ETV Bharat / bharat

କିଭଳି ଥିଲା Farmer Protest, ଦେଖନ୍ତୁ କେଉଁ ଦିନ କଣ ଘଟିଥିଲା ?

author img

By

Published : Nov 19, 2021, 7:02 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଦୀର୍ଘ ୧୪ ମାସ ହେଲା କୃଷକ ସଂଗଠନ ଗୁଡିକ ନୂତନ କୃଷି ଆଇନକୁ ରଦ୍ଦ କରିବାପାଇଁ ଦାବି କରି ଆନ୍ଦୋଳନ କରିଥିଲେ । ଦୀର୍ଘ ୧୪ ମାସ ଧରି ଚାଷୀ ଆନ୍ଦୋଳନରେ ସଡକରୁ ସଂସଦ ପର୍ଯ୍ୟନ୍ତ କଣ ଘଟିଛି

timeline of farmer protest on farm law know-when-what-happened
କି ଭଳି ରହିଥିଲା ଚାଷୀ ଆନ୍ଦୋଳନ, ଦେଖନ୍ତୁ କେଉଁ ଦିନ କଣ ଘଟିଥିଲା

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର (Farm laws repealed) କରିବା ନେଇ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ସଂସଦ ଅଧିବେଶନ (Parliament winter session) ରେ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସମସ୍ତ ପ୍ରକାରର କାର୍ଯ୍ୟ କରାଯିବ ବୋଲି ପିଏମ ମୋଦି ଘୋଷଣା କରିଛନ୍ତି ।

୧୪ ସେପ୍ଟେମ୍ବର ୨୦୨୦ ଯେଉଁ ଦିନ ସଂସଦରେ ନୂତନ କୃଷି ଆଇନର ଅଧ୍ୟାଦେଶକୁ ସଂସଦରେ ଉପସ୍ଥାପିତ କରାଯାଇଥିଲା । ୧୭ ସେପ୍ଟେମ୍ବରରେ ଏହି ଅଧ୍ୟଦେଶକୁ ଲୋକସଭା ଓ ୨୦ ସେପ୍ଟେମ୍ବରରେ ରାଜ୍ୟସଭାକୁ ପାରିତ କରାଯାଇଥିଲା । ଏହି ସମୟରେ କୃଷକଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିସାରିଥିଲା । ଖାସକରି ପଞ୍ଜାବରେ ଏହାର ପ୍ରଭାବ ଦେଶରେ ପ୍ରଥମେ ଦେଖାଦେଇଥିଲା । ଏହା ପରେ ସାରା ଦେଶରେ ବିଭିନ୍ନ ଅଞ୍ଚଳରେ ତିନୋଟି କୃଷି ଆଇନକୁ ବିରୋଧ କରାଯାଇଥିଲା ।

ଦେଖନ୍ତୁ ଚାଷୀ ଆନ୍ଦୋଳନରେ କେଉଁ ଦିନ କଣ ଘଟିଥିଲା:-

  1. ୧୪ ସେପ୍ଟେମ୍ବର ୨୦୨୦ : ନୂତନ କୃଷି ଆଇନକୁ ନେଇ ସଂସଦରେ ଅଧ୍ୟାଦେଶ
  2. ୧୭ ସେପ୍ଟେମ୍ବର ୨୦୨୦ : ନୂତନ କୃଷି ଅଧ୍ୟାଦେଶ ଲୋକସଭାରେ ପାରିତ
  3. ୨୦ ସେପ୍ଟେମ୍ବର ୨୦୨୦ : ରାଜ୍ୟସଭାରେ ପାରିତ
  4. ୨୪ ସେପ୍ଟେମ୍ବର ୨୦୨୦ : ପଞ୍ଜାବରେ କୃଷକମାନେ କଲେ ତିନି ଦିନ ରେଳରୋକ, ଆନ୍ଦୋଳନ
  5. ୨୭ ସେପ୍ଟେମ୍ବର ୨୦୨୦ : ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହେଲା
  6. ୩ ନଭେମ୍ବର ୨୦୨୦: ଦେଶବ୍ୟାପୀ କୃଷକଙ୍କ ଧର୍ମଘଟ
  7. ୧୩ ନଭେମ୍ବର ୨୦୨୦: କୃଷକ ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟ କଥାବାର୍ତ୍ତା ଆରମ୍ଭ
  8. ୨୫ ନଭେମ୍ବର ୨୦୨୦: କୃଷିକଙ୍କ 'ଦିଲ୍ଲୀ ଚାଲୋ' ଡାକରା
  9. ୨୬ ନଭେମ୍ବର ୨୦୨୦: ଦିଲ୍ଲୀରେ ଚାଷୀ ମାନେ ହେଲେ ଏକତ୍ର
  10. ୨୮ ନଭେମ୍ବର 2020 : ବୁରାଡିରେ କୃଷକକୁ ଏକତ୍ର ପାଇଁ ପ୍ରଶାସନର ମଞ୍ଜୁରୀ, ଯନ୍ତରମନ୍ତର ଯିବା ପାଇଁ ଅଡିବସିଲେ ଚାଷୀ
  11. ୩ ଡିସେମ୍ବର ୨୦୨୦: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ଆଲୋଚନା ଆରମ୍ଭ
  12. ୫ ଡିସେମ୍ବର ୨୦୨୦: ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବିଫଳ
  13. ୮ ଡିସେମ୍ବର ୨୦୨୦: କୃଷକଙ୍କ ଭାରତ ବନ୍ଦ ଡାକରା
  14. ୧୧ ଡିସେମ୍ବର ୨୦୨୦: ଭାରତୀୟ କୃଷକ ସଂଘ (BKU) ସୁପ୍ରିମକୋର୍ଟରେ ପହଞ୍ଚିଲା
  15. ୧୬ ଡିସେମ୍ବର ୨୦୨୦: କୃଷି ଆଇନକୁ ନେଇ କମିଟି ଗଠନ ପାଇଁ ସୁପ୍ରିମକୋର୍ଟ ଆଦେଶ
  16. ୨୧ ଡିସେମ୍ବର ୨୦୨୦: ଗୋଟିଏ ଦିନର ଆମରଣ ଅନଶନ
  17. ୩୦ ଡିସେମ୍ବର ୨୦୨୦: କୃଷକ ଓ କେନ୍ଦ୍ର ସରକାରଙ୍କ ଷଷ୍ଠ ଆଲୋଚନା
  18. ୪ ଜାନୁୟାରୀ ୨୦୨୧: କୃଷକ ଓ କେନ୍ଦ୍ର ସରକାର ମଧ୍ୟରେ ସପ୍ତମ ବୈଠକ
  19. ୧୧ ଜାନୁୟାରୀ ୨୦୨୧: ସୁପ୍ରିମକୋର୍ଟର ଆଦେଶରେ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ
  20. ୧୨ ଜାନୁୟାରୀ ୨୦୧21: ନୂତନ କୃଷି ଆଇନକୁ ସ୍ଥଗିତ କଲା ସୁପ୍ରିମକୋର୍ଟ, ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ
  21. ୨୬ ଜାନୁୟାରୀ ୨୦୨୧: ଟ୍ରାକ୍ଟର ରାଲିବେଳେ କୃଷକ ଓ ପୋଲିସ ମୁହାଁମୁହିଁ
  22. ୨୮ ଜାନୁୟାରୀ ୨୦୨୧: ଗାଜିପୁର ବର୍ଡରରେ କୃଷକଙ୍କୁ ହଟାଇବା ପାଇଁ ଉଦ୍ୟମ
  23. ୨ ଫେବୃୟାରୀ ୨୦୨୧: ପୋପ ସିଙ୍ଗର ରିହାନା କୃଷକଙ୍କ ସମର୍ଥନରେ କଲେ ଟ୍ବିଟ
  24. ୫ ଫେବୃୟାରୀ ୨୦୨୧: ଟୁଲକିଟ ମାମଲାର ପ୍ରବେଶ, ଦିଲ୍ଲୀରେ ମାମଲା ରୁଜୁ
  25. ୬ ଫେବୃୟାରୀ 2021 : ଦେଶସାରା କୃଷକଙ୍କ ୩ ଘଣ୍ଟା ଚକାଜାମ ଆନ୍ଦୋଳନ
  26. ୬ ମାର୍ଚ୍ଚ ୨୦୨୧: କୃଷକ ଆନ୍ଦଳନକୁ ୧୦୦ ଦିନ
  27. ୭ ଜୁଲାଇ: ସଂସଦ ନିକଟରେ 'କୃଷକ ସଂସଦ' କଲେ ଆନ୍ଦୋଳନକାରୀ
  28. ୭ ଅଗଷ୍ଟ ୨୦୨୧ ; କୃଷକ ନେତାଙ୍କ କୃଷକ ସଂସଦରେ ସାମିଲ ହେଲେ ୧୪ ବିରୋଧୀ ଦଳ
  29. ୨୮ ଅଗଷ୍ଟ ୨୦୨୧: କର୍ଣ୍ଣାଲରେ ଚାଷୀଙ୍କ ଉପରେ ଲାଠିଚାର୍ଜ
  30. ୫ ସେପ୍ଟେମ୍ବର ୨୦୨୧: ମୁଜାଫରନଗରରେ କୃଷକଙ୍କ ଆନ୍ଦୋଳନ
  31. ୩ ଅକ୍ଟୋବର ୨୦୨୧: ଲଖିମପୁର ଖେରୀ ହିଂସା
  32. ୮ ନଭେମ୍ବର ୨୦୨୧: ସଂସଦର ଶୀତକାଳୀନ ଅଧିବେଶନରେ କୃଷକଙ୍କ ଟ୍ରାକ୍ଟର ରାଲି ଘୋଷଣା
  33. ୧୯ ନଭେମ୍ବର ୨୦୨୧: ତିନୋଟି କୃଷି ଆଇନକୁ ପିଏମ ମୋଦିଙ୍କ ପ୍ରତ୍ୟାହାର ଘୋଷଣା

କଣ ଥିଲା ତିନୋଟି କୃଷି ଆଇନ ?

୧.କୃଷି ଦ୍ରବ୍ୟ ବ୍ୟାପାର ଏବଂ ବାଣିଜ୍ୟ (ସଂଶୋଧନ ଏବଂ ସୁବିଧା) ବିଧେୟକ, ୨୦୨୦ ଏହି ଆଇନ ଅନୁସାରେ ଚାଷୀ ସରକାରୀ ମଣ୍ଡି ବ୍ୟତିତ ବାହାର ମଣ୍ଡିରେ ମଧ୍ୟ ବିକ୍ରୟ କରିପାରିବ। ସରକାରଙ୍କ ଅନୁସାରେ ଚାଷୀ ନିଜ ଫସଲ କୌଣସି ବେସରକାରୀ ସଂସ୍ଥାକୁ ଉଚ୍ଚଦରରେ ବିକ୍ରୟ କରିପାରିବେ। ଏହି ଆଇନ ଯୋଗୁଁ କୃଷକଙ୍କ ବିକ୍ରୟ ବକଳ୍ପ ବୃଦ୍ଧି ପାଇବ।

୨.କୃଷି (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ଆଶ୍ବାସନା ଅନୁବନ୍ଧ ଏବଂ କୃଷି ସେବା ବିଧେୟକ, ୨୦୨୦ ଏହି ଆଇନ ଅନୁସାରେ ଚାଷୀ ନିଜ ଜମିକୁ କଣ୍ଟ୍ରାକ୍ଟ ଫର୍ମିଂ ପାଇଁ ଅନୁମତି ଦେବ । ସରକାର ଅନୁସାରେ ଚାଷୀ ଓ ଘରୋଇ କମ୍ପାନୀ ମଧ୍ୟରେ କଣ୍ଟ୍ରାକ୍ଟ ଫର୍ମିଂ ହୋଇପାରିବ।

୩. ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ, 2020- ଏହା ଅଧୀନରେ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ ଏବଂ ଆଳୁ ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ହଟାଗଲା । କଳାବଜାରକୁ ରୋକିବା ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଭଳି ପ୍ରତିବନ୍ଧକଗୁଡିକ ହଟାଇ ଦିଆଯାଇଛି ।

ସୂଚନାଥାଉକି ତିନୋଟି ନୂତନ କୃଷି ଆଇନକୁ ନେଇ ସରକାର ଓ ଆନ୍ଦୋଳନକାରୀଙ୍କ ଛକାପଞ୍ଝା ମଧ୍ୟରେ ଶେଷରେ ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ।

ତେବେ ଏହି ଘୋଷଣା ପଛରେ ଏକ ବିରାଟ ଜନଆନ୍ଦୋଳନ ଦେଖାଦେଇଛି। କୃଷକ ଓ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ପର୍ଯ୍ୟାୟର ଆଲୋଚନା ପରେ ମଧ୍ୟ କୌଣସି ନଷ୍କର୍ସ ବାହାରିପାରିନଥିଲା । ଶେଷରେ ଏହି ଆଇନକୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖିଥିଲେ ସରକାର । କିନ୍ତୁ ଆନ୍ଦୋଳନକାରୀମାନେ କୃଷି ଆଇନକୁ ରଦ୍ଦ କରିବା ପାଇଁ ଆନ୍ଦୋଳନ ଜାରି ରଖିଥିଲେ ଏବଂ ରଦ୍ଦ କରିବା ପାଇଁ ଅଡିବସିଥିଲେ। ଏ ସମସ୍ତ ଘଟଣାକୁ ନେଇ ଶେଷରେ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.