ETV Bharat / bharat

Khargone violence: 8 ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ, ପୋଲିସ ଲୁଚାଇ ରଖିଥିବା ପରିବାରର ଅଭିଯୋଗ

author img

By

Published : Apr 18, 2022, 6:06 PM IST

ମଧ୍ୟପ୍ରଦେଶ ଖରୋଗନ ହିଂସାକାଣ୍ଡ ଘଟଣାର 8 ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ । ମୃତ ଯୁବକଙ୍କ ନାମ ଇବାରିଶ ଖାନ । ପୋଲିସ ବିରୋଧରେ ଲୁଚାଇ ରଖିବାର ଅଭିଯୋଗ ଆଣିଲା ମୃତକଙ୍କ ପରିବାର । ଅଧିକ ପଢନ୍ତୁ

Khargone violence: 8 ଦିନ ପରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟ, ପୋଲିସ ଲୁଚାଇ ରଖିଥିବା ପରିବାରର ଅଭିଯୋଗ

ଭୋପାଳ: ମଧ୍ୟପ୍ରଦେଶର ଖରୋଗନରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ନିଖୋଜ ରହିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି (ସୋମବାର) ଅର୍ଥାତ ଘଟଣାର 8 ଦିନ ପରେ ସ୍ପଷ୍ଟ ହୋଇଛି । ମୃତ ଯୁବକଙ୍କ ନାମ ଇବାରିଶ ଖାନ ଓ ସେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଚଳିତ ମାସ 10 ତାରିଖରେ ଘଟିଥିବା ହିଂସାକାଣ୍ଡ ପରେ ତାଙ୍କ ପତ୍ତା ମିଳି ନଥିଲା । ଆଜି ମୃତଦେହ ମିଳିବା ପରେ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ।

ମୃତକ ଇବାରିଶଙ୍କ ଭାଇ ଇଖଲାପ ଖାନ ଅଭିଯୋଗ କରିଛନ୍ତି ଯେ, ଇବାରିଶ ରମଜାନରେ ଖାଦ୍ୟ ଦେବା ପାଇଁ ଯାଇଥିବା ବେଳେ ଅପର ଗୋଷ୍ଠୀଙ୍କ ଦ୍ବାରା ପଥରମାଡ ଓ ମାରଣାସ୍ତ୍ରରେ ଆକ୍ରମଣର ଶିକାର ହୋଇଥିଲେ । ଏପ୍ରିଲ 12ରେ ଇବାରିଶଙ୍କ ସମେତ କିଛି ଯୁବକଙ୍କୁ ପୋଲିସ ଉଠାଇ ନେଇ ହାଜତରେ ରଖିଥିବା ମଧ୍ୟ ଦେଖିବାକୁ ମିଳିଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ତାଙ୍କ ପରିବାରକୁ କିଛି ସୂଚନା ଦିଆଯାଇ ନଥିବାବେଳେ 12 ଏପ୍ରିଲରେ ତାଙ୍କ ମୃତଦେହ ଇନ୍ଦୋରରେ ଥିବା ପୋଲିସ କହିଥିବା ଇଖଲାପ କହିଛନ୍ତି ।

ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ପ୍ରତିକ୍ରିୟା ରଖିଛି । ଆନନ୍ଦନଗର ଏରିଆରେ ଇବାରିଶର ମୃତଦେହ ଠାବ କରାଯାଇଥିଲା । ହିଂସାକାଣ୍ଡରେ ଇବାରିଶର ମୃତ୍ୟୁ ହେବା ପରେ ଖରୋଗନରେ ମୃତଦେହ ସଂରକ୍ଷିତ ରଖିବା ନେଇ କୌଣସି ବ୍ୟବସ୍ଥା ନଥିବାରୁ ମୃତଦେହକୁ ଇନ୍ଦୋରର ସରକାରୀ ହସ୍ପିଟାଲରେ ଗତ 8 ଦିନ ଧରି ରଖାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ହିଂସାବେଳେ ପଥରମାଡରେ ଇବାରିଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ପୋଲିସ କହିଛି । ପରିବାର ଲୋକେ ଏହାକୁ ଖଣ୍ଡନ କରିବା ପୋଲିସ ମୃତଦେହ ଉଦ୍ଦେଶ୍ୟମୂଳକ ଭାବେ ଲୁଚାଇ ରଖିଥିବା ଅଭିଯୋଗ କରିଛନ୍ତି ।

ଏପ୍ରିଲ 10 ତାରିଖ ରାମ ନବମୀ ଅବସରରେ ଆୟୋଜିତ ଶୋଭାଯାତ୍ରାରେ ପ୍ରଥମେ ପଥରମାଡ ଓ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବ୍ୟାପକ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ଏକାଧିକ ଆହତ ହୋଇଥିଲେ । ଅନେକଙ୍କୁ ଗିରଫ କରାଯିବା ସହ ଏବେ ମଧ୍ୟ ତଦନ୍ତ ଜାରି ରହିଛି । ଘଟଣାର କାର୍ଯ୍ୟାନୁଷ୍ଠାନରେ ଶୂନ୍ୟ ସହିଷ୍ଣୁତା ନୀତି ଆପଣାଇଥିଲେ ମଧ୍ୟପ୍ରଦେଶ ସରକାର । ତୁରନ୍ତ ଗିରଫଦାରୀ ଆରମ୍ଭ କରିବା ସହ ଫେରାର ଅଭିଯୁକ୍ତଙ୍କ ସମ୍ପତ୍ତି ମଧ୍ୟ ଉଚ୍ଛେଦ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.