ETV Bharat / bharat

16 ବର୍ଷ ନିଲମ୍ବନ, 60 ଏନକାଉଣ୍ଟର; ଜାଣନ୍ତୁ ସଚିନ ୱାଜେଙ୍କ ଟ୍ରାକରେକର୍ଡ

author img

By

Published : Mar 14, 2021, 10:30 PM IST

ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ସ୍କାନରକୁ ଆସିବାରୁ ମୁମ୍ବାଇର ଏହି ଟପ୍‌ ପୋଲିସ ଅଧିକାରୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଜାଣନ୍ତୁ ସଚିନଙ୍କ ଟ୍ରାକରେକର୍ଡ...

16 ବର୍ଷ ନିଲମ୍ବନ, 60 ଏନକାଉଣ୍ଟର; ଜାଣନ୍ତୁ ସଚିନ ୱାଜେଙ୍କ ଟ୍ରାକରେକର୍ଡ
16 ବର୍ଷ ନିଲମ୍ବନ, 60 ଏନକାଉଣ୍ଟର; ଜାଣନ୍ତୁ ସଚିନ ୱାଜେଙ୍କ ଟ୍ରାକରେକର୍ଡ

ମୁମ୍ବାଇ: ଅପରାଧର କଳା ଦାଗ ଯେବେ ଖାକି ପୋଷାକରେ ଲାଗେ, ସେବେ ଅଫିସରଙ୍କର ହୁଏ ନିଲମ୍ବନ ଓ ବଦଳି । ଆଉ ହାତରେ ଧରାଇଦିଆଯାଏ ଟ୍ରାନ୍ସଫର ଅର୍ଡର । ମହାରାଷ୍ଟ୍ରରେ ବିବାଦ ଘେରକୁ ଆସିବା ପରେ ଏପିଆଇ ସଚିନ ୱାଜେଙ୍କୁ କ୍ରାଇମବ୍ରାଞ୍ଚରୁ ବଦଳି କରି ଏମବି-1କୁ ପଠାଇଦିଆଯାଇଥିଲା । ହେଲେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ସ୍କାନରକୁ ଆସିବାରୁ ମୁମ୍ବାଇର ଏହି ଟପ୍‌ ପୋଲିସ ଅଧିକାରୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଶନିବାର ସଚିନଙ୍କୁ କରିଥିଲା ଗିରଫ । ଶନିବାର ଦୀର୍ଘ 12 ଘଣ୍ଟା କାଳ ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ଗିରଫ କରି ରବିବାର କୋର୍ଟରେ ହାଜର କରିଥିଲା । ସଚିନ ୱାଜେଙ୍କୁ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି କୋର୍ଟ । 25 ମାର୍ଚ୍ଚ ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ରହିବେ ସଚିନ ।

ସଚିନଙ୍କ ବିରୋଧରେ ଧାରା 286, 465, 437, 506(2), 120 ମାମଲା ରୁଜୁ କରାଯାଇଛି । ଜାଲିଆତି, ବିସ୍ଫୋରକ ସାମଗ୍ରୀ ବ୍ୟବହାର, ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ । ଏହା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ । ସଚିନଙ୍କୁ ଜେରା କରିବା ଆବଶ୍ୟକ କହି କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ ।

ପାଖାପାଖି 16 ବର୍ଷର ନିଲମ୍ବନ ପରେ ଯେବେ ସଚିନ ପୋଲିସ ବିଭାଗକୁ ପୁଣି ପ୍ରତ୍ୟାବର୍ତ୍ତନ କଲେ, ସେବେ ତାଙ୍କୁ କ୍ରାଇମବ୍ରାଞ୍ଚର ସିଆଇୟୁ ତଥା କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟର ମୁଖ୍ୟ କରାଗଲା । ଏଠାରେ ସେ ଆରମ୍ଭ କରିଥିଲେ ହାଇପ୍ରୋଫାଇଲ ମାମଲାର ତଦନ୍ତ ।

ବଡ ବଡ ମାମଲାକୁ ହାତକୁ ନେଇଥିଲେ ସଚିନ

ଏହି ସମୟରେ ସବୁଠୁ ଚର୍ଚ୍ଚିତ ଟିଆରପି ଅର୍ଥାତ ଟେଲିଭିଜ ରେଟିଙ୍ଗ ପଏଣ୍ଟ ଘୋଟାଲାର ପର୍ଦ୍ଦାଫାସ କରିଥିଲେ ସଚିନ । ଘଟଣାରେ 2 ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହା ପରେ ସେ ଫୋଲଅର୍ସ ମାମଲାର କରିଥିଲେ ଯାଞ୍ଚ, ଯେଉଁଥିରେ ବାଦଶାହ ଭଳି ରାପରଙ୍କୁ ବି ବୟାନ ରେକର୍ଡ ପାଇଁ ଆସିବାକୁ ପଡିଥିଲା । କେବଳ ଏତିକି ନୁହେଁ ଦେଶର ସର୍ବପ୍ରଥମ ସ୍ପୋର୍ସ କାର ନିର୍ମାଣକାରୀ ଡିସି ଅୱନୀତର ମାଲିକ ଦିଲିପ ଛାୱରିଆଙ୍କୁ ମଧ୍ୟ ଗିରଫ କରିଥିଲେ ସଚିନ ।

ସଚିନଙ୍କ ଟ୍ରାକ ରେକର୍ଡ

1972ରେ ଜନ୍ମ ହୋଇଥିବା ୱାଜେ ମହାରାଷ୍ଟ୍ର ପୋଲିସ ଫୋର୍ସରେ କାର୍ଯ୍ୟରତ ଅଛନ୍ତି । ଖାସ କରି ସେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବରେ ମଧ୍ୟ ଜଣାଶୁଣା । କୁହାଯାଏ ଯେ ସଚିନ ନିଜ କ୍ୟାରିଅରରେ 60ରୁ ଉର୍ଦ୍ଧ୍ବ ଅପରାଧୀଙ୍କର କରିଛନ୍ତି ଏନକାଉଣ୍ଟର। 1990ରେ ୱାଜେ ମହାରାଷ୍ଟ୍ର ପୋଲିସ ଫୋର୍ସ ସବ-ଇନ୍ସପେକ୍ଟର ପଦରେ ଯୋଗ ଦେଇଥିଲେ। ସେ ଦାଉଦ ଇବ୍ରାହିମ ଓ ଛୋଟା ରାଜନ ଗ୍ୟାଙ୍ଗ୍‌ର ଅନେକ ଅପରାଧୀଙ୍କର ଏନକାଉଣ୍ଟର ମଧ୍ୟ କରିଥିବା କୁହାଯାଏ ।

ପୋଷ୍ଟିଙ୍ଗ୍‌

1990ରେ ମହାରାଷ୍ଟ୍ର ପୋଲିସ ଫୋର୍ସରେ ଯୋଗଦେବା ପରେ ୱାଜେଙ୍କର ପ୍ରଥମ ପୋଷ୍ଟିଂ ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଅଞ୍ଚଳ ଗଡଚିରୋଲିରେ ହୋଇଥିଲା। ଏହାପରେ 1992ରେ ତାଙ୍କର ଥାନେ ପୋଲିସକୁ ହୋଇଥିଲା ବଦଳି । ଅନେକ ବଡବଡ ମାମଲାର ସମାଧାନ ପରେ ୱାଜେଙ୍କୁ ସ୍ପେଶାଲ ସ୍କ୍ବାର୍ଡର ଦାୟିତ୍ବରେ ରଖାଯାଇଥିଲା ।

ନିଲମ୍ବନ ରେକର୍ଡ

3 ମାର୍ଚ୍ଚ 2004ରେ ଖ୍ବାଜା ୟୁନୁସର ପୋଲିସ ହେପାଜତରେ ସନ୍ଦିଗ୍ଧ ମୃତ୍ୟୁ ପରେ ୱାଜେଙ୍କ ସମେତ 14 ପୋଲିସ କର୍ମୀଙ୍କୁ କରାଯାଇଥିଲା ନିଲମ୍ବନ । 2 ଡିସେମ୍ବର 2002ର ଘାଟକୋପର ବୋମା ବିସ୍ଫୋରଣ ମାମଲାରେ ସନ୍ଦିଗ୍ଧ ଥିଲା ଖ୍ବାଜା ୟୁନୁସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.