ETV Bharat / bharat

'କିରଣ ବେଦୀ ଇର୍ଷା ପରାୟଣ ହୋଇ ଟି-20 ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଚାହୁଁଛନ୍ତି' - ପଣ୍ଡିଚେରୀରେ ଟି-ଟ୍ବେଣ୍ଟି ଟୁର୍ନାମେଣ୍ଚ

କ୍ରୀଡାମନ୍ତ୍ରୀ ମାଳଦୀ କ୍ରୀଷ୍ଣ ରାଓଙ୍କ ଅଭିଯୋଗ । କିରଣ ବେଦୀ ଇର୍ଷା ପରାୟଣ ହୋଇ ପ୍ରଦେଶରେ ଟି-20 ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅଧିକ ପଢନ୍ତୁ...

'କିରଣ ବେଦୀ ଇର୍ଷା ପରାୟଣ ହୋଇ ଟି-20 ଟୁର୍ନାମେଣ୍ଚ ବନ୍ଦ କରିବାକୁ ଚାହୁଁଛନ୍ତି'

author img

By

Published : Nov 15, 2020, 3:40 PM IST

ପଣ୍ଡିଚେରୀ: ଉପରାଜ୍ୟପାଳ କିରଣ ବେଦୀଙ୍କ ଉପରେ ବର୍ଷିଲେ ପଣ୍ଡିଚେରୀ କ୍ରୀଡାମନ୍ତ୍ରୀ ମାଳାଦୀ କ୍ରୀଷ୍ଣା ରାଓ । କିରଣ ବେଦୀ ଇର୍ଷା ପରାୟଣ ହୋଇ ନିଜକୁ ବିଜ୍ଞାପିତ କରିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳରେ ଟି-20 ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଶନିବାର ମାଳଦୀ କ୍ରୀଷ୍ଣ ରାଓ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଶାସକ ଏବଂ ବିରୋଧୀ ମଧ୍ୟ ସମର୍ଥନ ଜଣାଇଛନ୍ତି । ବର୍ତ୍ତମାନ ପଣ୍ଡିଚେରୀରେ ଅନ୍ତର୍ଜାତୀୟ ଏବଂ ଟି-20 ମ୍ୟାଚ ଅନୁଷ୍ଠିତ ପାଇଁ କ୍ରିକେଟ ମଇଦାନ ରହିଛି । ମାତ୍ର ବେଦୀ ଇର୍ଷା ହେତୁ ଏହାକୁ ବନ୍ଦ କରିବାକୁ ବସିଛନ୍ତି ।

କିରଣ ବେଦୀ ଜିଲ୍ଲାପାଳଙ୍କୁ ସରକାରୀ ପୋରାମ୍ବୋକ ଜମିରେ ବେଆଇନ ଭାବେ କ୍ରିକେଟ ପ୍ରୋମୋଟରଙ୍କ ପ୍ରବେଶ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ କ୍ରୀଷ୍ଣା ରାଓ ଏଭଳି ଅଭିଯୋଗ କରିଛନ୍ତି । ଆହୁରିମଧ୍ୟ, ଏହି ମାମଲାରେ ଉପଜିଲ୍ଲାପାଳ ଆଦେଶ ପାରିତ କରି ପାରିବେ ନାହିଁ । ଯାହା କିଛି ତ୍ରୁଟି ରହିଛି ତାହା ସଂଶୋଧନ କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିବା କହିଛନ୍ତି କ୍ରୀଡାମନ୍ତ୍ରୀ । ତେବେ ନଭେମ୍ବର 11 ରୁ 27 ତାରିଖ ଯାଏଁ ପଣ୍ଡିଚେରୀ କ୍ରିକେଟ ଆସୋସିଏସନ ସାଇକେମ ଷ୍ଟାଡିୟମରେ ଟି-20 ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.