ETV Bharat / bharat

IAS Topper Untold Story: ସଫଳତା ପଛରେ କଠିନ ପରିଶ୍ରମ, ଜାଣନ୍ତୁ କିଏ କରିଛି କେଉଁ ତ୍ୟାଗ

author img

By

Published : May 24, 2023, 9:36 AM IST

ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳ । ନିଷ୍ଠା, ସଂକଳ୍ପ, ଆତ୍ମବିଶ୍ବାସ, ଦୃଢ ମନୋବଳର ପ୍ରତିଫଳନ ଆଜି କୃତି ଛାତ୍ରଛାତ୍ରୀଙ୍କ ସଫଳତାରେ ଝଲସି ଉଠିଛି । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା । ଅଧିକ ପଢନ୍ତୁ

IAS Topper Untold Story
IAS Topper Untold Story

ହାଇଦ୍ରାବାଦ: କଥାରେ ଅଛି କଠିନ ପରିଶ୍ରମ ହେଉଛି ସଫଳତାର ଚାବିକାଠି । କଠିନ ପରିଶ୍ରମ ଦିନେ ନା ଦିନେ ସଫଳତା ଆଣିଦିଏ । ଆଉ ସେତେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କିଛି ବି ବାଧା ସାଜିନଥାଏ । ଏହାକୁ ଆଜି ପ୍ରମାଣିତ କରିଛନ୍ତି ୟୁପିଏସିରେ କୃତକାର୍ଯ୍ୟ ହୋଇଥିବା ଅନେକ ଛାତ୍ରଛାତ୍ରୀ । କିଏ ଚାକିରି ଛାଡି ପାଠ ପଢିଛି ତ ଆଉ କିଏ ସାଙ୍ଗସାଥୀଙ୍କ ମେଳକୁ ତ୍ୟାଗ କରିଛି, କିଏ ମାଆର ସ୍ବପ୍ନକୁ ପୂରଣ ପାଇଁ ନିଜର ସମସ୍ତ ପ୍ରଚେଷ୍ଟା ଲଗାଇଛି ତ ଆଉ କିଏ ନିଜକୁ ସମାଜ ଆଗରେ ପ୍ରମାଣିତ କରିବା ଲାଗି ରାତି ଅନିଦ୍ରା ହୋଇଛି । ନିଷ୍ଠା, ସଂକଳ୍ପ, ଆତ୍ମବିଶ୍ବାସ, ଦୃଢ ମନୋବଳର ପ୍ରତିଫଳନ ଆଜି ସଫଳତାରେ ଝଲସି ଉଠିଛି । ନିଜ ଆବଶ୍ୟକତା, ପ୍ରେରଣାକୁ ନେଇ ଲକ୍ଷ୍ୟପଥରେ ଆଗେଇ ଆଜି ପାଇଛନ୍ତି ସଫଳତା । କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା ।

SURAJ TIWARI
ସୁରଜ ତିୱାରି

ସୂରଜ ତିୱାରି:- ୟୁପିଏସସି ୨୦୨୨ରେ କୃତକାର୍ଯ୍ୟ ହୋଇଥିବା ସୂରଜ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ୨୦୧୭ରେ ତାଙ୍କ ସହିତ ଘଟିଥିଲା ଭୟଙ୍କର ଘଟଣା । ଟ୍ରେନ ଦୁର୍ଘଟଣାରେ ସେ ୨ ଗୋଡ଼, ଡାହାଣ ହାତ ଓ ବାମ ହାତର ୨ଟି ଆଙ୍ଗୁଠି ହରାଇଥିଲେ । ହେଲେ ଏହି ବଡ଼ ଦୁର୍ଘଟଣା ତାଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା । ତାଙ୍କ ପିତା ଜଣେ ଟେଲର । ଏଣୁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସତ୍ତ୍ବେ ସେ ନିଜ ଲକ୍ଷ୍ୟପଥରେ ଆଗେଇ ଆଜି ସଫଳତା ହାସଲ କରିଛନ୍ତି । ସେ ୟୁପିଏସସି ୨୦୨୨ ପରୀକ୍ଷାରେ ୯୧୭ ରାଙ୍କରେ ରହିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି ।

MAYUR HAZARIKA
ମୟୂର ହାଜାରିକା

ମୟୂର ହାଜାରିକା:- ୟୁପିଏସସି ପରୀକ୍ଷାରେ ସେ ପଞ୍ଚମ ସ୍ଥାନରେ ରହିଛନ୍ତି । ମୟୁର ବୃତ୍ତିରେ ଜଣେ ଡାକ୍ତର । ସେ ଆସାମ ତେଜପୁର ସିଟିର ହୋଇଥିବା ବେଳେ ନିଜ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି । ଏହି ୨୬ ବର୍ଷୀୟ ଯୁବକ ଜଣେ MBBS ଡାକ୍ତର ହୋଇଥିବା ବେଳେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିଛନ୍ତି । ତାଙ୍କର ଏହି ସଫଳତା ଆଜି ଅନେକ ଯୁବପିଢିଙ୍କୁ ପ୍ରେରିତ କରିଛି ।

ANSHIKA JAIN
ଅଶିଂକା ଜେନ

ଅଶିଂକା ଜେନ:- ୪ଥର ବିଫଳତା ପାଇଥିବା ବେଳେ ସେ କେବେ ମନ ଉଣା କରିନଥିଲେ । ବରଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି କଠିନ ପରିଶ୍ରମ କରିଚାଲିଥିଲେ । ୪ର୍ଥ ଉଦ୍ୟମରେ ସେ ମାତ୍ର ୧ ମାର୍କ ପାଇଁ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ହେଲେ ଆଜି ସେ ୩୦୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

GARIMA LOHIA
ଗରିମା ଲୋହିୟା

ଗରିମା ଲୋହିୟା:- ୟୁପିଏସି ସିଭିଲ ସର୍ଭିସ ୨୦୨୨ ପରୀକ୍ଷାରେ ବିହାରର ଗରିମା ଲୋହିୟା ୨ୟ ଟପ୍ପର ହୋଇଛନ୍ତି । ଗରିମାଙ୍କ ପିତାଙ୍କ ଦେହାନ୍ତ ଘଟିଥିବା ବେଳେ ସେ ନିଜ ମାଆଙ୍କ ମଧ୍ୟରେ ନିଜ ପିତାଙ୍କ ଛବି ଦେଖିଥିଲେ । ଆଉ ମାଆଙ୍କ ସ୍ବପ୍ନ ପୂରଣ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲେ । ବିହାର ବକ୍ସର ଅଧିବାସୀ ଗରିମା ରାତି ୯ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ପାଠ ପଢୁଥିଲେ । ସେ ଦିଲ୍ଲୀରେ ଗ୍ରାଜୁଏସନ କରୁଥିବା ବେଳେ କୋରୋନା ସମୟରେ ଘରକୁ ଫେରିଥିଲେ । ଏହାପରେ ସେ ନିଜ ମାଆଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିଥିଲେ । ଆଉ ତାଙ୍କ କଠିନ ପରିଶ୍ରମର ଫଳ ଆଜି ତାଙ୍କୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.