ETV Bharat / bharat

ଚା' ବିକାଳିରୁ ପ୍ରଧାନମନ୍ତ୍ରୀ, ଷ୍ଟେସନରେ ଏବେ ବି ରହିଛି ମୋଦିଙ୍କ ସେହି ଦୋକାନ - ବଡନଗର ରେଳ ଷ୍ଟେସନ

ଗୁଜୁରାଟ ବଡନଗର ଷ୍ଟେସନରେ ଏବେ ବି ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଛୋଟିଆ ଚା' ଦୋକାନ । ଏହାକୁ ସଂଗ୍ରହାଳୟରେ ରଖିବେ ଗୁଜୁରାଟ ସରକାର । ଅଧିକ ପଢନ୍ତୁ

ଚା' ବିକାଳିରୁ ପ୍ରଧାନମନ୍ତ୍ରୀ, ଷ୍ଟେସନରେ ଏବେ ବି ରହିଛି ମୋଦିଙ୍କ ସେହି ଦୋକାନ

author img

By

Published : Sep 17, 2022, 3:10 PM IST

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ସମସ୍ତ ଜାଣନ୍ତି । ଜଣେ ଚା' ବିକାଳିରୁ ବିଶ୍ବର ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି ମୋଦି(Prime Minister Narendra Modi) । ଗୁଜୁରାଟ ସ୍ଥିତ ବଡନଗର ରେଳ ଷ୍ଟେସନ ନିକଟରେ ନରେନ୍ଦ୍ର ମୋଦିଙ୍କ ଚା' ଷ୍ଟଲ୍‌ ଥିଲା । ସେହିଠାରେ ହିଁ ତାଙ୍କର ପିଲାଦିନ ବିତିଛି । ତେବେ ତାଙ୍କର ସଂଘର୍ଷମୟ ଜୀବନର ମୁକସାକ୍ଷୀ ପାଲଟିଥିବା ଏହି ଛୋଟିଆ ଚା' ଷ୍ଟଲ ଏବେ ବି ବଡନଗର ଷ୍ଟେସନରେ ରହିଥିବା ଦେଖିବାକୁ ମିଳେ । ଆଜି ମୋଦିଙ୍କ ଜନ୍ମଦିନ ଅବସରରେ ତାଙ୍କର ଏହି ଚା' ଷ୍ଟଲକୁ ସଂଗ୍ରହାଳୟରେ ରଖିବାକୁ ଗୁଜୁରାଟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଚା' ବିକାଳିରୁ ପ୍ରଧାନମନ୍ତ୍ରୀ, ଷ୍ଟେସନରେ ଏବେ ବି ରହିଛି ମୋଦିଙ୍କ ସେହି ଦୋକାନ
ଚା' ବିକାଳିରୁ ପ୍ରଧାନମନ୍ତ୍ରୀ, ଷ୍ଟେସନରେ ଏବେ ବି ରହିଛି ମୋଦିଙ୍କ ସେହି ଦୋକାନ

ବଡନଗର ଏକ ଐତିହାସିକ ସହର ତଥା ମୋଦିଙ୍କ ଜନ୍ମସ୍ଥଳୀ ଭାବେ ଜଣାଯାଏ । ଏହି ସହରର ବିକାଶ ପାଇଁ ସରକାର ଅନେକ ପଦକ୍ଷେପମାନ ନେଇଛନ୍ତି । ବଡନଗର ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ କରାଯାଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି । ତେବେ ଅତ୍ୟାଧୁନିକ ସୁବିଧା ସହ ସୁସଜ୍ଜିତ ଏହି ଷ୍ଟେସନ ଠାରେ ମୋଦିଙ୍କ ଛୋଟିଆ ଚା' ଦୋକାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ନରେନ୍ଦ୍ର ମୋଦିଙ୍କ ବାପା ଏହି ଦୋକାନ ଚଳାଉ ଥିଲେ । ଏହାସହିତ ତାଙ୍କର ପିଲାଦିନର ଅନେକ ଅଭୁଲା ସ୍ମୃତି ଯୋଡି ହୋଇ ରହିଛି ।

ଚା ବିକାଳିରୁ ପ୍ରଧାନମନ୍ତ୍ରୀ, ଏବେ ବି ରହିଛି ସେହି ଚା ଷ୍ଟଲ

ଗୁଜୁରାଟ ବଡନଗର ସହରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ତାଙ୍କର ବାଲ୍ୟସମୟ ଏହି ସହରରେ ବିତିଛି । ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ମୋଦିଙ୍କ ଶିକ୍ଷା ପ୍ରତି ଖୁବ୍ ରୁଚି ରହିଥିଲା । କିନ୍ତୁ ଘରର ଆର୍ଥିକ ସ୍ଥିତି ଖୁବ୍ ଦୁର୍ବଳ ଥିଲା । ପରିବାର ଚଳାଇବାକୁ ତାଙ୍କ ବାପା ଷ୍ଟେସନରେ ଚା' ବିକୁଥିଲେ । ଛୋଟବେଳେ ବାପାଙ୍କୁ ସାହାଯ୍ୟ କରିବାକୁ ନରେନ୍ଦ୍ର ମୋଦି ମଧ୍ୟ ସ୍କୁଲରେ ଫେରି ଚା' ଦୋକାନରେ ବସୁଥିଲେ ।

ଏହାମଧ୍ୟ ପଢନ୍ତୁ:କୁନୋ ଜାତୀୟ ଉଦ୍ୟାନରେ ୮ ଚିତା ଛାଡିଲେ ପ୍ରଧାନମନ୍ତ୍ରୀ

ଆଜି ମଧ୍ୟ ବଡନଗର ଷ୍ଟେସନରେ ଥିବା ସେହି ଛୋଟିଆ ଚା' ଷ୍ଟଲ୍‌ ମୋଦିଙ୍କୁ ସଂଘର୍ଷର କାହାଣୀ ବୟାନ କରୁଛି । ଗୁଜୁରାଟ ସରକାର ଏକ ସଂଗ୍ରହାଳୟରେ ଏହି ଷ୍ଟଲ୍‌କୁ ସଂରକ୍ଷିତ ରଖିବାକୁ ବ୍ୟବସ୍ଥା କରୁଛନ୍ତି । ଏହାସହିତ ବଡନଗର ଷ୍ଟେସନକୁ ଆସୁଥିବା ଯାତ୍ରୀଙ୍କୁ ମୋଦିଙ୍କ ପିଲାଦିନର କାହାଣୀ ସମ୍ପର୍କରେ ଜଣାଇବାକୁ ସେଠାରେ ଏକ ଡୁପ୍ଲିକେଟ ଚା' ଷ୍ଟଲ୍‌ ତିଆରି କରାଯିବାର ନିଷ୍ପତ୍ତି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.