ETV Bharat / bharat

YouTube ଦେଖି ଶିଶୁପୁତ୍ରକୁ ଜନ୍ମ ଦେଲେ ୧୭ ବର୍ଷିୟ ନାବାଳିକା

ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ସତ । ୟୁଟ୍ୟୁବ ଦେଖି ନିଜେ ନିଜର ପ୍ରସବ କରାଇଲେ ୧୭ ବର୍ଷର ନାବାଳିକା । ଅଧିକ ପଢନ୍ତୁ...

ୟୁଟ୍ୟୁବ ଦେଖି  ଶିଶୁ ଜନ୍ମ ଦେଲେ ୧୭ ବର୍ଷିୟ ନାବାବଳିକା
ୟୁଟ୍ୟୁବ ଦେଖି ଶିଶୁ ଜନ୍ମ ଦେଲେ ୧୭ ବର୍ଷିୟ ନାବାବଳିକାୟୁଟ୍ୟୁବ ଦେଖି ଶିଶୁ ଜନ୍ମ ଦେଲେ ୧୭ ବର୍ଷିୟ ନାବାବଳିକା
author img

By

Published : Oct 29, 2021, 7:35 AM IST

ଥିରୁଅନନ୍ତପୁରମ: ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟ ସତ । ୟୁଟ୍ୟୁବ ଦେଖି ଶିଶୁ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା । ମାତ୍ର ୧୭ ବର୍ଷ ବୟସରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ବେଳେ କାହାର ସହାୟତା ନ ନେଇ ୟୁଟ୍ୟୁବ ଭିଡିଓ ଦେଖି ନିଜେ ନିଜର ପ୍ରସବ କରି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳର ମାଲାମପୁରମ ଜିଲ୍ଲାରେ । ନାବାଳିକାଙ୍କ ତାଙ୍କର ୨ ପଡୋଶୀଙ୍କ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ ମଧ୍ୟ ପରିବାରରେ କାହାରିକୁ ବି ଜଣାଇନଥିଲେ । ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ପୋଲିସ ପଡୋଶି ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁଯାୟୀ, ନାବାଳିକାଙ୍କ ତାଙ୍କ ପଡୋଶୀ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାନଥିଲା । ଏହାପରେ ନାବାଳିକା ଜଣଙ୍କ ଗର୍ଭବତୀ ହେବାପରେ ପ୍ରସବ ବେଦନା ହେବାରୁ ଅନଲାଇନ କ୍ଲାସ ଥିବା କହି ଗୋଟିଏ ଘରେ ନିଜକୁ ବନ୍ଦ କରିଥିଲେ । ଏହା ପରେ କେମିତି ପ୍ରସବ କରାଯାଏ ସେନେଇ ୟୁଟ୍ୟୁବରୁ ଦେଖିବା ପରେ ନିଜେ ନିଜର ପ୍ରସବ କରାଇଥିଲେ ।

ତେବେ ନାବାଳିକାଙ୍କ ମା ଦୃଷ୍ଟି ଶକ୍ତି ହରାଇଥିବା ବେଳେ ତାଙ୍କ ବାପା ଜଣେ ସୁରକ୍ଷାକର୍ମୀ ଭାବେ କାମ କରି ରାତିରେ ଘରକୁ ଫେରିଥାଆନ୍ତି । ଏହି କାରଣରୁ ଝିଅ ଗର୍ଭବତୀ ଥିବା ପରିବାର ଲୋକେ ଜାଣିପାରିନଥିଲେ । ତେବେ ପ୍ରସବ ପରେ ନାବାଳିକା ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ଶିଶୁଟିର କ୍ରନ୍ଦନ ଶୁଣି ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏହା ପରେ ନାବାଳିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୨୧ ବର୍ଷିୟ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.