ETV Bharat / bharat

Siddique Kappan Release: ଦୁଇ ବର୍ଷ ପରେ ଜେଲରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ

author img

By

Published : Feb 2, 2023, 11:34 AM IST

ଦୁଇ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପାନ । ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଯାଉଥିବା ବେଳେ ବାଟରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ଅଧିକ ପଢନ୍ତୁ

ଜେଲରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦିକି କପ୍ପାନ

ଲକ୍ଷ୍ନୌ: ଦୁଇ ବର୍ଷ ପରେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପାନ ଜେଲ୍‌ରୁ ମୁକୁଳିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଦାଖଲ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(UAPA) ଏବଂ ଆଇଟି ଆକ୍ଟ ସମେତ ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି । ଯାହାଫଳରେ ସିଦ୍ଦିକି ଆଜି ସକାଳେ ଲକ୍ଷ୍ନୌ ଜେଲ୍‌ରୁ ବାହାରିଛନ୍ତି । ତେବେ ଗତକାଲି ରାତିରୁ ତାଙ୍କୁ ମୁକ୍ତ କରିବା ପାଇଁ ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ମିଳିଥିବା ବେଳେ କିଛି ଔପଚାରିକତା ପୂରଣ ପାଇଁ ଆଜି ସକାଳେ ସାମ୍ବାଦିକ ଜେଲ୍‌ରୁ ବାହାରିଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, କେରଳ ମଲ୍ଲପୁରମ ନିବାସୀ ସିଦ୍ଦିକି କପ୍ପାନ ୨୭ ମାସ ହେଲାଣି ଜେଲ୍‌ରେ ବନ୍ଦ ଥିଲେ । ୨୦୨୦ ଅକ୍ଟୋବର ୫ରେ ହାଥରସରେ ଅଶାନ୍ତ ଓ ହିଂସା ଉସକାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସିଦ୍ଦିକିଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା । ହାଥରସ୍‌ରେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଏହାମଧ୍ୟ ପଢନ୍ତୁ: ନାବାଳିକାଙ୍କୁ ହୋଟେଲକୁ ଡାକି ଦୁଷ୍କର୍ମ କଲା ଇନଷ୍ଟା ଫ୍ରେଣ୍ଡ

ପ୍ରଥମେ ଘଟଣାସ୍ଥଳରେ ଶାନ୍ତି ଭଙ୍ଗ କରିବା ଆଶଙ୍କାରେ ସିଦ୍ଦିକିଙ୍କୁ ଗିରଫ କରାଯାଇଥିବା ବେଳେ ପରେ ତାଙ୍କ ବିରୁଦ୍ଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧିନରେ ମାମଲା ରୁଜୁ କରାଯାଇଥିଲା । ସେ ଏବଂ ତାଙ୍କ ସହ ଗାଡିରେ ଥିବା ସାଥିମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଏବଂ ସାମାଜିକ ସଦଭାବନକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା ।

ସାମ୍ବାଦିକ ସିଦ୍ଦିକ କପ୍ପାନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(PFI) ସହ ଜଡ଼ିତ ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ, ମିଥ୍ୟା ଆରୋପରେ ଫସା ଯାଉଛି ବୋଲି କହିଥିଲେ ସାମ୍ବାଦିକ । ପ୍ରାୟ ଦୁଇ ବର୍ଷ ଧରି ସେ ଜେଲ୍‌ରେ ରହିବା ପରେ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ହେଲେ ଇଡି ଦ୍ବାରା ଦାଖଲ ମାମଲାରେ ଜାମିନ ନମିଳିବାରୁ ସେ ଜେଲ୍‌ରେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.