ETV Bharat / bharat

Kinnaur Landslide: ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି, ସର୍ଚ୍ଚ ଅପରେସନ ଜାରି

author img

By

Published : Aug 16, 2021, 12:44 PM IST

ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି । ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ...

Himachal landslide :ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ,ସର୍ଚ୍ଚ ଅପରେସନ ଜାରି

ସିମଲା: ହିମାଚଳ ପ୍ରଦେଶର କିନୌରରେ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।ଏହାସହ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ନିଗୁଲସାରୀ ଓ ଚୌରା ମଝିରେ ଅଚାନକ ପାହାଡର ଏକ ବଡ ଅଂଶ ଭାଙ୍ଗିଯିବା ଯୋଗୁଁ ଏକ ବସ୍, ଟ୍ରକ ଓ ଚାରୋଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏନଡିଆରଏଫ, ଆଇଟିବିପି, ସ୍ଥାନୀୟ ପୋଲିସ ଓ ହୋମଗାର୍ଡ ଆଦି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ।

ସେପଟେ, ଏଭଳି ବଡ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ରାଶି ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ମୃତକଙ୍କ ପାଇଁ ୫ ଲକ୍ଷର ସହାୟତା ଘୋଷଣା କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.