ETV Bharat / bharat

କୁକି ସମ୍ପ୍ରଦାୟ ପାଇଁ ମଣିପୁରରେ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଦାବି

ମଣିପୁରରେ କୁକିଙ୍କ ପାଇଁ ଅଲଗା ପ୍ରଶାସନ ସୃଷ୍ଟି କରିିବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ବିଶେଷ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 8:40 AM IST

କୁକି ସମ୍ପ୍ରଦାୟ ପାଇଁ ମଣିପୁରରେ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଦାବି
କୁକି ସମ୍ପ୍ରଦାୟ ପାଇଁ ମଣିପୁରରେ ଅଲଗା କେନ୍ଦ୍ରଶାସିତ ଅଞ୍ଚଳ ଦାବି

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ହେଲାଣି ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଲାଗି ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶତ ଚେଷ୍ଟା ରାଜ୍ୟରେ ଶାନ୍ତି ଫେରାଇ ପାରୁନି । ସେଥିପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ମଣିପୁରରେ କୁକି ସମ୍ପ୍ରଦାୟ ପାଇଁ ପୃଥକ ଅଞ୍ଚଳ ଗଠନ କରିବାକୁ ସମ୍ଭାବନା ଗୁଡ଼ିକର ତର୍ଜମା କରୁଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟର ବିଶେଷ ସୂତ୍ରରୁ ସୂଚନା ମିଳିଛି ।

"ତେବେ ଏହା ଏକ ଜଟିଳ ପ୍ରସଙ୍ଗ । ହିଂସାଗ୍ରସ୍ତ ରାଜ୍ୟରେ ସ୍ଥିତି ସ୍ବାଭାବିକ କରିବାକୁ ଗୃହ ମନ୍ତ୍ରଣାଳୟ ସବୁ ପ୍ରକାର ସମ୍ଭାବନା ଗୁଡିକର ଯାଞ୍ଚ କରୁଛି" ବୋଲି ସମ୍ପୃକ୍ତ ସୂତ୍ର ଇଟିଭି ଭାରତକୁ କହିଛନ୍ତି । କହିରଖୁଛୁ କି, ମେ' ୩ରୁ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହେବାର ପରଠୁ କୁକି ସମ୍ପ୍ରଦାୟ ଚୁରାଚାନ୍ଦପୁର, କାଙ୍ଗପୋକପି, ଚାନ୍ଦେଲ, ତେଙ୍ଗନୌପାଲ ଓ ଫେରଜାୱଲ ଆଦି ୫ଟି ଜିଲ୍ଲାକୁ ନେଇ ସେମାନଙ୍କ ପାଇଁ ଅଲଗା ପ୍ରଶାସନ ପାଇଁ ଦାବି କରିଆସୁଛନ୍ତି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ବେଳେ କୁକି-ଜୋ(Kuki-Zo) ଉଗ୍ରବାଦୀ ସଂଗଠନ ସମୂହ ମଧ୍ୟ ପୁଡୁଚେରୀ ମଡେଲ୍‌ ଭଳି କୁକି ଜନଜାତିଙ୍କ ପାଇଁ ମଣିପୁରରେ ଏକ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଦାବି ଜଣାଇଥିଲା ।

ଏହାମଧ୍ୟ ପଢନ୍ତୁ: Manipur: ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଦୁଇଟି ପଡୋଶୀ ଦେଶର ଆତଙ୍କବାଦୀଙ୍କ ସହ ଥିଲା ସମ୍ପର୍କ !

କୁକି ଉଗ୍ରବାଦୀ ସମୂହ ୨୦୦୮ରେ ଭାରତ ସରକାରଙ୍କ ସହ ସ୍ବାକ୍ଷରିତ ହୋଇଥିବା ଏସଓୟୁରେ ଅଛନ୍ତି । କୁକି ନେତା ହାଓକିପ କହିଛନ୍ତି, "ଆମ ସମ୍ପ୍ରଦାୟ ପାଇଁ ପୃଥକ ଅଞ୍ଚଳ ସୃଷ୍ଟି ହେଲେ ରାଜ୍ୟରେ ହିଂସା ବନ୍ଦ ହୋଇପାରିବ । କୁକି ଲୋକଙ୍କ ପାଇଁ ଅଲଗା ପ୍ରଶାସନ ଗଠନ କରିବାକୁ ଆମ ଦୀର୍ଘ ଦିନରୁ ଦାବି କରିଆସୁଛୁ । ସେପ୍ଟେମ୍ବର ୧ରେ ଉତ୍ତର ପୂର୍ବ ରାଜ୍ୟର ସ୍ବତନ୍ତ୍ର ସଚିବ ଏ.କେ ମିଶ୍ରଙ୍କ ସହ ଦିଲ୍ଲୀଠାରେ ବୈଠକ ବେଳେ କୁକି-ଜୋ ସଂଗଠନ ଏହି ଦାବି ସମ୍ପର୍କିତ ଏକ ଚାର୍ଟର ମଧ୍ୟ ଦାଖଲ କରିଥିଲା । ତେବେ ଏନେଇ ଜୁଲାଇରୁ ଉଭୟ ପକ୍ଷ (ଭାରତ ସରକାରଙ୍କ ପ୍ରତିନିଧି ଓ କୁକି ସମୂହ ନ୍ୟାସନାଲ ଅର୍ଗାନାଇଜେସନ ଓ ୟୁନାଇଟେଡ ପିପୁଲ୍ସ ଫ୍ରଣ୍ଟ୍‌) ମଧ୍ୟରେ ୪ ରାଉଣ୍ଡ ଆଲୋଚନା ହୋଇସାରିଛି ।"

ଜଣେ କୁକି ନେତା ଏହି ଦାବିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ପୁଡୁଚେରୀ ମଡେଲର ଉଦାହରଣ ଦେଇ କହିଛନ୍ତି, "ଯେଉଁ ୫ଟି ଜିଲ୍ଲାକୁ ନେଇ ଅଲଗା ପ୍ରଶାସନ ଦାବି କରାଯାଉଛି ସେଗୁଡିକ ପରସ୍ପରର ନିକଟବର୍ତ୍ତୀ ନୁହଁନ୍ତି । ତେଙ୍ଗନୌପାଲ ଓ ଚାନ୍ଦେଲ ରାଜ୍ୟର ପୂର୍ବ ଓ ଉତ୍ତର-ପୂର୍ବରେ ଅବସ୍ଥିତ ଥିବାବେଳେ କାଙ୍ଗପୋକପି ଇମ୍ଫାଲ ନିକଟରେ ରହିଛି । ଭୌଗଳିକ ଦୃଷ୍ଟିରୁ ଦେଖିଲେ ପୁଡୁଚେରୀରେ ମଧ୍ୟ ସାମିଲ ଥିବା ୪ ଜିଲ୍ଲା ପରସ୍ପରର ପାଖାପାଖି ନୁହଁନ୍ତି । ସେଗୁଡ଼ିକ ତାମିଲନାଡ଼ୁ, କେରଳ ଓ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛନ୍ତି । ପୂର୍ବତଟରେ ପୁଡୁଚେରୀ ଜିଲ୍ଲା ଥିବାବେଳେ ପଞ୍ଚିମ ତଟର ମାହେ ଜିଲ୍ଲା ରହିଛି । ସେହିଭଳି ଭାବେ ମଣିପୁରର ୫ଟି ଜିଲ୍ଲାକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହୋଇପାରିବ ।"

ଅନ୍ୟପଟେ କୁକିଙ୍କ ପାଇଁ ଅଲଗା ପ୍ରଶାସନ ସୃଷ୍ଟି ଉପରେ ଉଭୟ ମୈତି ଓ ନାଗା ସମ୍ପ୍ରଦାୟ ଆପତ୍ତି ଉଠାଉଛନ୍ତି । ଏପରିକି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ସରକାର ମଧ୍ୟ ରାଜ୍ୟ ବିଭାଜନକୁ ବିରୋଧ କରୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.