ETV Bharat / bharat

କେରଳକୁ ଲେଉଟିଲା ଶିଗେଲା ଆତଙ୍କ - କେରଳରେ ପୁଣି ଶିଗେଲା ରୋଗ ଆତଙ୍କ

କେରଳରେ ପୁଣି ଜଣେ ଶିଗେଲା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ( Kozhikode reports shigella infection )। କୋଝିକୋଡେର ପୁଥିଆପାରେ ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କେରଳରେ ପୁଣି  ଶିଗେଲା ରୋଗ ଆତଙ୍କ
କେରଳରେ ପୁଣି ଶିଗେଲା ରୋଗ ଆତଙ୍କ
author img

By

Published : Apr 28, 2022, 8:48 AM IST

ଥିରୁଅନନ୍ତପୁରମ: କେରଳରେ ପୁଣି ଶିଗେଲା ରୋଗ ଆତଙ୍କ । ଗତକାଲି ପୁଣି ଜଣେ ଶିଗେଲା ରୋଗୀ ଚିହ୍ନଟ ହୋଇଛନ୍ତି । କୋଝିକୋଡେର ପୁଥିଆପାରେ ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ( Kozhikode reports shigella infection) । ଏପ୍ରିଲ ୨୦ ଓ ୨୧ରେ ଲକ୍ଷଣ ଦେଖାଯିବା ପରେ ଜଣେ ୭ ବର୍ଷର ନାବାଳିକା ସଂକ୍ରମିତ ହୋଇଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ଏହି ରୋଗ ବ୍ୟାପି ନଥିବା କହିଛନ୍ତି ।

ତେବେ ନାବାଳିକାକଙ୍କ ୨ଜଣ ପଡୋଶୀ ଘର ଶିଶୁଙ୍କ ନିକଟରେ ଏହି ଲକ୍ଷଣ ଦେଖାଯିବାରୁ ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସିଗେଲୋସିସି ନାମକ ଏହି ସଂକ୍ରମଣ ଶିଗେଲା ନାମକ ଏକ ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପୁଛି । ଦୂଷିତ ଜଳ ଏବଂ ଅପରିଷ୍କାର ଖାଦ୍ୟ ଏହି ରୋଗର ମୁଖ୍ୟ କାରଣ । ଏହି ରୋଗରେ ଆକ୍ରାନ୍ତ ହେଲେ ଜ୍ବର ପେଟ ଯନ୍ତ୍ରଣା, ବାନ୍ତି, ଥକାପଣ ଏବଂ ରକ୍ତ ଜମାଟ ଦେଖାଯିବ ।

ଏହା ଅନ୍ତନଳୀକୁ ପ୍ରଭାବିତ କରିଥାଏ ଏବଂ ରକ୍ତ ସ୍ରାବ ମଧ୍ୟ ହୋଇଥାଏ । ୫ ବର୍ଷରୁ କମ ବୟସର ପିଲା ଯଦି ଏହି ରୋଗରେ ସଂକ୍ରମିତ ହୁଅନ୍ତି ତବେ ମୃତ୍ୟୁ ହେବାର ଅଧିକ ସମ୍ଭାବନା ରହିଛି । ଯଦି ଲକ୍ଷଣ ଦେଖାଯିବା ସମୟରେ ଏହାର ନିରାକଣ ନକରନ୍ତି ତେବେ ତେବେ ଏହା ଅନ୍ୟକୁ ମଧ୍ୟ ବ୍ୟାପିଥାଏ । ଏହା ପୂର୍ବରୁ ଅନେକ ମଧ୍ୟ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.