ETV Bharat / bharat

ଗୁରୁତ୍ବପୂର୍ଣ୍ଣ ସଂସ୍ଥାରେ ସ୍ଥାୟୀ ମୁଖ୍ୟ ନିଯୁକ୍ତି ଦେବାରେ ସରକାର ବିଫଳ ନା ରହିଛି ଉଦ୍ଦେଶ୍ୟ ?

author img

By

Published : Jul 1, 2021, 6:59 PM IST

କିନ୍ତୁ ବର୍ତ୍ତମାନର କିଛି ଘଟଣାକ୍ରମ ଏବେ ବିଜେପିକୁ କଂଗ୍ରେସ ସହ ତୁଳାନା କରିବାରେ ଲାଗିଛନ୍ତି ରାଜନୈତକ ସମୀକ୍ଷକ । କାରଣ ଏବେ କିଛି ଘଟଣାକୁ ଅନୁଶୀଳନ କଲେ ମନେ ହେବ ଯେମିତି ବିଜେପି ଓ ମୋଦି ସରକାର ନିଷ୍ପତି ନେବାରେ ଏବେ କେଉଁଠି ନା କେଉଁଠି ଚାପରେ । ଯାହାକୁ ନେଇ ଏବେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠିବାରେ ଲାଗିଛି ।

ଭାରତ ସରକାର
ଭାରତ ସରକାର

ନୂଆଦିଲ୍ଲୀ: ଯାହା କଂଗ୍ରେସ ସମୟରେ ଦେଶରେ ଚାଲିଥିଲା, ତାହା ଏବେ ପୁଣି ଥରେ ବିଜେପି ସରକାରରେ ମଧ୍ୟ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । କୁହାଯାଏ କଂଗ୍ରେସର ବିଳମ୍ବିତ ନିଷ୍ପତି ହିଁ ଦଳକୁ ବଡ ବିପର୍ଯ୍ୟୟ ସାମନା କରିବାକୁ ପଡୁଛି । ସେହିପରି ନିଷ୍ପତି ନେବାରେ ବିଜେପିର ତ୍ବରିତ ବେଗ ହିଁ ଦଳକୁ ସଫଳତାର ଧାରାରେ ଆଗକୁ ନେଇଯାଉଛି । କାରଣ ସରକାରରେ ହେଉ ବା ଦଳରେ ଯେକୌଣସି ନିଷ୍ପତି ନେବାରେ ବିଜେପି ନେତୃତ୍ବ ଧୂରନ୍ଧର । ଯାହା ଦଳ ଓ ସରକାରକୁ ମଧ୍ୟ ବଡ ଓ ବିଚକ୍ଷଣ ସଫଳତା ଦେଉଛି ବିଭିନ୍ନ ସମୟରେ । ଆଉ ଏହି ଧାରା ଆଜିର ନୁହେଁ, ବଂର ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ବିଜେପିରେ ଚାଲିଆସିଛି ।

ଖବର ଅନୁସାରେ କେନ୍ଦ୍ର ସରକାରଙ୍କ କିଛି ପ୍ରଶାସନିକ ନିଷ୍ପତି ହିଁ ଏବେ ଦଳ ଓ ସରକାରକୁ ଚାପରେ ରଖିଥିବା ଅନୁମେୟ । କାରଣ କେନ୍ଦ୍ରରେ ଏବେ ‘ଅତିରିକ୍ତ ଦାୟିତ୍ବ’ ସଂସ୍କୃତି ବଢିବାରେ ଲାଗିଛି । ଆଉ ଏହି ‘ଅତିରିକ୍ତ ଦାୟିତ୍ବ’ ହିଁ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗ ବିରୋଧୀଙ୍କୁ ମିଳିଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନେକ ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାୟୀ ମୁଖ୍ୟ ବଦଳରେ ଅତିରିକ୍ତ ଦାୟିତ୍ବରେ କାର୍ଯ୍ୟ ସମ୍ପନ୍ନ ହେଉଛି ।

କେଉଁଠି କିଏ ଅତିରିକ୍ତ ଦାୟିତ୍ବରେ ...

ଏନଆଇଏ - ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସୀ ଦେଶର ଏହି ପ୍ରମୁଖ ଓ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଏବେ ନାହାଁନ୍ତି ସ୍ଥାୟୀ ମୁଖ୍ୟ । ଏବେ ସେଣ୍ଟ୍ରାଲ ରିର୍ଜଭ ପୋଲିସ ଫୋର୍ସ (ସିଆରପିଏଫ) ର ମହାନିର୍ଦ୍ଦେଶକ କୁଳଦୀପ ସିଂ ହିଁ ଏନଆଇଏର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ତୁଳାଉଛନ୍ତି ।

ସିଆଇଏସଏଫ- ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ମୁଖ୍ୟ ଥିବା ସୁବୋଧ କୁମାର ଜୟସ୍ବାଲ ଏବେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଏଜେନ୍ସୀ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଫଳରେ ଏବେ ଆଇପିଏସ ସୁଧିର କୁମାର ସାକ୍ସେନାଙ୍କୁ ସିଆଇଏସଏଫର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ତୁଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସେ ନିଜ ମୂଳ ଦାୟିତ୍ବ ସିଆଇଏସଏଫର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ବି ତୁଳାଉଛନ୍ତି ।

ଏନସିବି- 2019 ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ଥାୟୀ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଶେଷ ପରେ 2019 ଜୁଲାଇ 31 ରେ ସିବିଆଇରେ ଥିବା ରାକେଶ ଆସ୍ତାନଙ୍କୁ ଏନସିବିର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପୁଣି ନାଗରିକ ଉଡ୍ଡାନ ସୁରକ୍ଷା ବ୍ୟୁରୋର ପ୍ରମୁଖ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଆସ୍ତାନା । ପରେ ରାକେଶ ଆସ୍ତାନଙ୍କୁ ବିଏସଏଫର ନିର୍ଦ୍ଦେଶକ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଏପରି ସ୍ଥଳେ 2 ବର୍ଷ ହେଲା ଏନସିବି କାମଚଳା ନିର୍ଦ୍ଦେଶକରେ କାମ କରୁଛି ।

ସିବିଡିଟି- ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ସଦସ୍ୟ ଥିବା ଜେବି ମହାପାତ୍ରଙ୍କୁ

ସିବିଡିଟିର ମୁଖ୍ୟ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏଠି ମଧ୍ୟ ସରକାର ସ୍ଥାୟୀ ନିଯୁକ୍ତି ଦେବାରେ ବିଫଳ ନା ରହିଛି କିଛି ଉଦ୍ଦେଶ୍ୟ ତାହା ଅସ୍ପଷ୍ଟ ।

ଦିଲ୍ଲୀ ସିପି- ଆଜି ( ଗୁରୁବାର) ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ବାଲାଜୀ ଶ୍ରୀବାସ୍ତ ମଧ୍ୟ ସ୍ଥାୟୀ ପୋଲିସ କମିଶନର ନୁହଁନ୍ତି । ଦିଲ୍ଲୀ ପୋଲିସ ଭିଜିଲାନ୍ସ ୟୁନିଟର ନିର୍ଦ୍ଦେଶକ ଅଛନ୍ତି ବାଲାଜୀ । ଦିଲ୍ଲୀ ପୋଲିସ କମିଶନର ଥିବା ଏସଏନ ଶ୍ରୀବାସ୍ତ ଜୁନ 30 ରେ ଅବସର ନେବା ପରେ ବାଲାଜୀ ଶ୍ରୀବାସ୍ତଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସୂଚନାଯୋଗ୍ୟଯେ ଅବସର ନେଇଥିବା ପୂର୍ବ କମିଶନର ଏସଏନ ଶ୍ରୀବାସ୍ତ ମଧ୍ୟ ଦିଲ୍ଲୀ ସିପି ଭାବେ ଅତିରିକ୍ତ ଦାୟିତ୍ବ ତୁଳାଉଥିଲେ । ଅବସର ନେବାର ଏକମାସ ପୂର୍ବରୁ ତାଙ୍କୁ ସ୍ଥାୟୀ କମିଶନର ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ବର୍ତ୍ତମାନର କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲାଙ୍କ କାର୍ଯ୍ୟକାଳ ଆସନ୍ତା ମାସ ଶେଷ ହେଉଛି । 2020 ରେ ଭାଲ୍ଲାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା । ସେହିପରି କ୍ୟାବିନେଟ ସଚିବ ଥିବା ରାଜୀବ ଗୌଭାଙ୍କ କାର୍ଯ୍ୟକାଳ ମଧ୍ୟ ଚଳିତ ମାସ ଶେଷ ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟ ଅଧିକାରୀଙ୍କ ଉତ୍ତରାଧିକାରୀ କିଏ ହେବେ ତାହା ସରକାର ନିଷ୍ପତି ନେଇ ନାହାଁନ୍ତି ।

ଏଣୁ ପ୍ରଶ୍ନ ଉଠୁଛି ଦେଶର ସୁରକ୍ଷା ଓ ସମ୍ବେଦନଶୀଳ ପ୍ରସଙ୍ଗ ସହ ଜଡିତ ଏହି ସଂସ୍ଥାର ସ୍ଥାୟୀ ମୁଖ୍ୟ ନିଯୁକ୍ତି ଦେବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ସରକାର ? ନା ସରକାରଙ୍କୁ ଯୋଗ୍ୟ ଅଧିକାରୀଙ୍କ ଅଭାବ ରହିଛି ନା ଏହା ପଛରେ ଆଉ କଣ ଉଦ୍ଦେଶ୍ୟ ରହିଛି ? ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ ପ୍ରଶାସନିକ ସ୍ତରରେ ବିଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାବାଦ ସରକାରଙ୍କ ଛବି ଓ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠି ପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.