ETV Bharat / bharat

କାହିଁକି ଆସିଥିଲା ଗାନ୍ଧୀ-ବଚ୍ଚନ ପରିବାର ସମ୍ପର୍କରେ ତିକ୍ତତା, ଜାଣନ୍ତୁ... - rajiv gandhi

ଆପଣ ଜାଣନ୍ତି କି ଦେଶର ପ୍ରତିଷ୍ଠିତ ପରିବାର ଗାନ୍ଧୀ-ନେହେରୁ-ବଚ୍ଚନଙ୍କ ପରିବାର ମଧ୍ୟରେ ପୂର୍ବରୁ ରହିଥିଲା ସମ୍ପର୍କ । ମାତ୍ର ଏକ ଛୋଟିଆ ଘଟଣାକୁ ନେଇ 3 ପରିବାରର ଦ୍ବାର ପରସ୍ପର ପାଇଁ ସବୁ ଦିନ ଲାଗି ବନ୍ଦ ହୋଇଯାଇଥିଲା । ତେବେ ଜାଣନ୍ତୁ ଏମିତି କେଉଁ ଝଡ ଆସିଥିଲା, ଯାହାପରେ 3 ପରିବାରର ସମ୍ପର୍କରେ ତିକ୍ତତା ଆସିଥିଲା...

କାହିଁକି ଆସିଥିଲା ଗାନ୍ଧୀ-ବଚ୍ଚନ ପରିବାର ସମ୍ପର୍କରେ ତିକ୍ତତା, ଜାଣନ୍ତୁ...

author img

By

Published : Jul 5, 2021, 6:04 AM IST

ନୂଆଦିଲ୍ଲୀ: କଥାରେ ଅଛି ସମ୍ପର୍କର ଡୋରି ବହୁତ ଦୁର୍ବଳ ହୋଇଥାଏ । ଛୋଟ ଛୋଟ ଘଟଣା ପାଇଁ ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଏ । ଏଭଳି ଏକ ପରିସ୍ଥିତି ଆସିଥିଲା ପ୍ରତିଷ୍ଠିତ ପରିବାର ଗାନ୍ଧୀ-ନେହେରୁ-ବଚ୍ଚନଙ୍କ ପରିବାରରେ, ଫଳରେ ସବୁଦିନ ପାଇଁ ସେମାନଙ୍କ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଚ୍ଛେଦ । ଏହି 3 ପରିବାରର ସମ୍ପର୍କ ଖରାପ ହେବା ସମ୍ପର୍କରେ ଅନେକ କାରଣ ସାମନାକୁ ଆସିଛି । ମାତ୍ର ଛୋଟ ଘଟଣାକୁ ନେଇ 3 ପରିବାର ଦ୍ବାର ଉଭୟଙ୍କ ପାଇଁ ବନ୍ଦ ହୋଇଥିବା ସମ୍ପର୍କରେ ନିକଟରେ ପ୍ରକାଶିତ ହୋଇଥିବା ଏକ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।

ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ତେଜି ବଚ୍ଚନ

ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ସନ୍ତୋଷ ଭାରତୀୟଙ୍କ ନୂଆ ପୁସ୍ତକ 'ବି ପି ସିଂହ, ଚନ୍ଦ୍ରଶେଖର, ସୋନିଆ ଗାନ୍ଧୀ ଔର ମେଁ ' ରେ କିଛି ଅଲଗା ବର୍ଣ୍ଣନା କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପାଠପଢା ପାଇଁ ଅର୍ଥର ବ୍ୟବସ୍ଥା କରିବାକୁ ସୋନିଆ ଅମିତାଭ ବଚ୍ଚନଙ୍କୁ କହିଥିଲେ । କିନ୍ତୁ ଏଥିଲାଗି ଅମିତାଭ ମନା କରିବା ପରେ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ ହୋଇଛି । ଲେଖକଙ୍କ କହିବା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆ ରାହୁଲଙ୍କ ପାଠପଢାକୁ ନେଇ ଚିନ୍ତିତ ଥିଲେ । ସେହି ସମୟରେ ରାହୁଲ ଲଣ୍ଡନରେ ପାଠ ପଢୁଥିଲେ । ନିଜ ଅବସାଦ ସମ୍ପର୍କରେ ସୋନିଆ ଅମିତାଭଙ୍କୁ ଅବଗତ କରାଇଥିଲେ ।

ସୋନିଆ ଗାନ୍ଧୀ ଓ ଅମିତାଭ ବଚ୍ଚନ
ସୋନିଆ ଗାନ୍ଧୀ ଓ ଅମିତାଭ ବଚ୍ଚନ

ସୋନିଆଙ୍କ କଥା ଶୁଣିବା ପରେ ଅମିତାଭ ବଚ୍ଚନ କହିଥିଲେ ଯେ, ଲଲିତ ସୁରୀ ଏବଂ ସତୀଶ ଶର୍ମା ଅର୍ଥକୁ ହଡପ କରିଛନ୍ତି । ତଥାପି ସେ ଅର୍ଥ ଯୋଗାଡ କରିବେ ବୋଲି କହିଥିଲେ । ସୁରୀ ଏବଂ ଶର୍ମା କଂଗ୍ରେସର ବରିଷ୍ଠ ନେତା ଥିଲେ ଏବଂ ରାଜୀବ ଗାନ୍ଧୀଙ୍କ ବହୁତ ନିକଟତର ଥିଲେ। ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ରାଜୀବ ଗାନ୍ଧୀ ଜୀବିତ ଥିଲେ ସେତେବେଳେ ସୁରୀ, ଶର୍ମା ଓ ଅମିତାଭଙ୍କ ମିଳିତ ଉଦ୍ୟମରେ ଚାଉଳ ବ୍ୟବସାୟ ଆରମ୍ଭ ହୋଇଥିଲା । ବାସୁମତୀ ଚାଉଳକୁ ପରମଲ(ସାଧାରଣ) ଚାଉଳରେ ବଦଳା ଯାଉଥିଲା । ଏଭଳି କାର୍ଯ୍ୟ ଲାଗି ଭାରତ ସରକାର ଅନୁମତି ଦେଇଥିବାରୁ ସ୍ବାଭାବିକ ଭାବରେ କିଛି ଲୋକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ଥିଲେ ।

ସୋନିଆ ଗାନ୍ଧୀ ଓ ଅମିତାଭ ବଚ୍ଚନ
ସୋନିଆ ଗାନ୍ଧୀ ଓ ଅମିତାଭ ବଚ୍ଚନ

ସୋନିଆଙ୍କ ବିଷୟରେ ଚିନ୍ତା କରି ଅମିତାଭ ତାଙ୍କ ନିକଟକୁ ଏକ ହଜାର ଡଲାର(74,500) ଚେକ ପଠାଇଥିଲେ, ମାତ୍ର ସୋନିଆ ଏହି ଟଙ୍କାକୁ ଫେରାଇ ଦେଇଥିଲେ । କମ ଟଙ୍କା ପଠାଇଥିବାରୁ ସୋନିଆ ଏହାକୁ ନିଜର ଅପମାନ ଭାବି ଅମିତାଭଙ୍କ ସହିତ ନିଜର ସମ୍ପର୍କ ଚ୍ଛିନ୍ନ କରିଥିଲେ । ଏଭଳି ଘଟଣା ସୋନିଆଙ୍କୁ ଆଉ ଏକ ଘଟଣା ସମ୍ପର୍କରେ ମନେ ପକାଇ ଦେଇଥିଲା । ପୂର୍ବରୁ ଅମିତାଭ ସଞ୍ଜୟ ଗାନ୍ଧୀ(ରାଜୀବ ଗାନ୍ଧୀଙ୍କ ବଡ ଭାଇ)ଙ୍କୁ 20 ଲକ୍ଷ ଟଙ୍କା ମାଗିଥିଲେ, ମାତ୍ର ଏତେ ଟଙ୍କା ସଞ୍ଜୟ ବଚ୍ଚନଙ୍କୁ ଦେଇପାରିନଥିଲେ ।

ରାଜୀବ ଗାନ୍ଧୀଙ୍କ ସହ ଅମିତାଭ ବଚ୍ଚନ
ରାଜୀବ ଗାନ୍ଧୀଙ୍କ ସହ ଅମିତାଭ ବଚ୍ଚନ

ଏହି ଘଟଣା ପରେ ଅମିତାଭ ସଞ୍ଜୟ ଗାନ୍ଧୀଙ୍କ ଠାରୁ ଦୂରତା ବଢାଇଥିଲେ। ତାଙ୍କ ମା' (ତେଜି ବଚ୍ଚନ) ବେଳେବେଳେ ଇନ୍ଦିରାଙ୍କୁ ଦେଖା କରୁଥିଲେ । ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ତେଜି ବଚ୍ଚନ ଏବଂ ଇନ୍ଦିରା ଗାନ୍ଧୀଙ୍କ ବହୁତ ଭଲ ସମ୍ପର୍କ ଥିଲା ଏବଂ ଏହି କାରଣରୁ ଉଭୟ ପରିବାର ପରସ୍ପରର ଅତି ନିକଟତର ହୋଇଥିଲେ । ଅମିତାଭ ଏବଂ ରାଜୀବ ଗାନ୍ଧୀ ପରସ୍ପରର ଅତି ନିକଟତର ଥିଲେ ଏବଂ ଯେତେବେଳେ ବି କୌଣସି ବିଦେଶୀ ରାଷ୍ଟ୍ର ମୁଖ୍ୟ କିମ୍ବା ଗୁରୁତ୍ବପୂର୍ଣ୍ଣ ଅତିଥି ଭାରତକୁ ଆସନ୍ତି, ସେ ନିଶ୍ଚିତ ଭାବରେ ବଚ୍ଚନଙ୍କୁ ଡାକିଥାନ୍ତି। ଭାରତୀୟଙ୍କ ଅନୁଯାୟୀ ରାଜୀବ ଅମିତାଭଙ୍କୁ ସାଂସଦ ଭାବରେ କମ ଏବଂ ବିଦେଶୀ ଅତିଥିଙ୍କ ସାମ୍ନାରେ ଅଭିନେତା ଭାବରେ ପରିଚିତ କରାଉଥିଲେ। ଲେଖକ ଦାବି କରିଛନ୍ତି ଯେ ଯେତେବେଳେ ବି ଋଷର ରାଷ୍ଟ୍ରପତିଙ୍କ ଭଳି ଗୁରୁତ୍ବପୂର୍ଣ୍ଣ ଅତିଥି ଆସୁଥିଲେ, ରାଜୀବ ଅମିତାଭଙ୍କୁ 'ମେରେ ଆଙ୍ଗନ ମେଁ ତୁମ୍ହାରା କ୍ୟା କାମ ହେ' ଗୀତରେ ନାଚିବାକୁ କହୁଥିଲେ ।

ସୋନିଆ ଓ ରାଜୀବ ଗାନ୍ଧୀଙ୍କ ସହ ଜୟା ବଚ୍ଚନ
ସୋନିଆ ଓ ରାଜୀବ ଗାନ୍ଧୀଙ୍କ ସହ ଜୟା ବଚ୍ଚନ

ପୁସ୍ତକ ଅନୁଯାୟୀ ଗାନ୍ଧୀ ଓ ବଚ୍ଚନ ପରିବାରରେ ସେତେବେଳେ ତିକ୍ତତା ଆସିଥିଲା ଯେତେବେଳେ ବିଶ୍ବନାଥ ପ୍ରତାପ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ପୁସ୍ତକରେ କୁହାଯାଇଛି ଯେ ରାଜୀବ ଗାନ୍ଧୀ ଅମିତାଭଙ୍କୁ ସାପ ବୋଲି ସମ୍ବୋଧନ କରିଥିଲେ। ରାଜୀବ ସେତେବେଳେ ବିରୋଧୀ ଦଳର ନେତା ଥିଲେ ଏବଂ ଅମିତାଭ ତାଙ୍କୁ ଭେଟିବାକୁ ଆସିଥିଲେ। ସେ ଗଲା ପରେ ରାଜୀବ ତାଙ୍କୁ ଏଭଳି କହିଥିଲେ । ଏହି ଘଟଣା ଘଟିବା ସମୟରେ କଂଗ୍ରେସ ନେତା ରାଜୀବ ଶୁକ୍ଳା ସାମ୍ବାଦିକ ଭାବେ ସେଠାରେ ଉପସ୍ଥିତ ଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ସହ ଅମିତାଭଙ୍କ ମାଆ ତେଜି ବଚ୍ଚନ

ଏହି ପୁସ୍ତକରେ 1987 ମସିହାରେ ରାଜନୀତିରେ ଘଟିଥିବା ଏକ ପ୍ରମୁଖ ଘଟଣା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବିଶ୍ବନାଥ ପ୍ରତାପ ସିଂଙ୍କୁ ଅର୍ଥମନ୍ତ୍ରୀ ପଦବୀରୁ ହଟାଇ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଘୋଷଣା କରିଥିଲେ । ତେବେ ରାଜୀବଙ୍କ ଏହି ନିଷ୍ପତ୍ତି ପଛରେ ଅମିତାଭ ବଚ୍ଚନ ଥିଲେ । ରାଜୀବ ଆଣ୍ଡାମାନରେ ଛୁଟି କାଟିବା ପାଇଁ ଯାଇଥିବା ସମୟରେ ଏହି ଯୋଜନା ହୋଇଥିଲା ବୋଲି ପୁସ୍ତକରେ ଉଲ୍ଲେଖ ରହିଛି । ବିପି ସିଂଙ୍କୁ ଅର୍ଥମନ୍ତ୍ରୀ ପଦବୀରୁ ହଟାଇବା ପାଇଁ ଅନେକ ଉଦ୍ୟୋଗପତୀ ଓ ଅରୁଣ ନେହେରୁ ମଧ୍ୟ ରାଜୀବଙ୍କୁ ନିବେଦନ କରୁଥିଲେ । ସରକାରଙ୍କ ଅନେକ ନିଷ୍ପତ୍ତିରେ ଅରୁଣଙ୍କ ଉପଦେଶକୁ ମଧ୍ୟ ସ୍ଥାନ ଦିଆଯାଇଥାଏ । ଅମିତାଭ ବଚ୍ଚନ ରାଜୀବ ଗାନ୍ଧୀଙ୍କ ବନ୍ଧୁ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ଅସମର୍ଥ ଶିଳ୍ପପତିମାନେ ଅମିତାଭଙ୍କ ସହ ଯୋଗାଯୋଗ କରୁଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.