କାଠମାଣ୍ଡୁ: ଭାରତ ସହ ସମ୍ପର୍କରେ ଆସିଥିବା ଭୁଲ ବୁଝାମଣାକୁ ଦୂର କରାଯାଇଥିବା କହିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଏବେ ଦୁଇ ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢିବା ଆବଶ୍ୟକ ।
ଓଲି କହିଛନ୍ତି ପଡୋଶୀଙ୍କ ମଧ୍ୟରେ ଭଲପାଇବା ଓ ସମସ୍ୟା ଲାଗିରହିଥାଏ । ଅନ୍ତରାଷ୍ଟ୍ରୀୟ ମିଡିଆକୁ ଦେଇଥିବା ସାକ୍ଷାତକାରରେ ଓଲି ସ୍ବୀକାର କରିଛନ୍ତି, ଦୁଇ ଦେଶ ମଧ୍ୟରେ ଗୋଟିଏ ସମୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଯାଇଥିଲା । ହେଲେ ଏହି ମାମଲାରେ ବେଶୀ କିଛି କହିନାହାନ୍ତି ଓଲି ।
ଗତ ମାସରେ ନେପାଳର ଜନସାଧାରଣଙ୍କୁ ସମ୍ବୋଧିତ କରି ଓଲି କହିଛନ୍ତି, ଭାରତ ସହ ସୀମା ବିବାଦକୁ ରାଷ୍ଟ୍ରନିୟିକ ମାଧ୍ୟମରେ ଐତିହାସିକ ଚୁକ୍ତି, ନକ୍ସା ଓ ଦସ୍ତାବିଜ ଆଧାରରେ ସମାଧାନ କରାଯିବ ।
ପିଏମ ଓଲି କହିଛନ୍ତି, ହଁ ଗୋଟିଏ ସମୟରେ ଦୁଇ ଦେଶ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇଯାଇଥିଲା । ହେଲେ ଏବେ ମାମଲା ସମାଧାନ ହୋଇଯିବ । ଆମକୁ ପଛ କଥା ଭୁଲି ଉତ୍ତମ ଭବିଷ୍ୟତ ପାଇଁ ଆଗକୁ ବଢିବାକୁ ପଡିବ ।