ETV Bharat / bharat

ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଲୋକଙ୍କ ଭିଡ଼

author img

By

Published : Dec 21, 2021, 1:45 PM IST

ମହାରାଷ୍ଟ୍ର ନାଗପୁର ଅଞ୍ଚଳର 'କଳା ଇଟିଲି'କୁ ନେଇ ଏବେ ଦେଶରେ ଚର୍ଚ୍ଚା । ସାଧାରଣତଃ ଇଟିଲିର ରଙ୍ଗ ଧଳା ହୋଇଥିବାବେଳେ କ'ଣ ଏହି କଳା ଇଟିଲି ତାହା ବିଷୟରେ ଜାଣିବା ଓ ଚାଖିବାକୁ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଗ୍ରହ । ଏଥିଲାଗି ତ ଦୋକାନ ଆଗରେ ଦେଶର ଅନ୍ୟ ପ୍ରାନ୍ତରୁ ଲାଗୁଛି ଗ୍ରାହକଙ୍କ ଭିଡ଼ । ତେବେ ଆସନ୍ତୁ ଜାଣିବା କ'ଣ ଏହି କଳା ଇଟିଲି

ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଲୋକଙ୍କ ଭିଡ଼
ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଲୋକଙ୍କ ଭିଡ଼

ମୁମ୍ବାଇ: ଦକ୍ଷିଣ ଭାରତର ପ୍ରିୟ ଖାଦ୍ୟ 'ଇଟିଲି', କାହାକୁ ବା ପସନ୍ଦ ନୁହେଁ । ଧବଳ ବର୍ଣ୍ଣର ଏହି ଖାଦ୍ୟଟି ଶରୀର ପାଇଁ ହୋଇଥାଏ ବେଶ ଉପଯୋଗୀ । ଏଥିଲାଗି ଖାଦ୍ୟ ପ୍ରତି ସଚେତନ ଲୋକ ନିକଟରେ ଏହି ଖାଦ୍ୟର ରହିଥାଏ ବେଶ ଚାହିଦା । ତେବେ ଇଟିଲି କଥା କହିଲେ ଆପଣଙ୍କ ମନରେ ଧଳା ରଙ୍ଗର ଇଟିଲି ମନେ ପଡ଼ିଥାଏ । କିନ୍ତୁ ଆପଣ କେବେ କଳା ରଙ୍ଗ(Famous balck idli from Nagpur)ର ଇଟିଲି ସମ୍ପର୍କରେ ଶୁଣିଛନ୍ତି କି ? ଏଭଳି ଭିନ୍ନ ରଙ୍ଗର ଇଟିଲି ମହାରାଷ୍ଟ୍ର ନାଗପୁର ଅଞ୍ଚଳରେ ମିଳୁଥିବା ଦେଖିବାକୁ ମିଳିଛି ।

ନାଗପୁରର ପ୍ରସିଦ୍ଧ କଳା ଇଟିଲି, ଖାଇବାକୁ ଦେଶର ଭିନ୍ନ ପ୍ରାନ୍ତରୁ ଲାଗୁଛି ଗ୍ରାହକଙ୍କ ଭିଡ଼

ଦେଶରେ ଅନ୍ୟ ପ୍ରାନ୍ତରୁ ଦୋକାନରେ ଲାଗୁଛି ଲୋକଙ୍କ ଭିଡ଼:-

ଏହି ଇଟିଲିକୁ ଦକ୍ଷିଣ ଭାରତବାସୀ କୁମାର ରେଡ୍ଡି(Kumar Reddy cooks Black Idli) ପ୍ରସ୍ତୁତ କରୁଛନ୍ତି । ଏହାକୁ ନେଇ ଏବେ ଦେଶରେ ଚର୍ଚ୍ଚା ହେଉଛି । କେବଳ ମହାରାଷ୍ଟ୍ରରେ ନୁହେଁ, ଏହି ଇଟିଲି ସମ୍ପର୍କରେ ସୋସିଆଲ ମିଡ଼ିଆରେ ଖବର ପାଇବା ପରେ ଫୁଡ୍‌ ଲଭର୍‌ମାନେ ଏହି ଦୋକାନରେ ଭିଡ଼ ଜମାଉଛନ୍ତି । ରେଡ୍ଡି ନାଗପୁରର ସିଭିଲ ଅଞ୍ଚଳରେ ଦୋକାନ କରିଛନ୍ତି । ଲୋକମାନେ ପ୍ରାତଃ ଭ୍ରମଣ କରିବାକୁ ଆସିବା ପରେ ଏଠାରେ ଜଳଖିଆ କରୁଥିବା ଦେଖିବାକୁ ମିଳିଛି ।

କିପରି ଆସିଲା ଚିନ୍ତାଧାରା ?

ରେଡ୍ଡି ସମସ୍ତଙ୍କଠୁ ଭିନ୍ନ ଖାଦ୍ୟ ସହିତ ସୁସ୍ବାଦୁ ଖାଦ୍ୟ ବନାଇବା ପାଇଁ ଚିନ୍ତା କରିଥିଲେ । ଏହାପରେ ସେ ପ୍ରଥମେ ଅଣ୍ଡା ଇଟିଲି(egg idli) ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ପ୍ରକାରର ଇଟିଲିକୁ ଏତେ ପସନ୍ଦ କରିନଥିଲେ ଲୋକେ । ଏହାପରେ ରେଡ୍ଡିଙ୍କ ଜଣେ ବନ୍ଧୁ ତାଙ୍କୁ କଳା ରଙ୍ଗ(black idli) ତିଆରି ପାଇଁ କହିଥିଲେ । ଏହାପରେ ଏହି ରଙ୍ଗର ଇଟିଲି ତିଆରି କରିଥିଲେ ରେଡ୍ଡି ।

କିପରି ପ୍ରସ୍ତୁତ ହୁଏ 'କଳା ଇଟିଲି' ?

ଏହି କଳା ରଙ୍ଗର ଇଟିଲିକୁ ପ୍ରସ୍ତୁତ କରିବା ପାଇଁ ରେଡ୍ଡି କମଳା ଚୋପା ଓ ନଡ଼ିଆ ସଢେଇକୁ ପୋଡିଥାନ୍ତି । ଏହାପରେ ଏଗୁଡ଼ିକୁ ଗୁଣ୍ଡ କରି ଏକ ପାଉଡ଼ର ପ୍ରସ୍ତୁତ କରନ୍ତି । ଇଟିଲି ପିଠଉରେ ସେ ଏହି ପାଉଡ଼ର ମିଶାଇ ପ୍ରସ୍ତୁତ କରନ୍ତି 'ସୁସ୍ବାଦୁ କଳା ଇଟିଲି' । ଏହି ଭିନ୍ନ ରଙ୍ଗର ଇଟିଲି ପ୍ରସ୍ତୁତ ହେବା ପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାର ସ୍ବାଦ ଚାଖିବା ପରେ ଲୋକେ ଖୁବ ପସନ୍ଦ କରିଥିଲେ ।

ସପ୍ତରଙ୍ଗୀ 'ଇଟିଲି':-

ରେଡ୍ଡିଙ୍କ ଦୋକାନକୁ ଆସୁଥିବା କିଛି ଲୋକେ କଳା ରଙ୍ଗର ଇଟିଲି ଖାଇବା ପରେ ଏବେ ତାଙ୍କୁ 'ସପ୍ତରଙ୍ଗ'ର ଇଟିଲି ପ୍ରସ୍ତୁତ କରିବା ପାଇଁ ଦେଇଛନ୍ତି ପରାମର୍ଶ । ଗ୍ରାହକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଏପରି ଆଉ ଏକ ଭିନ୍ନ ରଙ୍ଗର ଇଟିଲି ସେ ଖୁବଶୀଘ୍ର ପ୍ରସ୍ତୁତ କରିବେ ବୋଲି କହିଛନ୍ତି ରେଡ୍ଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.