ETV Bharat / bharat

ପରଲୋକରେ କିର୍ତ୍ତୀ କିସାନ ୟୁନିଅନ ସଭାପତି ଦତ୍ତର ସିଂ

ଦିଲ୍ଲୀରେ ଚାଲିଥିବା କୃଷକ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଞ୍ଜାବର ଅଗ୍ରଣୀ ସଂଗଠନ କିର୍ତ୍ତୀ କିସାନ ୟୁନିଅନର ପଞ୍ଜାବ ରାଜ୍ୟ ସଭାପତି ଦତ୍ତର ସିଂଙ୍କ ଦେହାନ୍ତ । ଅଧିକ ପଢନ୍ତୁ...

author img

By

Published : Feb 22, 2021, 5:28 PM IST

ପରଲୋକରେ  କିର୍ତ୍ତୀ କିସାନ ୟୁନିଅନ ସଭାପତି ଦତ୍ତର ସିଂଙ୍କ ଦେହାନ୍ତ

ଚଣ୍ଡିଗଡ: ଦିଲ୍ଲୀରେ ଚାଲିଥିବା କୃଷକ ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପଞ୍ଜାବର ଅଗ୍ରଣୀ ସଂଗଠନ କିର୍ତ୍ତୀ କିସାନ ୟୁନିଅନର ପଞ୍ଜାବ ରାଜ୍ୟ ସଭାପତି ଦତ୍ତର ସିଂଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି । ଆଜି ଅମୃତସରର ବିର୍ସା ବିହାର ଠାରେ ଆୟୋଜିତ ଏକ ସେମିନାରରେ ଦତ୍ତର ସିଂ ଉଦବୋଧନ ଦେଉଥିଲାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ହୃଦଘାତ ହେବା ପରେ ତାଙ୍କୁ ତୁରନ୍ତ ଅମୃତସରର ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଏହି ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । ସ୍ବର୍ଗତ ଦତ୍ତ ସିଂ ଜଣେ ଶିକ୍ଷିତ ତଥା ବୁଦ୍ଧିମାନ କୃଷକ ନେତା ଥିଲେ। ବିଭିନ୍ନ କୃଷକ, ସାମାଜିକ ତଥା ଧାର୍ମିକ ସଂଗଠନ ସହ ଜଡିତ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.