ETV Bharat / bharat

କୃଷ୍ଣ ଜନ୍ମଭୂମିକୁ ମସଜିଦ ମୁକ୍ତ କରିବା ଆବେଦନର ଶୁଣାଣି, ରାୟ ସଂରକ୍ଷିତ

ଶ୍ରୀକୃଷ୍ଣ ଜନ୍ମଭୂମି ହକ୍ ଏବଂ ପରିସରକୁ ମସଜିଦ ମୁକ୍ତ କରିବା ପିଟିସନର ଶୁଣାଣି ହୋଇଛି । 4 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 16, 2020, 6:59 AM IST

କୃଷ୍ଣ ଜନ୍ମଭୂମିକୁ ମସଜିଦ ମୁକ୍ତ କରିବା ଆବେଦନର ଶୁଣାଣି, ରାୟ ସଂରକ୍ଷିତ
କୃଷ୍ଣ ଜନ୍ମଭୂମିକୁ ମସଜିଦ ମୁକ୍ତ କରିବା ଆବେଦନର ଶୁଣାଣି, ରାୟ ସଂରକ୍ଷିତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ମାଲିକାନା ହକ୍ ଏବଂ ପରିସରକୁ ମସଜିଦ୍ ମୁକ୍ତ କରିବା ମାମଲାରେ ବରିଷ୍ଠ ଡିଭିଜନ ଜଜ୍ କୋର୍ଟରେ ଶୁଣାଣି ହୋଇଛି । ମଙ୍ଗଳବାର ଅପରାହ୍ନ ଦୁଇଟା ପରେ 4 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଭଗବାନ କୃଷ୍ଣଙ୍କ ବଂଶଧର କହୁଥିବା ମନୀଷ ଯାଦବ କୋର୍ଟରେ 29 ଶହ ପୃଷ୍ଠାର ଆବେଦନ କରିଛନ୍ତି । ସିନିୟର ଡିଭିଜନ କୋର୍ଟ ଏହି ଆବେଦନକୁ ମଧ୍ୟ ଗ୍ରହଣ କରିଛନ୍ତି । ଡିସେମ୍ବର 22ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କୋର୍ଟରେ ଏକ ଘଣ୍ଟାର ବିତର୍କ ପରେ ବରିଷ୍ଠ ଡିଭିଜନ୍ ଜଜ୍ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି । ଏହି ଆବେଦନରେ ସୁନ୍ନି ୱାକ ଅଫ୍ ବୋର୍ଡ, ଶାହି ଇଦଗାହ କମିଟି, ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସନ୍ଥାନ ଏବଂ ଶ୍ରୀକୃଷ୍ଣ ସେବା ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଛନ୍ତି । ଆଡଭୋକେଟ୍ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ ଶ୍ରୀକୃଷ୍ଣ ଜନ୍ମଭୂମୀ ମାଲିକାନା ହକ୍ ତଥା ପରିସରକୁ ମଜସିଦ ମୁକ୍ତ ଦାବିରେ ଭଗବାନ କୃଷ୍ଣଙ୍କ ବଂଶଧର ମନୀଷ ଯାଦବଙ୍କ ପକ୍ଷରୁ ଆବେଦନ କରାଯାଇଛି । ମାମଲାକୁ ନେଇ କୋର୍ଟରେ ବିତର୍କ ହୋଇଥିଲା, ଏହା ପରେ ବରିଷ୍ଠ ଡିଭିଜନ୍ ଜଜ୍ ଏହି ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଆମର ଏକମାତ୍ର ଦାବି ହେଉଛି ଯେ ପୂର୍ବପୁରୁଷମାନେ କରିଥିବା ଭୁଲର ସଂଶୋଧନ ହେଉ । ମନ୍ଦିର ପରିସରକୁ ମାଲିକାନା ମୁକ୍ତ କରାଯାଉ ।

ଶ୍ରୀକୃଷ୍ଣ ଜନ୍ମଭୂମିକୁ ମାଲିକାନା ହକ ଏବଂ ପରିସରକୁ ମସଜିଦ ମୁକ୍ତ କରିବାକୁ ନେଇ ଶ୍ରୀକୃଷ୍ଣ ଭକ୍ତ ଅଜୟ ଗୋଏଲ, ବିରେନ୍ଦ୍ର ଅଗ୍ରୱାଲ, ଡାକ୍ତର କେଶବାଚାର୍ଯ୍ୟ, ବିଜୟେନ୍ଦ୍ର ପୋଇୟା ଏବଂ ଯୋଗେଶ ଉପାଧ୍ୟାୟ ଆବାଙ୍କ ପକ୍ଷରୁ 9ଟି ପିଟିସନ ଫାଇଲ ଦାଖଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.