ETV Bharat / bharat

ଭୂବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ନେଲେ କିରଣ ରିଜଜୁ, ବିରୋଧୀଙ୍କ କଡା ସମାଲୋଚନା

କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁଙ୍କ ହାତରୁ ଗଲା ଆଇନ ମନ୍ତ୍ରଣାଳୟ । ଭୂବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ ପରେ ହେଲେ ବିରୋଧୀଙ୍କ ସମାଲୋଚନାର ଶିକାର । ଅଧିକ ପଢନ୍ତୁ

author img

By

Published : May 19, 2023, 5:09 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ଭୂବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । ତାଙ୍କ ହାତରୁ ଆଇନ ମନ୍ତ୍ରଣାଳୟ ଯିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ତେବେ କୌଣସି ଭୁଲ ପାଇଁ ନୁହେଁ, ବରଂ ମନ୍ତ୍ରଣାଳୟ ଅଦଳବଦଳ ଏକ ପ୍ରକ୍ରିୟା । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଜନ ବୋଲି କହିଛନ୍ତି ରିଜଜୁ । ଏହାସହିତ ବିଭିନ୍ନ ପ୍ରକାର ମନ୍ତ୍ରଣାଳୟ ସମ୍ଭାଳିବାର ଦାୟିତ୍ବ ଦିଆଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଇନ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ସେ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସମ୍ଭାଳିଥିଲେ ।

  • With great humility, I've taken charge as Minister of Earth Sciences at New Delhi. Had first briefing meeting with Senior officers & Senior Scientists of the Ministry's various organizations. https://t.co/6480bNSSWS pic.twitter.com/NaUjCHoobd

    — Kiren Rijiju (@KirenRijiju) May 19, 2023 " class="align-text-top noRightClick twitterSection" data=" ">

ମାତ୍ର ରିଜଜୁ ଶୁକ୍ରବାର ଭୂବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏନେଇ ସେ ପ୍ରତିକ୍ରିୟାରେ କହିଛନ୍ତି, "ବିରୋଧୀ ଦଳର ନେତାମାନେ ନିଶ୍ଚିତ ଭାବରେ ମୋତେ ସମାଲୋଚନା କରିବେ । ମୋ ବିରୋଧରେ ବିରୋଧୀମାନେ କହିବା କୌଣସି ନୂଆ କଥା ନୁହେଁ । ତେବେ ମୋର ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯିବା କୌଣସି ଦଣ୍ଡ ନୁହେଁ, ବରଂ ମନ୍ତ୍ରଣାଳୟ ଅଦଳବଦଳ ଏକ ସାଧାରଣ ପ୍ରକ୍ରିୟା । ଏହା ସରକାରଙ୍କ ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନ ।"

ଏହା ବି ପଢନ୍ତୁ- ସମୀର ୱାଙ୍ଖଡେଙ୍କୁ ନେଇ ବଡ଼ ଖୁଲାସା, ୬ଥର ଫରେନ୍ ଟ୍ରିପ୍ ଓ ୫ବର୍ଷରେ ମୁମ୍ବାଇରେ ୪ ଫ୍ଲାଟ୍

ଲୋକସଭା ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ କେନ୍ଦ୍ର ସରକାର ଦାୟିତ୍ବ ଦେଇଛନ୍ତି । ବିଚାରପତିଙ୍କ ନିଯୁକ୍ତି ନେଇ ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ଦେଖାଦେଉଥିବା ବିବାଦ ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଅଦଳବଦଳ ନେଇ ବେଶ ଚର୍ଚ୍ଚା ହେଉଛି । ବିରୋଧୀ କେନ୍ଦ୍ରମନ୍ତ୍ରୀ ରିଜଜୁଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସାଂସଦ ମନିକମ ଟାଗୋର ରିଜଜୁଙ୍କୁ 'ଅଯୋଗ୍ୟ ଆଇନ ମନ୍ତ୍ରୀ' କହିଥିବା ବେଳେ ରାଜ୍ୟସଭା ସାଂସଦ କପିଲ ଶିବଲ ମଧ୍ୟ ରିଜଜଙ୍କୁ ସମାଲୋଚନା କରିଛନ୍ତି ।

କପିଲ ଶିବଲ କହିଛନ୍ତି, "ଅଯୋଗ୍ୟ ଆଇନ ମନ୍ତ୍ରୀ ଏବେ ଭୂବିଜ୍ଞାନ ମନ୍ତ୍ରଣାଳୟରେ ଯାଇ କରିବେ କଣ ? ଆଇନ ଅପେକ୍ଷା ବିଜ୍ଞାନକୁ ବୁଝିବା ସହଜ ନୁହେଁ । ଆଶା କରୁଛି ଅର୍ଜୁନ ରାମ ମେଘୱାଲ ଆଇନ ମନ୍ତ୍ରୀ ଭାବେ ନିଜ ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ ।" ଏହାସହିତ ସେ କିରଣ ରିଜଜୁଙ୍କୁ ନୂଆ ମନ୍ତ୍ରଣାଳୟ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏପଟେ ଉଦ୍ଧବ ଠାକରେ ଗୋଷ୍ଠୀ ନେତା ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ରିଜଜୁଙ୍କ ମନ୍ତ୍ରଣାଳୟ ଅଦଳବଦଳକୁ ସୁପ୍ରିମକୋର୍ଟଙ୍କ ମହାରାଷ୍ଟ୍ର ରାୟ ଓ ମୋଦାନି-ସେବି ତଦନ୍ତ ସହିତ ଯୋଡ଼ି ତାଙ୍କୁ କଡା ସମାଲୋଚନା କରିଛନ୍ତି ।

ଶୁକ୍ରବାର ରିଜଜୁ ଭୂବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ବ ଗ୍ରହଣ କରିବା ସମୟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଅତିରକ୍ତ ସଚିବ ବିଶ୍ବଜିତ ସାହୟ ଓ ମନ୍ତ୍ରଣାଳୟର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.