ETV Bharat / bharat

ଭାରତରେ ଜନ୍ମିତ ପ୍ରତ୍ୟେକ ଲୋକ ହିନ୍ଦୁ: କେରଳ ରାଜ୍ୟପାଳ - ଭାରତରେ ଜନ୍ମିତ ପ୍ରତ୍ୟେକ ଲୋକ ହିନ୍ଦୁ

କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କ ବୟାନ । ଭାରତରେ ଜନ୍ମିତ ପ୍ରତ୍ୟେକ ଲୋକ ହିନ୍ଦୁ । ତେଣୁ ତାଙ୍କୁ ମଧ୍ୟ ହିନ୍ଦୁ ଡାକିବା ଉଚିତ୍ ବୋଲି କହିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

ଭାରତରେ ଜନ୍ମିତ ପ୍ରତ୍ୟେକ ଲୋକ ହିନ୍ଦୁ
ଭାରତରେ ଜନ୍ମିତ ପ୍ରତ୍ୟେକ ଲୋକ ହିନ୍ଦୁ
author img

By

Published : Jan 28, 2023, 9:56 PM IST

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ ହିନ୍ଦୁ ଶବ୍ଦକୁ ନେଇ ବଡ ବୟାନ ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି, ''ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ । ଭାରତରେ ଉତ୍ପାଦିତ ଖାଦ୍ୟ ଖାଇ ଜୀବନ ଧାରଣ କରିଥିବା ଓ ଏହି ଦେଶରେ ପ୍ରବାହିତ ନଦୀଜଳ ପିଉଥିବା ପ୍ରତିଟି ଲୋକ ନିଜକୁ ହିନ୍ଦୁ କହିବାର ହକଦାର ଅଟନ୍ତି ।'' ଏହି ଦୃଷ୍ଟିରୁ ତାଙ୍କୁ ମଧ୍ୟ ହିନ୍ଦୁ ଡାକିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି । ଆମେରିକୀୟ ରାଷ୍ଟ୍ରରେ ବସବାସ କରୁଥିବା ହିନ୍ଦୁ ପରିବାରର ସଂଗଠନ କେରଳ ହିନ୍ଦୁସ୍ ଅଫ୍ ନର୍ଥ ଆମେରିକା ପକ୍ଷରୁ ଆୟୋଜିତ ହିନ୍ଦୁ କନକ୍ଲେଭର ଉଦଘାଟନୀ ଅବସରରେ ସେ ଏପରି ବୟାନ ଦେଇଛନ୍ତି ।

ରାଜ୍ୟପାଳ ଆହୁରିମଧ୍ୟ କହିଛନ୍ତି ଯେ, ଆପଣଙ୍କ ନିକଟରେ ମୋର ବଡ ଅଭିଯୋଗ ଅଛି । ଆପଣମାନେ କାହିଁକି ମୋତେ ହିନ୍ଦୁ କହୁନାହାନ୍ତି ? ମୁଁ ହିନ୍ଦୁକୁ ଧାର୍ମିକ ଶବ୍ଦ ଭାବୁନାହିଁ । ଏହା ଏକ ଭୌଗିଳିକ ଶବ୍ଦ । ଭାରତରେ ଜନ୍ମିତ ଓ ଭାରତରେ ଜୀବନ ଧାରଣ କରୁଥିବା ପ୍ରତିଟି ଜନସାଧାରଣ ହିନ୍ଦୁ ପଦବାଚ୍ୟ । ତେଣୁ ତାଙ୍କୁ ମଧ୍ୟ ହିନ୍ଦୁ ବୋଲି କହିବା ଉଚିତ୍ ବୋଲି ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: 15th BRICS Summit: ଅଗଷ୍ଟ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ ହେବ ବ୍ରିକ୍ସ ସମ୍ମିଳନୀ

ବ୍ରିଟିଶ ଶାସନ କାଳରେ କେତେକ କାରଣ ଯୋଗୁଁ ଆପଣ କେଉଁ ସମ୍ପ୍ରଦାୟରେ ଜନ୍ମ ନେଇଛନ୍ତି ସେହି ଆଧାରରେ ନାଗରିକଙ୍କ ଅଧିକାର ସ୍ଥିର କରାଯାଉଥିଲା । ଏଥିରେ ମହାତ୍ମା ଗାନ୍ଧୀ ମଧ୍ୟ ନିରୂପାୟ ଥିଲେ । ହିନ୍ଦୁ, ମୁସଲିମ୍ ସହର ଭଳି ଶବ୍ଦଗୁଡିକର ବ୍ୟବହାର କରିବା ବ୍ୟତୀତ ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ବ୍ରିଟିଶମାନଙ୍କ ଭିନ୍ନ ଦୃଷ୍ଟିକୋଣ ଥିଲା । ନିଜର ଶାସନ ଚଳାଇବାକୁ ସେମାନେ ସମାଜରେ ବିଭେଦତା ସୃଷ୍ଟି କରିଥିଲେ । ହେଲେ ହିନ୍ଦୁ ଏକ ଭୌଗଳିକ ଶବ୍ଦ ହୋଇଥିବାରୁ ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ନିଜକୁ ହିନ୍ଦୁ ଭାବିବା ଉଚିତ୍ ବୋଲି ଆରିଫ୍ ମହମ୍ମଦ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.