ETV Bharat / bharat

କେରଳରେ କାୟା ବିସ୍ତାର କରୁଛି Zika Virus, ୪୮ ଛୁଇଁଲା ପଜିଟିଭ - ଜିକା ଭାଇରସ

ରବିବାର କେରଳରେ ୨ ଜିକା ଭାଇରସ ପଜିଟିଭ(Zika Virus) ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା କେରଳରେ ଜିକା ଭାଇରସ ମାମଲା ୪୮ରେ ପହଁଞ୍ଚିଛି । ଅଧିକ ପଢନ୍ତୁ...

କେରଳରେ କାୟା ବିସ୍ତାର କରୁଛି Zika Virus, ୪୮ ଛୁଇଁଲା ପଜିଟିଭ

author img

By

Published : Jul 25, 2021, 10:13 PM IST

ଥିରୁଅନନ୍ତପୁରମ: ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ କେରଳରେ କାୟା ବିସ୍ତାର କରୁଛି ଜିକା ଭାଇରସ(Zika virus) । ରବିବାର ରାଜ୍ୟରେ ଆଉ ୨ ଜିକା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ବର୍ତ୍ତମାନସୁଦ୍ଧା କେରଳରେ ଜିକା ଭାଇରସ ମାମଲା ୪୮ରେ ପହଁଞ୍ଚିଛି ।

ରବିବାର ରାଜ୍ୟରେ ଆଉ ୨ ଜିକା ଭାଇରସ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୪୮ଟି ମାମଲା ଚିହ୍ନଟ ହୋଇସାରିଥିବା ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, କେରଳରେ ରବିବାର ୨ଟି ଜିକା ଭାଇରସ ପଜିଟିଭ ମିଳିଛି । ଏଥିମଧ୍ୟରୁ ୫ଟି ମାମଲା ସକ୍ରିୟ ରହିଛି । ରବିବାର ଚିହ୍ନଟ ପଜିଟିଭ ମଧ୍ୟରୁ ଥିରୁଅନନ୍ତପୁରମର ଜଣେ ୪୨ ବର୍ଷୀୟ ମହିଳା ଥିବାବେଳେ କୋଲ୍ଲମରୁ ୩୦ ବର୍ଷୀୟ ମହିଳା ସାମିଲ ଅଛନ୍ତି ।

ଥିରୁଅନନ୍ତପୁରମ ମେଡିକାଲ କଲେଜର ଭାଇରୋଲୋଜୀ ଲ୍ୟାବରେ ହୋଇଥିବା ଟେଷ୍ଟରୁ ଏହି ୨ ଜଣ ମହିଳାଙ୍କ ନମୁନା ପଜିଟିଭ ମିଳିଛି । ତେବେ ସଂକ୍ରମିତ ମେଡିକାଲରେ ଭର୍ତ୍ତି ହୋଇନଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ଦିଆଯାଇଛି ।

୨୨ ଜୁଲାଇରେ ରାଜ୍ୟରେ ୩ଟି ଜିକା ଭାଇରସ ମାମଲା ରିପୋର୍ଟ ହୋଇଥିଲା । ଭାଇରସକୁ ନେଇ ଗୋଟିଏ କଣ୍ଟ୍ରୋଲରୁମ ମଧ୍ୟ ଆରମ୍ଭ କରାଯାଇଛି । ଜୁଲାଇ ୯ରେ କେରଳରେ ପ୍ରଥମ ଜିକା ଭାଇରସ ଚିହ୍ନଟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.