ETV Bharat / bharat

କେରଳରେ ପ୍ରକୃତିର ତାଣ୍ଡବ: ୩୯ ଛୁଇଁଲା ମୃତ୍ୟୁସଂଖ୍ୟା, ପୁଣି ୨ ଦିନ ସତର୍କ ସୂଚନା - କେରଳ ମୃତ୍ୟୁସଂଖ୍ୟା

କେରଳରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ପ୍ରଭାବରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି । ପୁଣି ୨ ଦିନ ପାଇଁ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ...

Kerala Rain updates: Death toll 39, High alert for today and tomorrow
କେରଳରେ ପ୍ରକୃତିର ତାଣ୍ଡବ: ମୃତ୍ୟୁସଂଖ୍ୟା ୩୯ ଛୁଇଁଲା, ପୁଣି ୨ ଦିନ ସତର୍କ ସୂଚନା
author img

By

Published : Oct 20, 2021, 9:51 AM IST

ଥୀରୁଅନନ୍ତପୁରମ: କେରଳରେ ମୃତ୍ୟୁର ବିଭୀଷିକା ରଚିଛି ବନ୍ୟା । ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ନେଲାଣି ଏକାଧିକ ଜୀବନ । ଗତ ୨/୩ ଦିନ ମଧ୍ୟରେ କେରଳରେ ମୃତ୍ୟୁସଂଖ୍ୟା ୩୯ ରେ ପହଞ୍ଚିଛି । ପାଣିପାଗ ବିଭାଗ ମଧ୍ୟ ଆଜି(ବୁଧବାର) ଏବଂ ଆସନ୍ତାକାଲି(ଗୁରୁବାର) ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ।

ନଦୀକୂଳ ଏବଂ ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । କୋଲାମ, ଅଲପୁଜାହା ଏବଂ କସରଗୋଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ବାକି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଶୁକ୍ରବାର ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଇଡୁକ୍କି ସମେତ ବିଭିନ୍ନ ଡ୍ୟାମ ଖୋଲାଯାଇଥିବାରୁ ଅତ୍ୟଧିକ ସତର୍କତା ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ଜିଲ୍ଲା ସଂଗ୍ରହକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଥିବା ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ପାହାଡ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ କେ ରାଜନ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟରେ 12 ଟି NDRF ଦଳ ନିୟୋଜିତ ହୋଇଛନ୍ତି । ବାୟୁସେନା ଏବଂ ନୌସେନାର ସହାୟତା ମଧ୍ୟ ମଗାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.