ETV Bharat / bharat

Pulwama Encounter: କାଶ୍ମୀର ପଣ୍ଡିତ ହତ୍ୟାରେ ସାମିଲ ୨ ଆତଙ୍କୀ ନିପାତ, ଜଣେ ଯବାନ ଶହୀଦ

author img

By

Published : Feb 28, 2023, 5:07 PM IST

ପୁଲଓ୍ବାମା ଏନକାଉଣ୍ଟରରେ ଟଳିଲେ ଦୁଇ ହାର୍ଡକୋର ଆତଙ୍କୀ । କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଥିଲେ ସାମିଲ । ଜଣେ ଯବାନ ମଧ୍ୟ ଶହୀଦ । ଅଧିକ ପଢନ୍ତୁ

କାଶ୍ମୀର ପଣ୍ଡିତ ହତ୍ୟାରେ ସାମିଲ ୨ ଆତଙ୍କୀ ନିପାତ, ଜଣେ ଯବାନ ଶହୀଦ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଜାରି ରହିଥିବା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ସଫା କରିଛି ସୁରକ୍ଷାବଳ । ଏଥିରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ନିପାତ ହୋଇଥିବା ଆତଙ୍କୀ ରବିବାର ଘଟିଥିବା କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ କହିଛି । ରବିବାର କାଶ୍ମୀର ପଣ୍ଡିତ ଶର୍ମାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ସେନା ଏହି ମାମଲାରେ ସମ୍ପୃକ୍ତ ଆତଙ୍କୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନିପାତ କରିବା ପାଇଁ ଯୋଜନା ରଖିଥିଲା । ଆଜି ଆତଙ୍କୀ ଗିତିବିଧି ନେଇ ସୂଚନା ମିଳିବା ପରେ ପୁଲଓ୍ବାମାରେ ଆତଙ୍କୀ ନିରୋଧୀ ଅପରେସନ ଆରମ୍ଭ କରିଥିଲା । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଦୁଇ ଆତଙ୍କୀ ସେନା ସଫା କରିଛି । ସେହିପରି ଜଣେ ସେନା ଯବାନ ମଧ୍ୟ ଘଟଣାସ୍ଥଳରେ ଶହୀଦ ହୋଇଛନ୍ତି ।

ନିପାତ ଆତଙ୍କୀଙ୍କ ପରିଚୟ ମଧ୍ୟ ସେନା ସ୍ପଷ୍ଟ କରିଛି । ଏମାନେ ଆକିବ ମୁସ୍ତାକ ଭଟ୍ଟ ଓ ଅଜିଜ ଅହମ୍ମଦ ଭଟ୍ଟ । ଉଭୟ ପୁଲଓ୍ବାମାର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ବହୁବର୍ଷ ଧରି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ । କାଶ୍ମୀର ପୋଲିସ ତାଲିକାରେ ଜଣେ ପ୍ରଥମ ବର୍ଗର ଆତଙ୍କୀ ଓ ଜଣେ ତୃତୀୟ ବର୍ଗର ଆତଙ୍କୀ ଭାବେ ସ୍ଥାନ ପାଇଥିଲେ । ଉଭୟଙ୍କୁ ନିପାତ କିମ୍ବା ଗିରଫ କରିବା ପାଇଁ ପୋଲିସ ଓ ସେନା କାର୍ଯ୍ୟ କରୁଥିଲା । ତେବେ ରବିବାର ସଞ୍ଜୟ ଶର୍ମାଙ୍କ ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସେନା ଏମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ।

କାଶ୍ମୀର ଜୋନ ଏଡିଜିପି ବିଜୟ କୁମାର ଆଜିର ଅପରେସନ ସମ୍ପର୍କରେ ସୂଚନା ଦେଇ ଦୁଇ ଆତଙ୍କୀଙ୍କ ନିପାତ ହେବା ସହ ଜଣେ ଯବାନଙ୍କ ଶହୀଦ ହେବା ଘଟଣାକୁ ସ୍ପଷ୍ଟ କରିଛନ୍ତି । ଏହାସହ ମୃତ ଆତଙ୍କୀ ଆକିବ ହିଁ କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କ ହତ୍ୟାକାଣ୍ଡ ଘଟାଇଥିବା ସେ ସ୍ପଷ୍ଟ କରିଛନ୍ତି । ଏଥିରେ ଜଣେ ଯବାନ ଗୁରୁତର ହୋଇଥିଲେ । ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସମୟରେ ସେ ଶହୀଦ ହୋଇଥିଲେ । କାଶ୍ମୀରରେ କିଛି ଦିନର ବ୍ୟବଧାନ ପରେ ପୁଣି ରବିବାର ଏକ ଟାର୍ଗେଟ କିଲିଂ ଦେଖିବାକୁ ମିଳିଥିଲା । କାଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଏହାସହ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ଉଦବେଗ ପ୍ରକାଶ ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.