକାରରୁ ବାହାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଶ୍ରମରାଜ୍ୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ନିଜ ଆଡୁ ଇସ୍ତଫା ଦେଇଛନ୍ତି ।

Labour minister Santosh Gangwar
Labour minister Santosh Gangwar

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ ପଦକ୍ଷେପ । ମୋଟ 28 ଜଣ ମନ୍ତ୍ରୀ ଆଜି ନେବେ ଶପଥ । ଯେଉଁମାନେ ସାମିଲ ହେବେ ଓ ବାଦ ପଡିବେ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ବିଜେପି ନେତୃତ୍ବ ।

ତେବେ ବଡ ପଦକ୍ଷେପ ସ୍ବରୂପ କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ କ୍ୟାବିନେଟରୁ ମିଳିଛି ଛୁଟି । ଅସୁସ୍ଥତା କାରଣରୁ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କୁ ସରକାରରୁ ବାହାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଶ୍ରମରାଜ୍ୟ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ମଧ୍ୟ ନିଜ ଆଡୁ ଇସ୍ତଫା ଦେଇଛନ୍ତି । ସେହିପରି ପଶ୍ଚିମବଙ୍ଗରୁ ମନ୍ତ୍ରୀ ଥିବା ଦେବଶ୍ରୀ ଚୌଧୁରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ରାଜ୍ୟରୁ ଅନ୍ୟ ସାଂସଦଙ୍କୁ ମନ୍ତ୍ରୀ କରାଯିବ ।

ସେହିଭଳି 3 ଜଣଙ୍କୁ ମିଳିବ କ୍ୟାବିନେଟ ପାହ୍ୟା । ସେମାନଙ୍କ ମଧ୍ୟରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଗୃହରାଷ୍ଟ୍ର ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଓ ପୁରୁଷତ୍ତୋମ ଋପାଲା । ଆଜି ମୋଟ 43 ଜଣ ନୂଆ ମନ୍ତ୍ରୀ ଭାବେ ଶପଥ ନେବେ । ଯେଉଁମାନଙ୍କ ମଧ୍ୟରେ ନୂଆ ଓ ପୁରୁଣା ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.