ETV Bharat / bharat

Independence Day 2022, ସ୍ବାଧୀନତା ଦିବସ ସହ ଜଡିତ କିଛି ରୋଚକ କଥା - 1947 ଅଗଷ୍ଟ 15

ସ୍ବାଧୀନତା ଦିବସକୁ ନେଇ କିଛି ରୋଚକ ତଥ୍ୟ । ଯାହା ମୁଖ୍ୟତଃ ଅନେକଙ୍କୁ ଅଛପା । ଅଗଷ୍ଟ 15 ତାରିଖ କାହିଁକି ଖାସ୍‌ । ଏହି ତାରିଖ ସହ ଯୋଡି ହୋଇଥିବା କିଛି ରୋଚକ କଥା ସମ୍ପର୍କରେ ଜାଣନ୍ତୁ ।

Independence Day 2022
Etv BhaIndependence Day 2022Independence Day 2022rat
author img

By

Published : Aug 15, 2022, 6:00 AM IST

Updated : Aug 15, 2022, 7:18 AM IST

ହାଇଦ୍ରାବାଦ: ଆଜି ଦେଶ ପାଳୁଛି 76ତମ ସ୍ବାଧୀନତା ଦିବସ । କାଶ୍ମୀରଠୁ କନ୍ୟାକୁମାରୀ ସବୁଠୁ ଫର୍‌ ଫର୍‌ ଉଡୁଛି ତ୍ରିରଙ୍ଗା । ଆଉ ଗାଉଛି ଦେଶ ସ୍ବାଧୀନତାର ଗାଥା । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି । ସ୍ବାଧୀନତାର ଏହି ଅମୃତ ମହୋତ୍ସବକୁ ନେଇ ସମସ୍ତେ ଉଲ୍ଲସିତ, ଆନନ୍ଦିତ । ଆଜିର ଦିନରେ ଦେଶ ହୋଇଥିଲା ସ୍ବାଧୀନ । ଦେଶର ବୀର ପୁଅ ଡରିନଥିଲେ ଗୋରା ସରକାରର ନାଲି ଆଖିକୁ । ବନ୍ଧୁକ ସାମ୍ନାରେ ଛାତି ପତେଇ ଠିଆ ହୋଇଥିଲେ । ଫାଶୀରେ ଚଢିଥିଲେ, କାରାବରଣ କରିଥିଲେ । ସେମାନଙ୍କ ଅଦମ୍ୟ ସାହାସ ପାଇଁ ଇତିହାସରେ ଲେଖା ହୋଇଥିଲା ନୂଆ ଅଧ୍ୟାୟ । ଇଂରେଜ ସରକାରଙ୍କୁ ଦେଶରୁ ତଡିଥିଲେ ଭାରତର ବୀର ପୁଅ । ଆଜିର ଦିନରେ ପରାଧିନରୁ ଦେଶ ହୋଇଥିଲା ସ୍ବାଧୀନ । ଏଥିପାଇଁ ସାରା ଦେଶ ଆଜି ଉତ୍ସବ ମୁଖର । ଘରେ ଘରେ ଆନନ୍ଦ ଉତ୍ସାହ ।

ପ୍ରତ୍ୟେକ ବର୍ଷ ସ୍ବାଧୀନତା ଦିବସ ବଡ ଧୁମଧାମରେ ପାଳନ ହେଉଥିବା ବେଳେ ଏଥର କିନ୍ତୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ । ଆଜାଦି କା ଅମୃତ ମହୋତ୍ସବ ଦେଶ ପାଳୁଥିବା ବେଳେ ଆମେ ଆପଣଙ୍କୁ ସ୍ବାଧୀନତା ଦିବସକୁ(Independence Day 2022)ନେଇ କିଛି ରୋଚକ କଥା କହିବୁ । ଯାହା ଆପଣ ହୁଏତ ଅଳ୍ପ ବହୁତ ଜାଣିଥିବେ । ଆସନ୍ତୁ ଜାଣିବା କିଛି ରୋଚକ କଥା ଯାହା ନିମ୍ନରେ ଦିଆଗଲା (interesting facts related to 15th august )...

  • ଦେଶକୁ ସ୍ବାଧୀନତା ଦେବାରେ ବହୁ ସ୍ବାଧୀନତା ସଂଗ୍ରାମୀ ଦେଶ ପାଇଁ ଜୀବନ ଦେଇଥିଲେ । ମାଆ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ଗୋରା ସରକାରଙ୍କୁ ଦେଶରୁ ବିଦାଡିତ କରିବାରେ ନେତୃତ୍ବ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଏ ବିଷୟରେ ସମସ୍ତଙ୍କୁ ଜଣା । କଣ ? ଆପଣ ଜାଣିଛନ୍ତି କି ସ୍ବାଧୀନତା ଉତ୍ସବ ପାଳନ ବେଳେ ଉପସ୍ଥିତ ନଥିଲେ ମହାତ୍ମା ଗାନ୍ଧୀ ।
  • ସ୍ବାଧୀନତା ପାଇଁ ଉତ୍ସବ ଚାଲିଥିବା ବେଳେ ବଙ୍ଗଳାରେ ହିନ୍ଦୁ-ମୁସଲମାନ ମଧ୍ୟରେ ଚାଲିଥିବା ଦଙ୍ଗାକୁ ରୋକିବାକୁ ଅନଶନ କରୁଥିଲେ ଗାନ୍ଧୀ । ଯେତେବେଳେ ଜବାହାର ଲାଲ ନେହରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧୀଙ୍କୁ ସ୍ବାଧୀନତା ପାଳନ ଉତ୍ସବରେ ସାମିଲ ପାଇଁ ନିମନ୍ତ୍ରଣ ପଠାଇଥିଲେ । ସେତେବେଳେ ସଫା ସଫା ମନା କରିଦେଇଥିଲେ ଗାନ୍ଧୀ । ଆଉ କହିଥିଲେ, ‘‘ଦେଶରେ ଦଙ୍ଗା ଚାଲିଥିବା ବେଳେ ଉତ୍ସବରେ ମୁଁ କେମିତି ସାମିଲ ହୋଇପାରିବି । ଦରକାର ପଡିଲେ ମୁଁ ଦଙ୍ଗା ରୋକିବାକୁ ଜୀବନ ଦେଇଦେବି । ’’
  • ପ୍ରତ୍ୟେକ ସ୍ବାଧୀନତା ଦିବସ ଦିନ ଦେଶର ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି । କିନ୍ତୁ 1947 ମସିହାରେ ଅଗଷ୍ଟ 16 ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଜବାହାର ଲାଲ ନେହରୁ ।
  • କୁହାଯାଏ ଅଗଷ୍ଟ 15 ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ସୀମାରେଖା ନିର୍ଣ୍ଣୟ ହୋଇଥିଲା । କିନ୍ତୁ ଅସଲରେ ଏହା 17 ତାରିଖରେ ହୋଇଥିଲା ।
  • ଦେଶ ସ୍ବାଧୀନତା ପାଇବା ସମୟରେ ଆମର ରାଷ୍ଟ୍ର ସଙ୍ଗୀତ କିଛି ନଥିଲା । କିନ୍ତୁ ପରେ ଅର୍ଥାତ୍‌ 1950 ମସିହାରେ ଜନ-ଗଣ-ମନକୁ ରାଷ୍ଟ୍ର ସଙ୍ଗୀତର ମାନ୍ୟତା ମିଳିଥିଲା ।
  • 1950 ମସିହାରେ 15 ଅଗଷ୍ଟରେ ଆସାମରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଭୂମିକମ୍ପରେ ପ୍ରାୟ ଦେଢ ହଜାରରୁ ତିନି ହଜାର ଲୋକ ପ୍ରାଣ ହରାଇଥିଲେ ।

Last Updated : Aug 15, 2022, 7:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.