ETV Bharat / bharat

ବିଶ୍ବର ଦାମୀ ଆମ୍ବ, କିଲୋ ପିଛା 2 ଲକ୍ଷ

author img

By

Published : Jul 5, 2021, 1:23 PM IST

ଫଳର ରାଜା ଆମ୍ବ କାହାକୁ ବା ପସନ୍ଦ ନୁହେଁ । ହେଲେ ଆମେ ଆପଣଙ୍କୁ କହୁଛୁ ଏମିତି ଏକ ଆମ୍ବ ସମ୍ପର୍କରେ ଯାହାକି କିଲୋ ପିଛା ବିକ୍ରି ହେଉଛି 2 ଲକ୍ଷ ଟଙ୍କାରେ...ଜାଣନ୍ତୁ ବିଶ୍ବର ସବୁଠୁ ଦାମୀ ଆମ୍ବ ସମ୍ପର୍କରେ...

ବିଶ୍ବର ଦାମୀ ଆମ୍ବ, କିଲୋ ପିଛା 2 ଲକ୍ଷ
ବିଶ୍ବର ଦାମୀ ଆମ୍ବ, କିଲୋ ପିଛା 2 ଲକ୍ଷ

ଭୋପାଳ: ଫଳର ରାଜା ବୋଲାଉଥିବା ଆମ୍ବ କାହାକୁ ବା ପସନ୍ଦ ନୁହେଁ । ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ହଳଦିଆ ରଙ୍ଗର ସତେଜ ଆମ୍ବକୁ ଦେଖି ଫଳପ୍ରେମୀ ନିଜ ଲୋଭ ସମ୍ଭାଳି ପାରିନଥାଏ । କିନ୍ତୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ମଧ୍ୟପ୍ରଦେଶର ଏଭଳି ଏକ ତୋଟା ରହିଛି ଯେଉଁଠି ଆମ୍ବଚୋରିକୁ ରୋକିବା ପାଇଁ କୁକୁର ସାଜିଛି ଜଗୁଆଳୀ । ଏଥିରୁ ସ୍ପଷ୍ଟ ଜଣାପଡୁଛି ନିହାତି ଭାବରେ ଏହି ଆମ୍ବର ଚାହିଦା ଢେର ଅଧିକ ହୋଇଥିବ । ଆଉ ଏହି 'ତଇଓ-ନୋ-ତମାଗୋ' ଆମ୍ବର କିଲୋ ପିଛା ଦାମ ହେଉଛି 2 ଲକ୍ଷ ଟଙ୍କା ।

ବିଶ୍ବର ଦାମୀ ଆମ୍ବ, କିଲୋ ପିଛା 2 ଲକ୍ଷ

ସାରା ବିଶ୍ବରେ ଆମ୍ବ କଥା ପଡିଲେ କେବଳ ଭାରତ କଥା ନଜରକୁ ଆସେ । ଦେଶରେ ଆମ୍ବର ଅନେକ ପ୍ରଜାତି ରହିଛି । କିନ୍ତୁ ବିଶ୍ବର ସବୁଠୁ ଦାମୀ ଆମ୍ବ ଏହି ରାଜ୍ୟରେ ଚାଷ କରାଯାଏ, ଯାହାର ପ୍ରକୃତ ଉତ୍ପତ୍ତି ସ୍ଥଳ ହେଉଛି ଜାପାନ । ଏହି ଫଳର ମଜା ନେବା ପାଇଁ ଜାପାନ ଯିବାକୁ ପଡିନଥାଏ, ବରଂ ମଧ୍ୟପ୍ରଦେଶ ଜବରପୁଲ ବଗିଚାରେ ଏହି ଫଳର ଚାଷ କରାଯାଏ । ଏହି ଆମ୍ବର ଚୋରିକୁ ରୋକିବା ପାଇଁ ତୋଟାରେ ଜଗୁଆଳୀଙ୍କ ସହିତ ରହିଥାନ୍ତି କୁକୁର । ଦିନରାତି ଏମାନେ ତୋଟାରେ ଜଗି ରହିଥାନ୍ତି । ଦୁନିଆର ସବୁଠୁ ଅଧିକ ଦାମର ଏହି ଆମ୍ବ ଜବଲପୁର ସହିତ ବିହାରର ପୁର୍ଣ୍ଣିଆ ଅଞ୍ଚଳରେ ମଧ୍ୟ ମିଳିଥାଏ । ପୁର୍ଣ୍ଣିଆର ଦୁର୍ଗାବାଡିର ଅଜିତ ସରକାରଙ୍କ ଜ୍ବାଇଁ ଓ ଅନେକ ପରିବାର ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।

ଜବଲପୁରର ଚରଗାୱାଁ ରୋଡ ନିକଟରେ ରହିଛି ସଙ୍କଳ୍ପ ଓ ରାନି ପରିହାରଙ୍କ ଏହି ବଗିଚା । ସେହି ବଗିଚାରେ 14ରୁ ଅଧିକ ପ୍ରକାରର ଆମ୍ବ ଗଛ ରହିଛି । ସେଥିମଧ୍ୟରୁ ସବୁଠୁ ଅଧିକ ମୂଲ୍ୟର ଆମ୍ବଗଛ ହେଉଛି 'ତଇଓ-ନୋ-ତମାଗୋ' । ଏହି ପ୍ରଜାତିର ଗଛରେ ଗତ 4 ବର୍ଷ ଧରି ପ୍ରଚୁର ପରିମାଣର ଆମ୍ବ ଫଳୁଛି । ଏହି ପ୍ରଜାତିର ଆମ୍ବକୁ ଜାପାନର ପଲି ହାଉସ ଅର୍ଥାତ୍‌ ପଲିଥିନ ତଳେ ଲଗାଯାଉଥିବା ବେଳେ ଆମ ଦେଶରେ ଖୋଲା ପରିବେଶରେ ଲଗାଯାଇଥାଏ ।

ଏଭଳି ମହଙ୍ଗା ଆମ୍ବର ଚାଷ କରିବା ପ୍ରକୃତରେ କୌଣସି ଚ୍ୟାଲେଞ୍ଜଠାରୁ କମ ନୁହେଁ। ରାନିଙ୍କ ଆମ୍ବତୋଟା ଉପରେ ସବୁବେଳେ ଚୋରଙ୍କ ନଜର ରହିଥାଏ । ସେମାନେ ଆମ୍ବଚୋରି କରି ବଜାରର ଚଢା ଦରରେ ବିକୁଥିବାର ଅନେକ ଖବର ଆସିଛି । ଏହି ବଗିଚାରେ ପ୍ରତି କୋଣରେ କୁକୁରକୁ ରଖାଯାଇଛି । ଫଳରେ କମୁଛି ମହଙ୍ଗା ଆମ୍ବର ଚୋରି । ଯଦି ଏଭଳି ଆମ୍ବର ଚାଷ ପ୍ରତି ସରକାର ଧ୍ୟାନ ଦିଅନ୍ତେ, ତେବେ ଗରିବ ଶ୍ରେଣୀର ଲୋକମାନେ ମଧ୍ୟ ମହଙ୍ଗା ଆମ୍ବର ସ୍ବାଦ ଚାଖିବାରେ ସକ୍ଷମ ହୋଇପାରନ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.