ETV Bharat / bharat

ସରକାରୀ କର୍ମଚାରୀ ଚଳାଇପାରିବେନି ୟୁଟ୍ୟୁବ ଚ୍ୟାନେଲ, ଏହି ରାଜ୍ୟ ଆଣିଲା ନିୟମ - କେରଳ ସରକାର

କେରଳରେ ସରକାରୀ କର୍ମଚାରୀଙ୍କ ପାଇଁ ୟୁଟ୍ୟୁବ ଚ୍ୟାନେଲ ଚଳାଇବା ଉପରେ ଲାଗିଲା ରୋକ । 1960 ସର୍ଭିସ କଣ୍ଡକ୍ଟ ରୁଲ୍ସର ଉଲ୍ଲଙ୍ଘନ ଦର୍ଶାଇଲେ ସରକାର । ଅଧିକ ପଢନ୍ତୁ

ସରକାରୀ କର୍ମଚାରୀ ଚଳାଇପାରିବେନି ୟୁଟ୍ୟୁବ ଚାନେଲ

author img

By

Published : Feb 19, 2023, 8:01 PM IST

Updated : Feb 19, 2023, 8:17 PM IST

ଥିରୁଅନନ୍ତପୁରମ: କେରଳରେ ସରକାରୀ କର୍ମଚାରୀ ଚଳାଇପାରିବେ ନାହିଁ ନିଜର ୟୁଟ୍ୟୁବ ଚ୍ୟାନେଲ । କେରଳ ସରକାର ଏପରି ଏକ ନିୟମ ଲାଗୁ କରିଛନ୍ତି । ବିଭିନ୍ନ ସରକାରୀ କ୍ଷତ୍ରରେ କାମ କରୁଥିବା କର୍ମଚାରୀମାନେ ଅତିରିକ୍ତ ଆୟ ପାଇଁ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବା ବେଳେ ଏହାକୁ ସର୍ଭିସ ରୁଲ୍ସର ଉଲ୍ଲଙ୍ଘନ ବୋଲି କେରଳ ସରକାର ବିଚାର କରି ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଫେବୃଆରୀ 3 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । କେରଳ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଏହି ସବୁ କାର୍ଯ୍ୟକଳାପ 1960 କେରଳ ସରକାରୀ କର୍ମଚାରୀ କଣ୍ଟକ୍ଟ ରୁଲ୍ସର ଉଲ୍ଲଙ୍ଘନ ବୋଲି ଦର୍ଶାଯାଇଛି । ତେଣୁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାଇ ପାରିବେ ନାହିଁ ବୋଲି କୁହାଯାଇଛି । କେବଳ ନୂଆ ଚ୍ୟାନେଲ ନୁହେଁ ବରଂ ଯେଉଁ ସରକାରୀ କର୍ମଚାରୀମାନେ ପୂର୍ବରୁ ୟୁଟ୍ୟୁବରେ କାମ କରୁଥିଲେ, ସେମାନଙ୍କ ଚ୍ୟାନେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ନିୟମକୁ ଅନୁପାଳନ ନକଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ।

କେରଳ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଆଁଲିଭା ଅପରେସନ ବେଳେ ଏହାର ଭିଡିଓ ୟୁଟ୍ୟୁବ ମାଧ୍ୟମରେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଅନୁମତି ମାଗିଥିଲେ । ଏହାକୁ ଖାରଜ କରିବା ସହ ସମସ୍ତ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହି ନିଷେଧାଦେଶ ଜାରି କରିଛନ୍ତି କେରଳ ସରକାର । ସରକାରୀ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଓ ସରକାରୀ କର୍ମଚାରୀଙ୍କ ସମୟ ଅପଚୟକୁ ରୋକିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରିଛି କେରଳ ସରକାର ।

ସରକାରୀ କର୍ମଚାରୀମାନେ ବିଭିନ୍ନ ସମୟରେ ୟୁଟ୍ୟୁବ ଚ୍ୟାନେଲ ଚଳାଇ କିଛି ଅତିରିକ୍ତ ଆୟ କରିଥାନ୍ତି । କୌଣସି ଚାନେଲର 1 ହଜାର ସବସ୍କ୍ରାଇବର ହେଲେ କିମ୍ବା ଗୋଟିଏ ବର୍ଷରେ 4000 ଇଣ୍ଟରନେଟ ବ୍ୟବହାରକାରୀ ଚାନେଲକୁ ଦେଖିଥିଲେ ଚ୍ୟାନେଲର ପ୍ରସ୍ତୁତକର୍ତ୍ତାଙ୍କୁ ଆର୍ଥିକ ରାଶି ପ୍ରଦାନ କରିଥାଏ ୟୁଟ୍ୟୁବ । ନିକଟରେ କିଛି ୟୁଟ୍ୟୁବ ଚ୍ୟାନେଲକୁ କେନ୍ଦ୍ର ସରକାର ମଧ୍ୟ ଅଚଳ କରିଥିଲେ । ଦେଶ ବିରୋଧୀ କଣ୍ଟେଣ୍ଟ ଓ ମିଥ୍ୟା ତଥା ଅମୂଳକ ଖବର ପ୍ରସାରିତ କରିବା ଅଭିଯୋଗରେ ଏଗୁଡିକକୁ ତୁରନ୍ତ ବନ୍ଦ କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ୟୁଟ୍ୟୁବ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା । ସେହିପରି ସମାନ ଅଭିଯୋଗରେ 5 ଟ୍ବିଟର ହ୍ୟାଣ୍ଡେଲ ଓ 6 ଓ୍ବେବସାଇଟକୁ ମଧ୍ୟ ଅଚଳ ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2023, 8:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.