ETV Bharat / bharat

ସଂସଦ ବିଭ୍ରାଟ ମାମଲାରେ କୋଲକାତା ଲିଙ୍କ୍‌: ଭଡାରେ ରହୁଥିଲା ମୁଖ୍ୟ ଅଭିଯୁକ୍ତ ଲଳିତ ଝା

author img

By ETV Bharat Odisha Team

Published : Dec 14, 2023, 9:09 PM IST

Kolkata connection to Parliament security breach: ଭଡାରେ ରହୁଥିଲା ମୁଖ୍ୟ ଅଭିଯୁକ୍ତ ଲଳିତ ଝା । ଦିଲ୍ଲୀ କ୍ରାଇମବ୍ରାଞ୍ଚର ସୂଚନା ପରେ କୋଲକାତା ପୋଲିସ ଚଢାଉ । ଅଧିକ ପଢନ୍ତୁ

ସଂସଦ ବିଭ୍ରାଟ ମାମଲାରେ କୋଲକାତା ଲିଙ୍କ୍‌: ଭଡାରେ ରହୁଥିଲା ମୁଖ୍ୟ ଅଭିଯୁକ୍ତ ଲଳିତ ଝା
ସଂସଦ ବିଭ୍ରାଟ ମାମଲାରେ କୋଲକାତା ଲିଙ୍କ୍‌: ଭଡାରେ ରହୁଥିଲା ମୁଖ୍ୟ ଅଭିଯୁକ୍ତ ଲଳିତ ଝା

କୋଲକାତା: ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଏବେ କୋଲକାତା ଲିଙ୍କ୍‌ ସାମ୍ନାକୁ ଆସିଛି । କାରଣରେ ଗତ କିଛି ବର୍ଷ ହେବ କୋଲକାତାରେ ଭଡାରେ ରହି ଆସୁଥିଲା ଫେରାର ମୁଖ୍ୟ ଅଭିଯୁକ୍ତ ଲଳିତ ଝା । ଏହି ସୂଚନା ମିଳିବା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ କୋଲକାତା ପୋଲିସ ସହ ଯୋଗାଯୋଗ କରିଛି । ହେଲେ ଲଳିତ ଏବେ କୋଲକାତା ଛାଡି ସାରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଲଳିତ କିଛି ବର୍ଷ ହେବ କୋଲକାତାର ଲାଲବଜାର ଅନ୍ତର୍ଗତ ରବିନ୍ଦ୍ର ସାରଣୀ-218 ରେ ଏକ ଘର ଭଡା ନେଇ ରହିଆସୁଥିଲା । ତେବେ ସେ ଗତ କିଛି ବର୍ଷ ଧରି ରହୁଥିଲେ ସୁଦ୍ଧା କଣ କାମ କରୁଥିଲା ସେ ସମ୍ପର୍କରେ ସ୍ଥାନୀୟ ଲୋକେ କିଛି ସ୍ପଷ୍ଟ କରିପାରନାହାନ୍ତି । ଗତକାଲି ଦିଲ୍ଲୀ କ୍ରାଇମବ୍ରାଞ୍ଚ କୋଲକାତା ପୋଲିସକୁ ଏହି ସୂଚନା ଦେବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଲଳିତ କିଛି ଦିନ ହେବ ସେଠାରୁ ଚାଲିଯାଇଥିବା ଜଣାପଡିଛି । ଉକ୍ତ ଭଡା ଘରର ମାଲିକଙ୍କୁ ପୋଲିସ ଜେରା କରିଛି ।

ତେବେ ଘରର ମାଲିକଙ୍କ କହିବା ଅନୁସାରେ, ସେ କିଛି ବର୍ଷ ହେଲା ରହୁଥିଲେ ସୁଦ୍ଧା ତାଙ୍କର ପ୍ରାୟ ଲଳିତ ସହ ଦେଖାହୁଏ ନାହିଁ । ସେ ମାସ ଶେଷରେ ଅନଲାଇନ ପେମେଣ୍ଟରେ ଭଡା ଟଙ୍କା ପଠାଏ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଲଳିତର ଅଧିକ ମିଳାମିଶା ନଥିଲା । ପୁରୁଲିଆ ଜିଲ୍ଲାର ଏକ ଏନଜିଓରେ ସେ କାର୍ଯ୍ୟ କରୁଥିବା ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇଛି । ପଶ୍ଚିମବଙ୍ଗ 24-ପ୍ରଗଣା ଜିଲ୍ଲାର ଜଣେ ଛାତ୍ର ନିଲାକଶ ଅଚି (Nilaksha Aich) ଏହି ଏନଜିଓ ସହ ସମ୍ପୃକ୍ତ । ସେ ବିଧାନନଗର ସରକାରୀ କଲେଜର ଇଂରାଜୀ ହନର୍ସ ଛାତ୍ର ଭାବେ ଚିହ୍ନଟ ହୋଇଛନ୍ତି । ଅଭିଯୁକ୍ତ ଲଳିତ ତାଙ୍କ ମୋବାଇଲକୁ ସଂସଦ ବିଭ୍ରାଟର ଭିଡିଓ ପଠାଇଥିବା ମଧ୍ୟ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ ଘଟଣା: ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ ଅଫିସରେ ବଢିଲା ସୁରକ୍ଷା

ଯଦି ମୁଖ୍ୟ ଅଭିଯୁକ୍ତ ସେଠାରେ ଏନଡଜିଓରେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୁଏ, ତେବେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଟିମ କୋଲକାତା ଗସ୍ତ କରିପାରେ । ଅନ୍ୟପଟେ ଲଳିତର ଲୋକେସନ ଟ୍ରାକରୁ ମିଳିଥିବା ସୂଚନା ଅନୁସାରେ, ସେ ଶେଷଥର ପାଇଁ ରାଜସ୍ଥାନର ଏକ ସ୍ଥାନରେ ଥିବା ଜଣାପଡିଥିଲା । ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ରାଜସ୍ଥାନ ପୋଲିସ ଉକ୍ତ ଠିକଣାରେ ଚଢାଉ କରିଥିଲେ ସୁଦ୍ଧା ଅଭିଯୁକ୍ତ ସ୍ଥାନ ପରିବର୍ତ୍ତନ କରିସାରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.