ETV Bharat / bharat

କୃଷ୍ଣ ଜନ୍ମଭୂମି ମାମଲା: ମଥୁରାର ଇଦଗାହ ମସଜିଦରେ ସର୍ଭେକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି - ଗଦଗା ମସଜିଦରେ ସର୍ଭେ

Krishna Janmabhoomi land dispute: ମଥୁରାର ଇଦଗାହ ମସଜିଦରେ ସର୍ଭେକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି । ସ୍ବାଗତ କଲା ହିନ୍ଦୁପକ୍ଷ । ଅଧିକ ପଢନ୍ତୁ

କୃଷ୍ଣ ଜନ୍ମଭୂମି ମାମଲା: ମଥୁରାର ଇଦଗା ମସଜିଦରେ ସର୍ଭେକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି

author img

By ETV Bharat Odisha Team

Published : Dec 14, 2023, 3:54 PM IST

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଖାରଗୌରୀ ମନ୍ଦିର ମାମଲା ପରେ ଏବେ ମଥୁରାର କୃଷ୍ଣ ଜନ୍ମଭୂମି ମାମଲାରେ ବଡ ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ମଥୁରାର ଇଦଗାହ ମସଜିଦ ପରିସରରେ ସର୍ଭେ କରାଯିବାକୁ କୋର୍ଟ ଆଜି ଅନୁମତି ଦେଇଛନ୍ତି । କୋର୍ଟ-କମିଶନର ଏହି ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବେ । ହିନ୍ଦୁପକ୍ଷଙ୍କ ତରଫରୁ ମସଜିଦରେ ସର୍ଭେ ପାଇଁ ଅନୁମତି ଦେବାକୁ ଆବେଦନ ହୋଇଥିଲା ।

ହିନ୍ଦୁପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେବା ସହ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଜୈନ କହିଛନ୍ତି,‘‘ ମନ୍ଦିର ସଲଗ୍ନ ଏରିଆରେ ଥିବା ସାହି-ଇଦଗା ମସଜିଦ କ୍ୟାମ୍ପସରେ ସର୍ଭେ କରିବା ନେଇ କରାଯାଇଥିବା ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ କମିଶନରଙ୍କ ତତ୍ତ୍ବାବଧାନରେ ଏହି ସର୍ଭେ ହେବ । ଚଳିତ ମାସ 18 ତାରିଖରେ ଏହି ସର୍ଭେ ପ୍ରକ୍ରିୟା ପାଇଁ ଆକ୍ସନପ୍ଲାନ ପ୍ରସ୍ତୁତ ହେବ । ଏହା ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ । ଶାହି ଇଦଗା ମସଜିଦ ପରିସରରେ ଅନେକ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଓ ଚିତ୍ର ଆଦି ରହିଛି । ସର୍ଭେ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ତେଣୁ କୋର୍ଟଙ୍କ ଏହି ନିଷ୍ପତ୍ତି ସ୍ବାଗତଯୋଗ୍ଯ ।’’

ଏହା ମଧ୍ୟ ପଢନ୍ତୁ :-ଭାରି ପଡ଼ିଲା ରାଜ୍ୟସଭାରେ ହଙ୍ଗାମା: ଟିଏମସି ଏମପି ଡେରେକ ଓବ୍ରିଏନ୍ ଶୀତ ଅଧିବେଶନରୁ ସସପେଣ୍ଡ୍

ଅଭିଯୋଗ ଅନୁସାରେ, ମୋଗଲ ସମ୍ରାଟ ଔରଙ୍ଗଜେବ ଶ୍ରୀକୃଷ୍ଣ ଜନ୍ମଭୂମି ନିର୍ମିତ ପ୍ରାଚୀନ କେଶବନାଥ ମନ୍ଦିରକୁ ଧ୍ବଂସ କରି ୧୬୬୯-୭୦ ମସିହାରେ ସେହି ସ୍ଥାନରେ ଏହି ଇଦଗାହ ମସଜିଦ ନିର୍ମାଣ କରିଥିଲେ । ୧୭୭୦ ମସିହାରେ ମୋଗଲ ଓ ମରାଠାଙ୍କ ମଧ୍ୟମରେ ସଂଘର୍ଷ ହୋଇଥିଲା । ଯୁଦ୍ଧରେ ମରାଠାଙ୍କ ବିଜୟ ହୋଇଥିଲା । ଏହାପରେ ମରାଠାମାନେ ପୁଣିଥରେ ଏହିଠାରେ ମନ୍ଦିର ନିର୍ମାଣ କରିଥିଲେ । ହେଲେ ମୋଗଲ ପ୍ରତିଷ୍ଠା କରିଥିବା ମସଜିଦ ମନ୍ଦିର ଭଙ୍ଗାଯାଇ ନିର୍ମାଣ କରାଯାଇଥିଲା । ତେଣୁ ସେହି ପରିସରରେ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଓ ଚିତ୍ର ଏବେ ମଧ୍ୟ ରହିଛି ।

୧୯୩୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏହି ୧୩.୩୭ ଏକର ଜମି ବାରଣାସୀ ରାଜା କୃଷ୍ଣ ଦାସଙ୍କୁ ଆବଣ୍ଟନ କରିଥିଲେ । ଏହାବାଦ୍ ୧୯୫୧ରେ ଶ୍ରୀକଷ୍ଣ ଜନ୍ମଭୂମି ଟ୍ରଷ୍ଟ ଏହି ଜମି ଅଧିଗ୍ରହଣ କରିଥିଲା । ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀ ହରିଶଙ୍କର ଜୈନ କୃଷ୍ଣ ଜନ୍ମଭୂମି ପରିସରରୁ ମସଜିଦ ହଟାଇବା ପାଇଁ ଏହି ଆବେଦନ କରିଥିଲେ । । ଉତ୍ତର ପ୍ରଦେଶ ମଥୁରାରେ ପ୍ରାୟ 13 ଏକର ପରିମିତ ଜମିରେ ପ୍ରତିଷ୍ଠିତ କୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସ ପରିସର ନିକଟବର୍ତ୍ତୀ ସ୍ଥାନରେ ଶାହି ଇଦଗାହ ମସଜିଦ (Shahi Idgah Mosque) ରହିଛି । ଏହାକୁ ହଟାଇବା ପାଇଁ ଆବେଦନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.