ETV Bharat / bharat

ପ୍ରସାଦ ପରି ଭୁତାଣୁ ବାଣ୍ଟିବେ କୁମ୍ଭ ଫେରନ୍ତା: ମୁମ୍ବାଇ ମେୟର - କୁମ୍ଭ ମେଳା

କୁମ୍ଭ ମେଳାରେ ଅଂଶ ଗ୍ରହଣ ପାଇଁ ଯାଇଥିବା ଶ୍ରଦ୍ଧାଳୁ ହିଁ ଗୋଷ୍ଠୀ ତଥା ସମୂହ ସଂକ୍ରମଣ ପାଇଁ ଦାୟୀ ରହିବେ ବୋଲି କହିଲେ ମୁମ୍ବାଇ ମେୟର । ଅଧିକ ପଢନ୍ତୁ.....

ପ୍ରସାଦ ପରି ଭୁତାଣୁ ବାଣ୍ଟିବେ କୁମ୍ଭ ଫେରନ୍ତା: ମୁମ୍ବାଇ ମେୟର

author img

By

Published : Apr 18, 2021, 6:09 PM IST

ମୁମ୍ବାଇ: କୁମ୍ଭ ମେଳାରେ ଅଂଶ ଗ୍ରହଣ ପାଇଁ ଯାଇଥିବା ଶ୍ରଦ୍ଧାଳୁ ହିଁ ଗୋଷ୍ଠୀ ତଥା ସମୂହ ସଂକ୍ରମଣ ପାଇଁ ଦାୟୀ ରହିବେ । ସେଠାରୁ ଫେରି ସେମାନେ ପ୍ରସାଦ ବାଣ୍ଟିବା ପରି ସଂକ୍ରମଣ ବାଣ୍ଟିବେ ବୋଲି କହିଛନ୍ତି ମୁମ୍ବାଇ ମେୟର କିଶୋରୀ ପେଡନେକର । ସେ ଆହୁରି ମଧ୍ୟ କହିଛନ୍ତି କୁମ୍ଭରୁ ଫେରିବା ପରେ ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ । ନଚେତ ସଂକ୍ରମଣ ଉପରେ କାବୁ ପାଇବା ପ୍ରାୟତଃ ସମ୍ଭବ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

କିଶୋରୀ କହିଛନ୍ତି କୁମ୍ଭମେଳାରେ ବିପୁଳ ସଂଖ୍ୟାରେ କୋରୋନା ସଂକ୍ରମିତ ରହିଥିବା ତଥ୍ୟ ମିଳିଛି । ତେବେ ଏପରିସ୍ଥଳେ ଦେଶରେ କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ କୁମ୍ଭମେଳା ସେ ଆଶଙ୍କାକୁ ବହୁଗୁଣିତ କରିଛି । ତେଣୁ କୁମ୍ଭରେ ଭାଗ ନେଇ ମୁମ୍ବାଇ ଫେରିବାକୁ ଥିବା ବ୍ୟକ୍ତି ବିଶେଷଙ୍କୁ ନିଜ ଖର୍ଚ୍ଚରେ ସଙ୍ଗରୋଧରେ ରହିବାକୁ ପଡିବ । ଆବଶ୍ୟକ ପଡିଲେ ତାଙ୍କ ସହ ସଂଷ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ଠାରେ ମଧ୍ୟ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବ ।

ସେହିପରି ମହାରାଷ୍ଟ୍ରରେ କୋରୋନା ସଂକ୍ରମଣର କରାଳ ରୂପ ସାମ୍ନାକୁ ଆସିବାରେ ଲାଗିଛି । ରାଜ୍ୟ ସମେତ ମୁମ୍ବାଇ ସହରରେ ମଧ୍ୟ ସଂକ୍ରମଣ ଶୀର୍ଷ ସ୍ତରରେ ପହଞ୍ଚିଛି ।ବର୍ତ୍ତମାନ ପରି ଘଡିସନ୍ଧି ମୁହୁର୍ତ୍ତରେ କୁମ୍ଭମେଳାରେ ଭାଗ ନେଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ସେ ଏହି ଘଟଣା ପାଇଁ ବିଜେପି ସରକାରକୁ ମଧ୍ୟ ଦାୟୀ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.