ETV Bharat / bharat

BBC Documentary Row: ଲୋକଙ୍କୁ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ଦେଖାଇଲା କେରଳ କଂଗ୍ରେସ - କେରଳ କଂଗ୍ରେସ

ବିବିସି ଡକ୍ୟୁମେଣ୍ଟାରୀ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ''କୁ ନେଇ ବଢୁଛି ବିବାଦ । ଦେଶରେ ବ୍ୟାନ ସତ୍ତ୍ବେ ଲୋକଙ୍କୁ ଏହି ଡକ୍ୟୁମେଣ୍ଟାରୀ ଦେଖାଇଲା କେରଳ କଂଗ୍ରେସ । ଅଧିକ ପଢନ୍ତୁ

BBC Documentary Row
BBC Documentary Row
author img

By

Published : Jan 26, 2023, 9:48 PM IST

ଥିରୁଅନନ୍ତପୁରମ: ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ''ଇଣ୍ଡିଆ: ଦ ମୋଦି କୋଶ୍ଚିନ''କୁ ନେଇ ସାରା ଦେଶରେ ବିବାଦ ଘନେଇବାରେ ଲାଗିଛି । କେନ୍ଦ୍ର ସରକାର ଭାରତରେ ଏହି ଡକ୍ୟୁମେଣ୍ଟାରୀ ପ୍ରସାରଣ ବ୍ୟାନ କରିବା ସତ୍ତ୍ବେ ଆଜି କେରଳରେ ଏହାକୁ ପ୍ରଦର୍ଶନ କରାଯାଇଛି । କେରଳ କଂଗ୍ରେସ ଥିରୁଅନନ୍ତପୁରମ ଅନ୍ତର୍ଗତ ଶଙ୍ଘୁମୁଘମ ବେଳାଭୂମିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିଛି । ଏହାକୁ ଅନେକ ଲୋକ ଦେଖିଥିବା ବେଳେ ଆଗକୁ କଂଗ୍ରେସ ସାରା ରାଜ୍ୟରେ ଡକ୍ୟୁମେଣ୍ଟାରୀକୁ ଦେଖାଇବ ବୋଲି କହିଛି ।

ଯାହା ସୂଚନା ମିଳିଛି, ବିବିସି ଦ୍ବାରା ପ୍ରସ୍ତୁତ ମୋଦି ବିରୋଧି ଡକ୍ୟୁମେଣ୍ଟାରୀ ଶଙ୍ଘୁମୁଘମ ବେଳାଭୂମିରେ ସ୍କ୍ରିନିଂ ପୂର୍ବରୁ ପ୍ରଥମେ କେରଳ ପ୍ରଦେଶ କଂଗ୍ରେସ କମିଟି(KPCC) ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା । ଏନେଇ KPCC ସାଧାରଣ ସମ୍ପାଦକ ଜି ଏସ ବାବୁ କହିଛନ୍ତି, ''ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ପାଇଁ ଲୋକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା । ଏହାକୁ ଦେଖିବା ଲାଗି ବହୁସଂଖ୍ୟାରେ ଲୋକ ଆସିଥିଲେ । ଲୋକଙ୍କ ଆଗ୍ରହ ଦେଖି ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ସ୍କ୍ରିନିଂ କରିବାକୁ ନିଷ୍ପତ୍ତି ନେଇଛୁ ।''

ପ୍ରକାଶଥାଉ କି, ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ଇଣ୍ଡିଆ: ଦ ମୋଦି କୋଶ୍ଚିନ ପ୍ରସ୍ତୁତ କରାଯାଇଛି । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଦଙ୍ଗା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଦାୟୀ କରାଯାଇଛି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରୋପାଗାଣ୍ଡା ବା ମିଥ୍ୟା ପ୍ରଚାର ବୋଲି କହିବା ସହ ବ୍ୟାନ କରିଛି । ତେବେ ବ୍ୟାନ ସତ୍ତ୍ବେ ମଧ୍ୟ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ର ଅଶାନ୍ତି ଦେଖାଦେଇଛି ।

ପୂର୍ବରୁ ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ଥିବାବେଳେ ବିଶ୍ବବିଦ୍ୟାଳୟ ପ୍ରଶାସନ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା କାଟି ଦେଇଥିଲା । ବିଶ୍ବବିଦ୍ୟାଳୟର ଚେତାବନୀ ସତ୍ତ୍ବେ ଅନେକ ଛାତ୍ରଛାତ୍ରୀ ନିଜ ମୋବାଇଲେ ଏହାକୁ ଦେଖୁଥିବା ବେଳେ ସେମାନଙ୍କ ଉପରେ ପଥରମାଡ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଜେଏନୟୁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ପରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ମଧ୍ୟ ଛାତ୍ର ଅଶାନ୍ତି ଦେଖାଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.