ETV Bharat / bharat

କର୍ଣ୍ଣାଟକ ସରକାରଙ୍କ ଘୋଷଣା, କୋରୋନାରେ ଅନାଥ ପିଲାଙ୍କୁ ମିଳିବ ସହାୟତା

author img

By

Published : May 30, 2021, 1:37 PM IST

କୋରୋନାରେ ଅନାଥ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନା ଆରମ୍ଭ କଲେ କର୍ଣ୍ଣାଟକ ସରକାର । ଏହି ଯୋଜନା ମାଧ୍ୟମରେ ସମସ୍ତ ଅନାଥ ପିଲାଙ୍କୁ ଶିକ୍ଷା, ଥଇଥାନ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା କରାଯିବ । ଅଧିକ ପଢନ୍ତୁ...

କର୍ଣ୍ଣାଟକ ସରକାରଙ୍କ ଘୋଷଣା, କୋରୋନାରେ ଅନାଥ ପିଲାଙ୍କୁ ମିଳିବ ସହୟତା

ବେଙ୍ଗାଲୁରୁ: କୋରୋନାର ଦୁଇ ଦୁଇଟି ଲହରରେ ଉଜୁଡି ଯାଇଛି ଅନେକ ପରିବାର । ଅନ୍ୟ ରାଜ୍ୟ ପରି କର୍ଣ୍ଣାଟକରେ ମଧ୍ୟ ବହୁସଂଖ୍ୟକ ପିଲାଙ୍କୁ ଅନାଥ କରିଦେଇଛି ଏହି ଘାତକ ମହାମାରୀ । ଯାହାକୁ ଦୃଷ୍ଟିରେ ରଖି ସେହି ଅନାଥଙ୍କ ସହାୟତା ପାଇଁ ବଡ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । 'ମୁଖ୍ୟମନ୍ତ୍ରୀ ବାଲ୍ ସେବା ଯୋଜନା' ମାଧ୍ୟମରେ କୋରୋନାରେ ବାପା ମାଆ ହରାଇଥିବା ପିଲାଙ୍କୁ ମାସିକ 3 ହଜାର 500 ଟଙ୍କା ଷ୍ଟାଇପେଣ୍ଡ ଦେବାକୁ ଶନିବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦିରପ୍ପା ଘୋଷଣା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ୟେଦ୍ଦିରପ୍ପା କହିଛନ୍ତି, କେନ୍ଦ୍ର ସରକାର କୋରୋନାରେ ଅନାଥ ପିଲାଙ୍କ ଭରଣପୋଷଣ ପାଇଁ ରାଜ୍ୟକୁ ପରାମର୍ଶ ଦେବା ପରେ ଏହି ବାଲ ସେବା ଯୋଜନା ପ୍ରସ୍ତୁତ କରାଯାଇଛି । ଯୋଜନା ମାଧ୍ୟମରେ 10 ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଚାଇଲ୍ଡ କେୟାର ଅନୁଷ୍ଠାନରେ ଥଇଥାନ କରାଯିବ । ଏଥିସହ ସେମାନଙ୍କୁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, କିଟୁର ରାନୀ ଚେନ୍ନାମା ଆବାସିକ ବିଦ୍ୟାଳୟ ଏବଂ ମୋରାର୍ଜୀ ଦେଶାଇ ଆବାସିକ ବିଦ୍ୟାଳୟ ପରି ମଡେଲ ଆବାସିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ ଭର୍ତ୍ତି କରାଯିବ ।

ଉଚ୍ଚ ଓ ଧନ୍ଦାମୂଳକ ଶିକ୍ଷାଲାଭ ପାଇଁ ସହାୟତା କରିବାକୁ ଦଶମ ଶ୍ରେଣୀ ପୂରଣ କରିଥିବା ଏହି ପିଲାମାନଙ୍କୁ ରାଜ୍ୟ ସରକାର ମାଗଣା ଲାପଟପ୍ ଏବଂ ଟାବଲେଟ୍ ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ 21 ବର୍ଷ ଉର୍ଦ୍ଧ୍ବ ଅନାଥ ଯୁବତୀଙ୍କ ବିବାହ ଏବଂ ଉଚ୍ଚ ଶିକ୍ଷା ବାବଦରେ ଏକ ଲକ୍ଷ ଟଙ୍କା ସହାୟତା ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.