ETV Bharat / bharat

ପିଏମ୍ ରେସ୍‌ରୁ ରାହୁଲଙ୍କୁ ଆଉଟ୍ କରିବାକୁ ଖଡଗେଙ୍କ ନାଁ ଉଠିଛି: ବିଜେପି

author img

By ETV Bharat Odisha Team

Published : Dec 20, 2023, 10:44 AM IST

BJP on INDIA bloc PM face: ପ୍ରଧାନମନ୍ତ୍ରୀ ରେସ୍‌ରୁ ରାହୁଲଙ୍କୁ ଆଉଟ୍ କରିବାକୁ ଖଡଗେଙ୍କ ନାଁ ପ୍ରସ୍ତାବ ହୋଇଛି କହିଲା ବିଜେପି । ଅଧିକ ପଢ଼ନ୍ତୁ

BJP on INDIA bloc PM face
BJP on INDIA bloc PM face

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରେସ୍‌ରୁ ରାହୁଲ ଗାନ୍ଧୀଙ୍କୁ ବାହାର କରିବାକୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାଁ ସୁପାରିଶ ହୋଇଛି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଓ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାହୁଲଙ୍କୁ ଆଉଟ୍ କରିବା ପାଇଁ ଖଡ଼ଗେଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ରଖିଛନ୍ତି । କାରଣ ସେମାନେ ଜାଣିଛନ୍ତି ରାହୁଲ ଥାଉ ଥାଉ ଖଡଗେ କେବେ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବନି । ଗତକାଲିର ବିରୋଧୀ ମେଣ୍ଟ ବୈଠକ ପରେ ଏଭଳି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।

କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କ କହିବା କଥା, ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବେ ପ୍ରତିଦ୍ବନ୍ଦିତା କରନ୍ତୁ ବୋଲି ମମତା ବାନାର୍ଜୀ ଏବଂ କେଜ୍ରିୱାଲ ଚାହୁଁ ନାହାନ୍ତି । ତେଣୁକରି ପ୍ରଧାନମନ୍ତ୍ରୀ ଦୌଡ଼ରୁ ରାହୁଲଙ୍କ ଆଉଟ୍ କରିବାକୁ ସେମାନେ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାଁ ପ୍ରସ୍ତାବ କରିଛନ୍ତି । କେଜ୍ରିୱାଲ ଏବଂ ମମତା ବାନାର୍ଜୀ ଭଲ ଭାବେ ଜାଣିଛନ୍ତି ଯେ ରାହୁଲ ଗାନ୍ଧୀ ଥିବା ପର୍ଯ୍ୟନ୍ତ ଖଡ଼ଗେ କେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେନି । ତେଣୁ ରାହୁଲଙ୍କୁ ପ୍ରାର୍ଥୀ ନକରିବାକୁ ସେମାନେ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏପରି କରି ସେମାନେ ଉଭୟ ଖଡ଼ଗେ ଏବଂ ରାହୁଲଙ୍କୁ ନିଜ ଜାଲରେ ଫସାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଖଡ଼ଗେ ! ବୈଠକରେ ପ୍ରସ୍ତାବ ଦେଲେ ଦିଦି ଓ କେଜ୍ରିଓ୍ବାଲ

ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ଇଣ୍ଡିଆ ମେଣ୍ଟ ବୈଠକକୁ ସମାଲୋଚନା କରି କହିଛନ୍ତି ଯେ, ଦେଶର ପ୍ରଗତି ରୋକିବାକୁ ବିରୋଧୀଙ୍କ ଏହି ବୈଠକ ବସିଛି । ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବାକୁ ଇଣ୍ଡିଆ ମେଣ୍ଟ ନେତାମାନେ ଏକାଠି ହୋଇଛନ୍ତି । କିନ୍ତୁ ମୋଦିଙ୍କୁ ହରାଇବା ପିଲାଖେଳ ନୁହେଁ । ନରେନ୍ଦ୍ର ମୋଦି ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ବ । ସେ ଏହି ଦେଶ ଏବଂ ଜନତାଙ୍କ ପାଇଁ କାମ କରୁଛନ୍ତି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପି ୩ଟି ରାଜ୍ୟ ଜୟ କରିଛି । ତେଲେଙ୍ଗାନାରେ ପରାଜିତ ହୋଇଥିଲେ ହେଁ ଭୋଟ ସେୟାର ବୃଦ୍ଧି ପାଇଛି ।

ପ୍ରକାଶ ଥାଉକି, ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମର୍ଥନ କରିଥିଲେ । ଏହାକୁ ନେଇ ଖଡଗେ କହିଥିଲେ ଯେ, ପ୍ରଥମେ ଜିତିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେ ନିର୍ବାଚନ ଜିତିବା ପରେ କିଏ ପ୍ରଧାନମନ୍ତ୍ରୀ ହେବେ ତାହାର ନିଷ୍ପତ୍ତି ନିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.