ETV Bharat / bharat

ଗତ 10 ଦିନରେ କେରଳରେ 1000 ସ୍ବାସ୍ଥ୍ୟକର୍ମୀ ପଜିଟିଭ ଚିହ୍ନଟ

author img

By

Published : May 11, 2021, 9:39 AM IST

କେରଳରେ ଗତ 10 ଦିନରେ 1 ହଜାର ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଗତ 10 ଦିନରେ କେରଳରେ 1000 ସ୍ବାସ୍ଥ୍ୟକର୍ମୀ ପଜିଟିଭ ଚିହ୍ନଟ
ଗତ 10 ଦିନରେ କେରଳରେ 1000 ସ୍ବାସ୍ଥ୍ୟକର୍ମୀ ପଜିଟିଭ ଚିହ୍ନଟ

ଥିରୁଅନନ୍ତପୁରମ: କେରଳରେ କୋରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଲକଡାଉନ ଲାଗୁ କରିଥିଲେ ମଧ୍ୟ ସଂକ୍ରମଣରେ ଲାଗିନି ଲୋକ । ଗତ 10 ଦିନରେ ରାଜ୍ୟରେ 1000 ସ୍ବାସ୍ଥ୍ୟକର୍ମୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ମେଡିକାଲ ଅଫିସର ଆସୋସିଏସନର ଜେନେରାଲ ସେକ୍ରେଟାରୀ ଡକ୍ଟର ଟି ଏନ ସୁରେଶଙ୍କ କହିବା ଅନୁସାରେ ରାଜ୍ୟରେ ଦିନକୁ ଦିନ କ୍ଷିପ୍ର ଗତିରେ ବଢି ଚାଲିଛି କୋରୋନା । ବର୍ତ୍ତମାନ ରାଜ୍ୟରେ 4.5 ଲକ୍ଷ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇପଡୁଛନ୍ତି । ଗତ 10 ଦିନ ମଧ୍ୟରେ ପ୍ରାୟ 1 ହଜାର ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ଉତ୍ସକୁ ବଢାଇବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ତେବେ ସୋମବାର ରାଜ୍ୟରେ 27 ହଜାର 487 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 65 ଜଣଙ୍କର ମୃ୍ତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5978ରେ ପହଞ୍ଚିଛି । ସେପଟେ 27.56 ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.