ହାଇଦ୍ରାବାଦ: ପାଣିପାଗ ବିଶେଷଜ୍ଞ ଏବଂ ବୃଷ୍ଟିପାତ ସଂର୍ପକିତ ତଥ୍ୟ ସଂଗ୍ରହକାରୀ ବେସରକାରୀ ସଂସ୍ଥାର କହିବା ଅନୁସାରେ ଜାନୁଆରୀ ମାସରେ ବୃଷ୍ଟିପାତର ପ୍ରାଥମିକ କାରଣ ହେଉଛି ଲା-ନିନା ନାମକ ସାମୁଦ୍ରିକ ବାୟୁମଣ୍ଡଳର ପ୍ରଭାବ । ଏହି କାରଣରୁ ଅନ୍ତତଃ ତିନିଟି ଦକ୍ଷିଣ ଭାରତୀୟ ରାଜ୍ୟରେ ସ୍ବାଭାବିକ ବୃଷ୍ଟିପାତ ତୁଳନାରେ 1,000 ପ୍ରତିଶତରୁ ଅଧିକ ବୃଷ୍ଟିପାତ ହୋଇଛି। ଏ ର୍ବଷ ଜାନୁଆରୀ 1 ରୁ 16 ତାରିଖ ମଧ୍ୟରେ ତାମିଲନାଡୁରେ ର୍ସବାଧିକ 136.3 ମିମି. ବୃଷ୍ଟିପାତ ହୋଇଛି ଏବଂ ତା ପଛକୁ କେରଳରେ 102.1 ମି.ମି., ର୍କଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାରେ ଯଥାକ୍ରମେ 22 ମି.ମି., 15 ମି.ମି. ଏବଂ 1.7 ମି.ମି. ବୃଷ୍ଟିପାତ ହୋଇଛି।
କେରଳରେ ବୃଷ୍ଟିପାତର ହାର ସ୍ବାଭାବିକ ବୃଷ୍ଟିପାତ ତୁଳନାରେ ର୍ସବାଧିକ 2,073 ପ୍ରତିଶତ ରହିଥିଲା । ତା ପଛକୁ ର୍କଣ୍ଣାଟକରେ 1,365, ତାମିଲନାଡୁରେ 1.008 ଏବଂ ଆନ୍ଧ୍ର ପ୍ରଦେଶରେ 150 ପ୍ରତିଶତ ରହିଥିଲା । ତେଲଙ୍ଗାନା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠି ଜାନୁଆରୀ ମାସର ବୃଷ୍ଟିପାତ ପରିମାଣ ଏ ର୍ପଯ୍ୟନ୍ତ ତୁଳନାତ୍ମକ ଭାବେ ଖୁବ୍ କମ ରହିଛି। ଜାନୁଆରୀରେ ସ୍ବାଭାବିକ ବୃଷ୍ଟିପାତ 5.4 ମି.ମି. ରହିଥିବା ବେଳେ ଏ ର୍ବଷ ଏହା 68 ପ୍ରତିଶତ କମ୍ ରହିଛି।
ଜାନୁଆରୀ ମାସରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, କେରଳ, ଏବଂ ର୍କଣ୍ଣାଟକରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ଯଥାକ୍ରମେ 6.1 ମି.ମି., 5.4 ମି.ମି., 4.7 ମି.ମି. ଏବଂ 1.5 ମି.ମି. ରହିଥାଏ । ଏବେ ଦକ୍ଷିଣାଞ୍ଚଳର ରାଜ୍ୟ ସମୂହରୁ ଉତ୍ତର ପୂର୍ବ ମୌସୁମୀ ବାୟୁର ପ୍ରତ୍ୟାର୍ବତ୍ତନ ସମୟ ହୋଇଥିବାରୁ ବିଶେଷଜ୍ଞମାନଙ୍କ ମତରେ, 1921 ମସିହା ପରଠାରୁ, ଏ ର୍ବଷର ଜାନୁଆରୀ ମାସରେ, ତାମିଲନାଡୁରେ ର୍ସବାଧିକ ନହେଲେ ମଧ୍ୟ. ହୁଏତ ଦ୍ବିତୀୟ ର୍ସବାଧିକ ବୃଷ୍ଟିପାତ ହୋଇପାରେ ‘ଚେନ୍ନାଇ ରେନ୍ ସ୍ ’ ଶୀର୍ଷକ ତାଙ୍କ ହ୍ୟାଣ୍ଡଲରେ ସେ ଅପ୍ ଲୋଡ୍ କରିଥିବା ଏକ ଭିଡିଓରେ ଚେନ୍ନାଇର ଅନ୍ୟତମ ଅଗ୍ରଣୀ ପାଣିପାଗ ବିଶେଷଜ୍ଞ ଏବଂ ବ୍ଲଗ୍ ଲେଖକ କେ. ଶ୍ରୀକାନ୍ତ ପୋଙ୍ଗଲ ପ୍ରବଳ ର୍ବଷା ହେବ ବୋଲି ପୂର୍ବାନୁମାନ କରିଥିଲେ । ଅନ୍ତତଃ ମାସକ ଆଗରୁ 2020 ଡିସେମ୍ବର 11 ତାରିଖରେ ସେ ଏହି ଅନୁମାନ ପ୍ରକାଶ କରିଥିଲେ ।
ଶ୍ରୀକାନ୍ତ କହନ୍ତି, “ଲା-ନିନା ପ୍ରଭାବରେ ସବୁ ର୍ବଷ ଯେ ସ୍ବାଭାବିକତା ତୁଳନାରେ ଅତ୍ୟଧିକ ର୍ବଷା ହେବ ତାହା ଜରୁରୀ ନୁହେଁ। ଲା-ନିନା ପ୍ରଭାବିତ ର୍ବଷମାନଙ୍କରେ ଉତ୍ତର ପୂର୍ବ ମୌସୁମୀର ବିଳମ୍ବିତ ପ୍ରତ୍ୟାର୍ବତ୍ତନ ସ୍ବାଭାବିକ କଥା । ହେଲେ ଏହା ଆଦୌ ପ୍ରତିର୍ବଷ ସଂଘଟିତ ହେବ ନାହିଁ । 1921 ମସିହାର ଜାନୁଆରୀ ମାସରେ ତାମିଲନାଡୁରେ ର୍ସବାଧିକ 141.2 ମି.ମି. ର୍ବଷା ରେର୍କଡ କରାଯାଇଥିଲା ଏବଂ ତାହା ଥିଲା ଏଲ-ନିନା ପ୍ରଭାବିତ ର୍ବଷ ।” ବୃଷ୍ଟିପାତର ଅନ୍ତରାଳକୁ ବିଚାରକୁ ନେଲେ, ବୃଷ୍ଟିପାତ ର୍ପଯ୍ୟବେକ୍ଷକମାନଙ୍କ ମତରେ ଏହା ପାଣିପାଗର ଚରମ ପ୍ରକରଣ ଯୋଗୁଁ, ଅର୍ଥାତ୍ ଗ୍ରୀଷ୍ମରେ ଅଧିକ ଗରମ ଏବଂ ର୍ବଷା ଋତୁରେ ଅତ୍ୟଧିକ ବୃଷ୍ଟିପାତ କିମ୍ବା ଉଭୟ କାରଣରୁ ହେଉଛି ଏବଂ ଏହା ବିଭିନ୍ନ ମହାସାଗରର ଉଷ୍ମତା ବୃଦ୍ଧିର ପରିପ୍ରକାଶ ।
ସେ କହିଲେ, “ଆରବ ସାଗର ଏବଂ ବଙ୍ଗୋପସାଗର ବିଶ୍ବର ର୍ସବାଧିକ ଉତ୍ତପ୍ତ ଜଳାଶୟ ଏବଂ ଏହି କାରଣରୁ ଭାରତୀୟ ଉପମହାଦେଶରେ ଏଭଳି ଘଟଣା ବାରମ୍ବାର ଘଟିବ ଏବଂ ଏହାର ପୁନରାବୃତ୍ତି ହାର ହ୍ରାସ ପାଇବା ସମ୍ଭାବନା କମ୍ ।” ଶ୍ରୀକାନ୍ତଙ୍କ ସହିତ ଏକମତ ହୋଇ ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଥିବା ଆଞ୍ଚଳିକ ଝଡ଼ ବାତ୍ୟା ସର୍ତକତା କେନ୍ଦ୍ରର ନିର୍ଦ୍ଦେଶକ ଏନ୍ . ପୁଭିୟାରାସନ କହନ୍ତି ଯେ ବିଶ୍ବ ପାଣିପାଗର ପ୍ରଭାବ ସହିତ ଅସ୍ବାଭାବିକ ବୃଷ୍ଟିପାତର ପ୍ରତ୍ୟକ୍ଷ ସଂର୍ପକ ରହିଛି ।
ସେ କହନ୍ତି, “ଡିସେମ୍ବର 2020ରେ ଲା-ନିନାର ନକାରାତ୍ମକ ସୂଚକାଙ୍କ ଶୀର୍ଷରେ ପହଞ୍ଚିଲା ଏବଂ ଏହି କାରଣରୁ ପୂର୍ବ ଦିଗରୁ ପ୍ରବଳ ପବନ ପ୍ରବାହିତ ହେଲା । ଆମ ପାଣିପାଗର ଏହି ପଦ୍ଧତି ଇଣ୍ଡୋନେସିଆ ପାଖରୁ ଆରମ୍ଭ ହୁଏ । ଏଠାରେ ସାଗର ପୃଷ୍ଠର ତାପମାତ୍ରା ଉଷ୍ମ ରହିଥାଏ ଏବଂ ଉଷ୍ମ ପାଣି ଯୋଗୁଁ ଦକ୍ଷିଣାଞ୍ଚଳର, ତାମିଲନାଡୁର ବାୟୁମଣ୍ଡଳରେ ଆର୍ଦ୍ରତା ପହଞ୍ଚିଥାଏ ।”
ପରର୍ବତ୍ତୀ ର୍ବଷରେ ଏହା ପୁଣି ଘଟିବାର ସମ୍ଭାବନା ସଂର୍ପକରେ ପୁଭିୟାରାସନ ଏହା ମଧ୍ୟ ଯେ, ଏ ର୍ବଷ ଭଳି ଆସନ୍ତା ର୍ବଷର ଜାନୁଆରୀ ମାସ ଯେ ଶତାବ୍ଦୀର ଅନ୍ୟତମ ସବୁଠାରୁ ଅଧିକ ବୃଷ୍ଟିପାତ ଘଟିଥିବା ଜାନୁଆରୀ ହେବ, ସେ ସମ୍ଭାବନା ନାହିଁ। ଏ ର୍ବଷର ଜାନୁଆରୀ ତାମିଲନାଡୁ ପାଇଁ ଶତାବ୍ଦୀର ର୍ସବାଧିକ ର୍ବଷା ହୋଇଥିବା ଜାନୁଆରୀରେ ପରିଣତ ହୋଇଥିଲା । କାରଣ, ତଥ୍ୟରୁ ଜଣାପଡେ ଯେ 1921 ମସିହା ଜାନୁଆରୀରେ ଏଠାରେ ର୍ସବାଧିକ 141.2 ମି.ମି. ବୃଷ୍ଟିପାତ ହୋଇଥିଲା ।
ଏଲ୍ ନିନୋ ଏବଂ ଲା ନିନା କ’ଣ ?
ଏଲ୍ ନିନୋ ଏବଂ ଲା ନିନା ହେଉଛନ୍ତି, ପ୍ରାକୃତିକ ଉପାୟରେ ସଂଘଟିତ ତଥା ଏକ ଜଟିଳ ବିଶ୍ବ ପାଣିପାଗ ଚକ୍ର ସଂର୍ପକିତ ଦୁଇଟି ବିପରୀତ ଅର୍ଥବୋଧକ ପଦ । ଏହି ପାଣିପାଗ ଚକ୍ର ‘ଏଲ୍ ନିନୋ ସର୍ଦଣ୍ଣ ଓସିଲେସନ’ (ENSO) ନାମରେ ପରିଚିତ । ସ୍ପେନୀୟ ଭାଷାରେ ‘ଏଲ୍ ନିନୋ’ର ଅର୍ଥ ଶିଶୁ ବାଳକ ଏବଂ ଖ୍ରୀଷ୍ଟମାସ ପାଖାପାଖି ସମୟରେ ଏହା ସଂଘଟିତ ହେଉଥିବାରୁ ଏହାର ଏଭଳି ନାମକରଣ କରାଯାଇଛି। ଏହିସମୟରେ, ବିଷୁବ ରେଖା ସମୀପର୍ବତ୍ତୀ ପ୍ରଶାନ୍ତ ମହାସାଗରର ଜଳ.ପ୍ରତି ତିନି ରୁ ସାତ ର୍ବଷରେ ଥରେ ଅସ୍ବାଭାବିକ ଭାବେ ଗରମ ହୋଇଥାଏ ଏବଂ ଏହି ସ୍ଥିତି 18 ମାସ ର୍ପଯ୍ୟନ୍ତ ଲାଗିରହିପାରେ । ସ୍ପେନୀୟ ଭାଷାରେ ‘ଲା ନିନା’ର ଅର୍ଥ ଛୋଟ ଝିଅ, ଏଲ୍ ନିନୋର ବିପରୀତାର୍ଥକ ପଦ । ଏହା ସେହି ସମାନ ପ୍ରଶାନ୍ତ ମହାସାଗର ଅଞ୍ଚଳର ଜଳ ଅସ୍ବାଭାବିକ ଭାବେ ଥଣ୍ଡା ହୋଇଯିବାକୁ ବୁଝାଏ ।
ଲା ନିନା କ’ଣ ?
ଲା ନିନା ସମୟରେ, ସମଗ୍ର କ୍ରାନ୍ତି ମଣ୍ଡଳୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭୂପୃଷ୍ଠରେ ପ୍ରବାହିତ ବାୟୁ ସ୍ବାଭାବିକତା ତୁଳନାରେ ପ୍ରଖର ହୋଇଥାଏ । ଏହି ସମୟରେ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅଧିକାଂଶ ଭାଗ ହାରାହାରି ଶୀତଳତା ତୁଳନାରେ କମ୍ ଶୀତଳ ହୋଇଥାଏ । ଇଣ୍ଡୋନେସିଆରେ ବୃଷ୍ଟିପାତ ଅଧିକ ହୋଇଥାଏ, କାରଣ ସେଠାରେ ପାଣି ଉଷ୍ମ ଥାଏ ଏବଂ କେନ୍ଦ୍ରୀୟ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଥଣ୍ଡା ଥିବାରୁ ସେଠାରେ ଏହି ଉଷ୍ମତା ହ୍ରାସ ପାଇଥାଏ । ଇଣ୍ଡୋନେସିଆ ଅଞ୍ଚଳରେ ବାୟୁ ପ୍ରବାହ ଊର୍ଦ୍ଧ୍ବଗାମୀ ହୁଏ ଏବଂ ଭୂପୃଷ୍ଠର ଚାପ ହ୍ରାସ ପାଏ । କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରରେ ଜଳ ଶୀତଳ ରହିଥିବାରୁ ସେଠାରେ ବାୟୁପ୍ରବାହ ନିମ୍ନଗାମୀ ହୋଇଥାଏ ।
ଏଲ୍ ନିନୋ କ’ଣ ?
ଏଲ ନିନୋ ସମୟରେ, ସମଗ୍ର କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭୂପୃଷ୍ଠରେ ପ୍ରବାହିତ ବାୟୁ ସ୍ବାଭାବିକ ତୁଳନାରେ ଦୁର୍ବଳ ଥାଏ । କେନ୍ଦ୍ରୀୟ ଓ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ହାରାହାରି ତାପମାତ୍ରା ତୁଳନାରେ ଅଧିକ ଉଷ୍ମ ରହିଥାଏ । ଏହିସମୟରେ ଇଣ୍ଡୋନେସିଆରେ ହାରାହାରି ତୁଳନାରେ କମ୍ ବୃଷ୍ଟିପାତ ହୁଏ ଏବଂ କେନ୍ଦ୍ରୀୟ କିମ୍ବା ପୂର୍ବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ହାରାହାରି ତୁଳନାରେ ଅଧିକ ବୃଷ୍ଟିପାତ ହୁଏ । କେନ୍ଦ୍ରୀୟ କିମ୍ବା ପୂର୍ବ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଝଡ଼ବାତ୍ୟା ଏବଂ ବୃଷ୍ଟିପାତ ସହ ସଂର୍ପକିତ ଊର୍ଦ୍ଧ୍ବଗାମୀ ବାୟୁପ୍ରବାହ ଗତିଶୀଳ ହୁଏ ଏବଂ ସେଠାରେ ଭୂପୃଷ୍ଠର ଚାପ ହାରାହାରି ତୁଳନାରେ ହ୍ରାସ ପାଇବାରେ ଲାଗେ । ଇଣ୍ଡୋନେସିଆ ଅଞ୍ଚଳରେ ବାୟୁ ପ୍ରବାହର ସଂକୋଚନନ କାରଣରୁ ଭୂପୃଷ୍ଠ ଚାପ ଏବଂ ଶୁଷ୍କତା ମଧ୍ୟ ବୃଦ୍ଧିପାଏ ।
ଆର. ପ୍ରିନ୍ ସ ଜେବାକୁମାର, ହାଇଦ୍ରାବାଦ
ସୂତ୍ର: ଭାରତୀୟ ପାଣିପାଗ ବିଭାଗ/ୟୁଏସ୍