ETV Bharat / bharat

ଜନ୍ମ କଲା ଝିଅଙ୍କ ସହ ଦୁଷ୍କର୍ମ କରୁଥିଲା ସୈତାନ ବାପା, ୨ ଥର ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

author img

By

Published : Aug 26, 2021, 3:28 PM IST

ବାପା ନାଁରେ କଳଙ୍କ । ଝିଅଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିଜେ ସାଜିଥିଲା ସଇତାନ । ସ୍ତ୍ରୀ ସହ ଝଗଡ଼ା କରି ୨ ଝିଅଙ୍କ ସହ କରିଥିଲା ଦୁଷ୍କର୍ମ । କେରଳରେ ଏଭଳି ରାକ୍ଷସ ସାଜିଥିବା ଜଣେ ପିତାର ଖବର ସାମନାକୁ ଆସିଛି । ଅଧିକ ପଢନ୍ତୁ...

କେରଳରେ ଝିଅକୁ ବାପାର ଦୁଷ୍କର୍ମ, ଦୁଇ ଥର ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ଥିରୁଅନନ୍ତପୁରମ: କେରଳରେ ଲଜ୍ଜା । ବାପା ସାଜିଲା ସୈତାନ । ନିନ୍ଦନୀୟ କାଣ୍ଡ ଘଟାଇ ବାପା-ଝିଅ ସମ୍ପର୍କରେ ଲଗାଇଛି କଳଙ୍କ । ଏଭଳି ଖାଲି ଆମେ କହୁନୁ ଖବରଟିକୁ ଜାଣିବା ପରେ ଉକ୍ତ ଅଭିଯୁକ୍ତ ପ୍ରତି ଆପଣଙ୍କ ମୁହଁରୁ ବାହାରିବ ଏପରି କିଛି ଶବ୍ଦ । ଅଭିଯୁକ୍ତ ପିତା ଗତ ୨ ବର୍ଷ ଧରି ନିଜ ଝିଅଙ୍କ ସହିତ କରୁଥିଲା ଦୁଷ୍କର୍ମ । ଘଟଣା ସାମନାକୁ ଆସିବା ପରେ ମଞ୍ଜେରିର POCSO ସ୍ପେଶାଲ କୋର୍ଟ ଅଭିଯୁକ୍ତ ୨ ଥର ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଶୁଣାଇଛନ୍ତି ।

ଏହି ୫୫ ବର୍ଷୀୟ ଅଭିଯୁକ୍ତ ଜଣକ ନିଜ ପତ୍ନୀ ସହିତ ଝଗଡ଼ା କରିବା ପରେ ୧୫ ଓ ୧୭ ବର୍ଷର ଝିଅଙ୍କ ସହିତ ଏଭଳି ଅମାନବୀୟ କାଣ୍ଡ ଘଟାଉଥିଲା । ୨୦୧୪ ମସିହାଠାରୁ ୨୦୧୬ ମସିହା ପର୍ଯ୍ୟନ୍ତ ପତ୍ନୀ ସହିତ ଝଗଡ଼ା କରି ଏପରି ଭାବରେ ଦୁଷ୍କର୍ମ କରୁଥିଲା । ପୀଡ଼ିତା ଝିଅ ୨ ଜଣ ତାଙ୍କ ମାଆ ତଥା ଅଭିଯୁକ୍ତର ପତ୍ନୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ୨୦୧୬ ମସିହା ମାର୍ଚ୍ଚ ମାସରେ ପୀଡ଼ିତାଙ୍କ ମାଆ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୀଡ଼ିତା ୨ ଜଣ ଅଭିଯୋଗ କରିବା ପରେ ତାଙ୍କୁ ଜୀବନରୁ ମାରି ଦେବା ପାଇଁ ଅଭିଯୁକ୍ତ ବାପା ଧମକ ମଧ୍ୟ ଦେଇଥିଲା ।

ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତ ବାପା ବିରୋଧରେ ଇଣ୍ଡିଆନ ପାନେଲ କୋଡ଼ ୩୭୬ ଓ ୫୧୧, ୨୫୪(ମହିଳାଙ୍କୁ ନିର୍ଯାତନା), ୫୦୬(୨) (ଅପରାଧିକ ଭୟ) ଓ ୩୪୨( ଭୁଲ ବନ୍ଦୀ) ଓ ଜୁଭେନାଇଲ ଜଷ୍ଟିସ ଆକ୍ଟର ସେକ୍ସନ ୭୫ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମଞ୍ଜେରିର POCSO ସ୍ପେଶାଲ କୋର୍ଟ ଅଭିଯୁକ୍ତକୁ ୨ ଥର ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୩ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.