ETV Bharat / bharat

Karnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ମାମଲା

author img

By

Published : Aug 10, 2023, 9:35 PM IST

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ପ୍ରତ୍ୟାହୃତ ହେଲା କୋଭିଡ ନିୟମ ଉଲଙ୍ଘନ ମାମଲା । 2022ରେ କୋଭିଡ କଟକଣା ଭାଙ୍ଗି ସଭା ଆୟୋଜନ ଅଭିଯୋଗରେ ଏକାଧିକ କଂଗ୍ରେସ ନେତାଙ୍କ ବିରୋଧରେ ହୋଇଥିଲା ମାମଲା । ଅଧିକ ପଢନ୍ତୁ

Karnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ମାମଲା
Karnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ମାମଲାKarnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ବିରୋଧରେ ଜାରି ରହିଥିବା କୋଭିଡ ନିୟମ ଉଲଙ୍ଘନ ମାମଲା ଆଜି ପ୍ରତ୍ୟାହାର ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିଛି । 2022 ମସିହାରେ ଦେଶରେ କୋଭିଡ ଦ୍ବିତୀୟ ଲହର ସମୟରେ ତତ୍କାଳୀନ ବିରୋଧୀ ଦଳ କଂଗ୍ରେସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଦୁଇ ନେତା ଅଂଶଗ୍ରହଣ କରିଥିଲେ । ଏଥିରେ ଅନ୍ୟ କଂଗ୍ରେସ ନେତାଙ୍କ ସମେତ ହଜାର ହଜରା ଦଳୀୟ କର୍ମୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ସରକାର ଜାରି କରିଥିବା କୋଭିଡ ଗାଇଡ୍‌ଲାଇନ୍‌ ଉଲଙ୍ଘନ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିରେ ତତ୍କାଳୀନ ବିରୋଧୀ ଦଳ ନେତା ସିଦ୍ଧରମୈୟା ଓ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡି.କେ ଶିବ କୁମାରଙ୍କ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଥିଲା । ଅନ୍ୟ କିଛି କଂଗ୍ରେସ ନେତା ଓ କର୍ମୀ ମଧ୍ୟ ମାମଲା ଅଧୀନକୁ ଆସିଥିଲେ ।

Karnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ମାମଲା
Karnataka: ପ୍ରତ୍ୟାହୃତ ହେଲା ମୁଖ୍ୟମନ୍ତ୍ରୀ, ଉପମୁଖ୍ଯମନ୍ତ୍ରୀଙ୍କ ବିରୋଧରେ କୋଭିଡ ନିୟମ ଉଲଙ୍ଘନ ମାମଲା

ଆଜି ସରକାର ଗ୍ରହଣ କରିଥିବା ଏହି ମାମଲା ପ୍ରତ୍ୟାହାର ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ଆଇନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ.କେ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କହିଛନ୍ତି, ଏହି ମାମଲା ମଧ୍ୟରେ 9ଟି ଅପରାଧିକ ମାମଲା ରହିଥିଲା । କୋଭିଡ ନିୟମାବଳୀ ଓ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ଧାରା 144 ଉଲଙ୍ଘନ ନେଇ ଏହି ମାମଲା ରୁଜୁ କରାଯାଇଥିଲା । ଏହାକୁ ରାଜ୍ୟ କ୍ୟାବିନେଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ଅଶୋକ ପଠାନ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚୀତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-No Confidence Motion: ପ୍ରଥମରୁ କଣ କହିଲେ ପ୍ରଧାନମନ୍ତ୍ରୀ?

2022ରେ ଏହି ସଭା ଓ ପଦଯାତ୍ରା ବେଙ୍ଗାଲୁରୁରେ ଆୟୋଜନ କରାଯାଇଥିଲା । ଏଥିରେ ବିରୋଧୀ ଦଲ ନେତା ସିଦ୍ଧରମୈୟା, କର୍ଣ୍ଣାଟକ ପିସିସି ଅଧ୍ୟକ୍ଷ ଡି.କେ ଶିବ କୁମାର ଓ ଡି.କେଙ୍କ ସାଂସଦ ଭାଇ ଡି.କେ ସୁରେଶଙ୍କ ସମେତ ରାଜ୍ୟ କଂଗ୍ରେସର ଏକାଧିକ ନେତା ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ତହସିଲଦାର ଏନେଇ ଏହି ଅଭିଯୋଗ କରିବା ପରେ ଏହି ପ୍ରମୁଖ ନେତାଙ୍କ ବ୍ୟତୀତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ କୋଭିଡ ମହାମାରୀ ଅଧିନିୟମ (ପାଣ୍ଡାମିକ ଆକ୍ଟ୍‌)ରେ ପୋଲିସ ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.