ETV Bharat / bharat

ଜାନୁଆରୀ 26ରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ମହାପଞ୍ଚାୟତ, ଦେଶବ୍ୟାପୀ ଆନ୍ଦୋଳନ

author img

By

Published : Dec 26, 2022, 2:13 PM IST

କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ସଂଯୁକ୍ତ କିଶାନ ମୋର୍ଚ୍ଚା । ଆସନ୍ତା ଜାନୁଆରୀ 26 ତାରିଖରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କୃଷକ ସଂଗଠନ । ଅଧିକ ପଢ଼ନ୍ତୁ

sanyukt kisan morcha
ସଂଯୁକ୍ତ କିସାନ ମୋର୍ଚ୍ଚା

ନୂଆଦିଲ୍ଲୀ: ଜାନୁଆରୀ 26ରେ କିଶାନ ମହାପଞ୍ଚାୟତ ଆୟୋଜନ କରିବ ସଂଯୁକ୍ତ କିଶାନ ମୋର୍ଚ୍ଚା । କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ଭୁଲିଯାଇଥିବା ଅଭିଯୋଗ କରି ହରିୟାଣାର ଜିନ୍ଦରେ କିଶାନ ମହାପଞ୍ଚାୟତ ଆୟୋଜନ କରାଯିବ । କର୍ନାଲରେ ଅନୁଷ୍ଠିତ ଏକ ବୈଠକରେ କିଶାନ ନେତା ରାକେଶ ଟିକାୟତ ଏନେଇ ସୂଚନା ଦେଇଛନ୍ତି । ଏହି କ୍ରମରେ ଆସନ୍ତା ଜାନୁୟାରୀ 26 ତାରିଖରେ ଦେଶବ୍ୟାପୀ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ବୈଠକରେ ରାକେଶ ଟିକାୟତ କହିଛନ୍ତି, "ଆମ ଉପରେ କୋରୋନା ନିୟମ ଲାଗୁ ହେବନାହିଁ। ପୂର୍ବରୁ ଆନ୍ଦୋଳନ ହୋଇଥିଲା ଏବେ ମଧ୍ୟ ହେବ । "

ଜାନୁୟାରୀ 26ରେ ହରିୟାଣାର ଜିନ୍ଦ ଠାରେ କୃଷକ ସଂଗଠନ ଏକ ବଡ଼ ରାଲି କରିବାକୁ ନିଷ୍ପତ୍ତି ନେଇଛି । ଏହି ରାଲିରେ ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶର କୃଷକମାନେ ସାମିଲ ହେବେ । ଏଥିସହ ଅନ୍ୟ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଟ୍ରାକ୍ଟର ପଦଯାତ୍ରା କରାଯିବା ନେଇ କିଶାନ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ କୃଷକ ନେତା କହିଛନ୍ତି, ଜାନୁଆରୀ 26 ରାଲି ପରେ ମାର୍ଚ୍ଚ ମାସରେ ଦିଲ୍ଲୀରେ ଏକ ବଡ଼ ଧରଣର ସଭା ଆୟୋଜନ କରାଯିବ । ବୈଠକର ତାରିଖ ଏଯାଏ ଘୋଷଣା କରାଯାଇନାହିଁ। ଚାଷୀ ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ପ୍ରତ୍ୟାହାର କରାଯାଇଥିବା ସରକାର କହିଛନ୍ତି । ମାତ୍ର ଏଯାଏ ଥାନାରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହୃତ ହୋଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ରବିବାର ଅନୁଷ୍ଠିତ ବୈଠକରେ କିଶାନ ନେତା ରାକେଶ ଟିକାୟତଙ୍କ ସମେତ ଦର୍ଶନ ପାଲ, ଯୋଗୀନ୍ଦର ସିଂ ଏବଂ ବହୁ କୃଷକ ନେତା ଉପସ୍ଥିତ ଥିଲେ । ଏମ୍‌ଏମ୍‌ପି ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ସୂଚନା ଥାଉକି, ଏହା ପୂର୍ବରୁ ମଧ୍ୟ ଅନେକ ଥର କେନ୍ଦ୍ର ସରକାରଙ୍କ ବିରୋଧରେ ଚାଷୀ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଛି । କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନ ବେଳେ ଚାଷୀଙ୍କୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିବା ଅଭିଯୋଗରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଆନ୍ଦୋଳନ କରିଛି । ସଂଗଠନର ଅଭିଯୋଗ ଅନୁସାରେ, ଦେଶରେ କେନ୍ଦ୍ର ସରକାର ଆଣିଥିବା କେନ୍ଦ୍ରୀୟ କୃଷି ଆଇନ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଏକାଧିକ କୃଷକ ସଂଗଠନ । ସରକାର ଓ ଆନ୍ଦୋଳନକାରୀ ସଂଗଠନଙ୍କ ମଧ୍ୟରେ ଏକାଧିକ ପର୍ଯ୍ୟାୟ ଆଲୋଚନା ପରେ ସେମାନେ ଆନ୍ଦୋଳନରୁ ଓହରିବା ପାଇଁ ସହମତି ପ୍ରକାଶ କରିଥିଲେ ।

ତେବେ 9 ଡିସେମ୍ବର 2021ରେ ଆନ୍ଦୋଳନରତ ଚାଷୀଙ୍କ ଦାବି ପୂରଣ ଦିଗରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିବା ସହ କିଛି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଶେଷ ହେବା ପରେ ସେସବୁ ପ୍ରତିଶ୍ରୁତି ଭୁଲିଗଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ସଂଯୁକ୍ତ କିଶାନ ମୋର୍ଚ୍ଚାକୁ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଏଥିରେ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଦାବି ଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଆଲୋଚନା କରିବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ନୁହଁନ୍ତି ବୋଲି ମୋର୍ଚ୍ଚା ଅଭିଯୋଗ କରି ଆସୁଛି । ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.